୩୫ କୋଟି ବ୍ୟୟରେ ବ୍ୟାସନଗର ଷ୍ଟାଡିୟମର ଉନ୍ନତିକରଣ କାର୍ଯ୍ୟ ଲୋକାର୍ପିତ

ବ୍ୟାସନଗର, ୧୨/୦୫ (ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଯାଜପୁର ଜିଲ୍ଲାର କ୍ରୋମନଗରୀ ଭାବେ ବିଦିତ ତଥା ପ୍ରାୟ ଦେଢ଼ ଲକ୍ଷ ଜନ ସଂଖ୍ୟା ବସବାସ କରୁଥିବା ବ୍ୟାସନଗର ପୈାର ପରିଷଦରେ ଖେଳିବା ପାଇଁ ଆଖିଦୃର୍ଶିଆ ସେପରି କିଛି ଷ୍ଟାଡିୟମ ନ ଥିଲା । ବହୁ ଦିନରୁ ଅପରିତ୍ୟକ୍ତ ଅବସ୍ଥାରେ ପଡିରହିଥିବା ‘ରାଜୀବ ଗାନ୍ଧୀ ଷ୍ଟାଡିୟମ’ଟିରେ ଯୁବ କ୍ରୀଡାବିତ୍‌, ଛାତ୍ରଛାତ୍ରୀ, ବୟସ୍କମାନେ ରୀତିମତ ସକାଳ ବ୍ୟାୟାମ ଆଦି କରିଆସୁଥିଲେ ହେଁ ଷ୍ଟାଡିୟମର ପ୍ରବେଶପଥ ଠାରୁ ଆରମ୍ଭ କରି ଚତୁପାଶ୍ୱର୍ର ପ୍ରାଚେରୀ, ଗ୍ୟାଲେରୀ ସବୁକିଛି ଅସଂପୂର୍ଣ୍ଣ ଥିଲା । ନାହିଁ ମାମୁଁ ଠାରୁ କଣା ମାମୁଁ ଭଲ ନ୍ୟାୟରେ ଅଧିକାଂଶ ସହରବାସୀ ଚଳାଇଦେଉଥିଲେ । ଷ୍ଠାଡିୟମ ଭିତରର ବହୁ ସ୍ଥାନ ଏବେବି ଘାସ, କଂଟାବୁଦା, ଜରୀ, ପଲିଥିନ୍‌, ଖାଲି ମଦ ବୋତଲ ଆଦିରେ ଭରା ହୋଇଥିବା ବେଳେ ପଛପଟ ବୁଦାରେ ବିଷଧର ସର୍ପ ବସବାସ କରୁଥିଲେ । ଷ୍ଠାଡିୟମ ଭିତରେ ନିୟମିତ ଗାଈଗୋରୁ, ଛେଳିମେଣ୍ଢା ଚରୁଥିବାର ଦେଖାଯାଉଥିବା ବେଳେ ସେମାନେ ମଳତ୍ୟାଗ କରିଆସୁଛନ୍ତି ଏବଂ ପିଲାମାନଙ୍କ ଖେଳିବା ଜାଗାରେ ପବନ ଖାଇ ଶୋଇ ବି ରହନ୍ତି । ଷ୍ଠାଡିୟମଟି ଏକପ୍ରକାରର ଖୋଲାମେଲା ପଡିଥିବା ବେଳେ ଚାରିପଟର ପ୍ରାଚୀର ଅସଂପୂର୍ଣ୍ଣ ପାଇଁ ରାତ୍ରୀରେ ଏହା ନିଶାସକ୍ତ ଓ ଅସାମାଜିକ ବ୍ୟକ୍ତିଙ୍କ ଚରାଭୂଇଁ ପାଲଟିଥିଲା । ଇଣ୍ଡୋର ଷ୍ଠାଡିୟମର ନିର୍ମାଣ କାର୍ଯ୍ୟ ଆରମ୍ଭରୁ ତ୍ରୁଟିଯୁକ୍ତ ଓ ନିମ୍ନମାନର ହୋଇଥିବାର ଅନେକ ଉପଲବ୍ôଧ କରିଥିବା ରଂଗ ବୋଳାହୋଇ ତାହାକୁ ଜନମାନସରୁ ଦୂରେଇ ଦିଆଯାଇଥିଲେ ହେଁ ତାହାର ସ୍ଥାୟିତ୍ୱ ନେଇ ସନ୍ଦେହ ରହିଛି । ଏହାର ଉପଯୋଗିତାର ସ୍ୱାଦକୁ ଅନେକ ଚାଖି ନ ଥିବା ବେଳେ ଏଥିରେ ୦୭ କୋଟି ଟଙ୍କା ବ୍ୟୟ ହୋଇଛି । ଷ୍ଠାଡିୟମ ଆଗରେ କି ଭିତରେ ୦୨ ଚକିଆ ଓ ୦୪ ଚକିଆ ଗାଡି ରଖିବା ପାଇଁ ଷ୍ଠାଣ୍ଡ ନ ଥିବାରୁ ଖେଳାଳୀ ଓ ଅନ୍ୟମାନେ ଅଧିକାଂଶ ବେଳେ ରାସ୍ତା ଉପରେ ଗାଡି ରଖିଦେଇ ଭିତରକୁ ଯାଇଥାନ୍ତି । ପ୍ରବେଶ ପଥ ଏକପ୍ରକାରର ବିପଦଗାମୀ ହୋଇଥିବା ବେଳେ ଜଗୁଆଳୀ ଅଭାବରୁ ଗେଟଟି ବେଳେ ଅଧିକାଂଶଙ୍କ ଦେହରେ ବାଡେଇ ହୋଇଯାଏ । ସ୍ୱାଧିନତା ଦିବସ ଓ ସାଧାରଣତନ୍ତ୍ର ଦିବସରେ ଏହି ଷ୍ଠାଡିୟମର ଗୁରୁତ୍ୱ ମନେପଡୁଥିବା ବେଳେ ସବୁଦିନେ କିନ୍ତୁ କିଛି କ୍ରୀଡାପ୍ରେମୀ ଖେଳକୂଦ କରିଥାନ୍ତି । ଭଳି ବଲ, କ୍ରିକେଟ ଆଦି ଖେଳିଥାନ୍ତି । ସକାଳ ବ୍ୟାୟାମ କରନ୍ତି । ଛୋଟ ଛୋଟ ପିଲାମାନେ ସାଇକେଲ ଚଳାନ୍ତି, ବାପା ମାଆଙ୍କ ତତ୍ୱାବଧାନରେ ଖେଳ କସରତ କରନ୍ତି । ଭାଗ୍ୟକୁ ଆଦରି ଅନେକ ଷ୍ଠାଡିୟମରେ ଏପରି ଭାବେ ଫାଇଦା ନେଇଥାନ୍ତି । ନିଜ ନିଜ ସ୍ତରରେ ସମନ୍ୱୟ ରଖି ଯେଝାଯେଝା ପ୍ୟାଚରେ ନିଜ ନିଜର ଖେଳ ଖେଳନ୍ତି । ଏହି ଷ୍ଠାଡିୟମର ଉନ୍ନତିକରଣ ପାଇଁ ଅନେକଙ୍କ ଦାବୀ ଦୀର୍ଘଦିନରୁ ରହିଆସିଛି । ଟଙ୍କା ଆସିଛି, ଫେରି ବି ଯାଇଛି । ଅନେକଙ୍କୁ ଏହା ବ୍ୟଥିତ କରିଛି । ଦେଶର ଧାତବ ରାଜଧାନୀ କଳିଙ୍ଗନଗର ଓ ଏହାର ମୁଖଶାଳା ବ୍ୟାସନଗର ସହରକୁ ଖାଲି ବ୍ୟାଖା କରିଆସୁଥିଲେ ହେଁ କାର୍ଯ୍ୟକ୍ଷେତ୍ରରେ ସେପରି ସଫଳ ରୂପାୟନ ହେଉଡ଼ଥିବାରୁ ଅନେକ ସହରବାସୀ ବିଶେଷକରି ବୁଦ୍ଧିଜୀବୀମାନେ ଚୁପ୍ ରହିବାକୁ ଉପଯୁକ୍ତ ମଣୁଥିବାର ପରିଲକ୍ଷିତ ହୁଏ । ଷ୍ଠାଡିୟମ ପାଇଁ ରାଜନୀତି ବି ଅଧିକାଂଶ ବେଳେ ଯୋର ଧରେ । ଏହି ଷ୍ଠାଡିୟମରେ ଖେଳି ବହୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଖେଳାଳୀ ତିଆରି ହୋଇଥିବା ବେଳେ ଦୀର୍ଘବର୍ଷର ଏହି ପୁରୁଣା ଷ୍ଠାଡିୟମର ସେପରି କିଛି ଉନ୍ନତି ନ ହେବା ଅନେକଙ୍କୁ ତାଜୁବ କରେ । ପାଣିକୋଇଲି ପୂର୍ତ ବିଭାଗ ଜରିଆରେ ଯେଉଁ କାମ ହୁଏ ଓ ଟଙ୍କା ଖର୍ଚ୍ଚ ହୁଏ ତାହା ସର୍ବସାଧାରଣଙ୍କୁ ପ୍ରାୟତଃ ଆକୃଷ୍ଟ କରିନଥାଏ । ହେଲେ ଆଜି ଅପରାହ୍ନରେ ୩୫ କୋଟି ବ୍ୟୟରେ ଷ୍ଠାଡିୟମର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଯାହା ଅନେକଙ୍କ ମଧ୍ୟରେ ଆଶାର ସଂଚାର କରିଥିବା ବେଳେ କିଛି ବ୍ୟକ୍ତି କେବେ ଏହି କାର୍ଯ୍ୟ ସଂପନ୍ନ ହେବ ଏବଂ ନିର୍ମାଣର ଗୁଣବତ୍ତା କ’ଣ ରହିବ ତା’କୁ ନେଇ ସନ୍ଦେହରେ ଅଛନ୍ତି । ଖୋଦ୍ ବ୍ୟାସନଗର ପୈାର ପରିଷଦର ଅଧ୍ୟକ୍ଷ ତାଙ୍କ ଅବିଭାଷଣରେ ନିର୍ମାଣର ମାନ ଭଲ ରହିବାକୁ କହିଛନ୍ତି । କଂଗ୍ରେସ ଓ ବିଜେଡି ସରକାରଙ୍କ ସମୟରେ ଏହି ଷ୍ଠାଡିୟମର ସେପରି କିଛି ଉନ୍ନତି ହୋଇ ନ କଥାକୁ ବିଜେପି ମନ୍ତ୍ରୀ ଓ ବିଧାୟକ କହିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆଗଭର ହୋଇ ସେପରି ସଂଖ୍ୟାରେ ଦର୍ଶକ ଆସିନଥିବାର ଦେଖାଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ଯେଉଁ କେତେକ ମହିଳା ଆସିଥିଲେ ଅଳ୍ପ ସମୟ ମଧ୍ୟରେ ସେମାନଙ୍କ ମଧ୍ୟରୁ ଅନେକ ସଭାକାର୍ଯ୍ୟ ଚାଲିଥିବା ବେଳେ ଛାଡି ଚାଲିଯାଇଥିଲେ; ଫଳରେ ବହୁ ଚେୟାର ଫାଙ୍କା ପଡିଥିଲା । ଏପରି ଏକ ପ୍ରମୁଖ କାର୍ଯ୍ୟକ୍ରମରେ ସେପରି ଆଖିଦୃର୍ଶିଆ ଲୋକ ହୋଇ ନ ଥିଲେ ।
ଆଜିର ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କ୍ରୀଡା, ଯୁବ ବ୍ୟାପାର ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ପ୍ରକଳ୍ପ ଶିଳାନ୍ୟାସ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଆକାଶ ଦାସ ନାୟକ, ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ, ବ୍ୟାସନଗର ପୈାର ପରିଷଦର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବଳ, ପାଣିକୋଇଲି ରାସ୍ତା ଓ ଗୃହ ନିର୍ମାଣ ଅଥାତ୍ ପୂର୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ କୋମଲ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ବ୍ୟାସନଗରରେ କ୍ରୀଡାର ବିକାଶ ପାଇଁ ଏହା ଉତ୍ତମ ପଦକ୍ଷେପ ବୋଲି କହିଥିଲେ । ବିଧାୟକ ଏହି ଷ୍ଠାଡିୟମକୁ ଜାତୀୟ ସ୍ତରର ଷ୍ଟାଡିୟମରେ ପରିଣତ କରିବାକୁ ବାରମ୍ବାର କହିଥିଲେ । ଏହି ଷ୍ଟାଡିୟମଟି ମୁଖ୍ୟତଃ ଫୁଟବଲ ପିଚ୍ ହେବା ସହ ଦୈାଡିବା ପାଇଁ କିଛି ଟ୍ରାକ ତିଆରି ହେବ । ୧୦ କୋଟି ଟଙ୍କାର ସୁଇମିଂ ପୁଲ ତିଆରି ହୋଇ ଜାତୀୟ ସ୍ତରର ହେବ । ୦୨ଟି ଭଲିବଲ, ବାସ୍କେଟବଲ ପିଚ୍ ଆଦି ତିଆରି ହେବ ବୋଲି ବିଧାୟକ ଶ୍ରୀଯୁକ୍ତ ଦାସନାୟକ ସୂଚନା ଦେଇଥିଲେ । ଏହି ଅବସରରେ କିଛି କ୍ରୀଡାବିତ୍‌ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
କାର୍ଯ୍ୟକ୍ରମରେ ବହୁ ସ୍ଥାନୀୟ ନେତା, ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ (Roads & Building Division) କାର୍ଯ୍ୟାଳୟରେ ଯନ୍ତ୍ରୀ ଦିଲୀପ ନାଏକ, କନିଷ୍ଠ ଯନ୍ତ୍ରୀ, ଯାଜପୁରରୋଡ ଆଦର୍ଶ ଥାନା ଅଧିକାରୀ ଆଶିଷ କୁମାର ସାହୁ, ଯାଜପୁର ଜିଲ୍ଲା କ୍ରୀଡା ଅଧିକାରୀ ଫକିର ମୋହନ ଟୁଡୁ, ଯୁବ ସମାଜସେବୀ ତଥା ଠିକାଦାର ଅମର ସିଂହ, ବରିଷ୍ଠ ବିଜେପି ନେତା ଓ ନେତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । (ଫଟୋ: ଅନୂପ କୁମାର ଦାସ)

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close