ଘସିପୁରା ବ୍ଲକର ସୁଆଁଳ ଗ୍ରାମରେ “ମା’ତାରିଣୀ ମନ୍ଦିରର ଦଧ ôନଉତି’ ସ୍ଥାପନା କାର୍ଯ୍ୟ ସଂପନ୍ନ

ସୁଆଁଳ, ୧୦/୦୫(ଉ.ନ୍ୟୁଜ୍ ବ୍ୟୁରୋ): କେଉଁଝର ଜିଲ୍ଲା ଘସିପୁରା ବ୍ଲକ ଗଡବାନ୍ଧୋଗଡା ପଂଚାୟତର ସୁଆଁଳ ଗ୍ରାମରେ ଆଜି ସୋମବାର ପୂର୍ବାହ୍ନରେ ୨୦୧୯ରୁ ନିର୍ମାଣାଧିନ ଥିବା ମା’ ତାରିଣୀ ମନ୍ଦିର‘ଦଧିନଉତି ସ୍ଥାପନା’ କାର୍ଯ୍ୟ ଯଥାବିଧିମତେ ଅନୁଷ୍ଠିତ ହୋଇଛି । ଘଂଟ, ସଂକୀର୍ତ୍ତନ, ହରିବୋଲ, ହୁଳହୁଳି, ବାଜା ବଜାଯାଇ ପରିବେଶକୁ ଭକ୍ତିମୟ କରାଯାଇଥିଲା । ଶ୍ରଦ୍ଧାଳୁମାନେ ସୁଆଁଳ, ଗ୍ରାମ ସହ ଆଖପାଖ ଅଂଚଳରୁ ଆସି ଯେଝା ଯେଝା ସ୍ତରରେ ଧାନ, ଗୁଆ, ମହାପ୍ରସାଦ, ଖୁଚୁରା ଟଙ୍କା, ତମ୍ବା ଟଙ୍କା, ରୂପା ଟଙ୍କା, ସୂନା ଆଦି ଦଧିନଉତି ମଧ୍ୟରେ ପକାଇ ତାହାକୁ ପୂରଣ କରିଥିଲେ । ପୂଜା କାର୍ଯ୍ୟରେ କର୍ତ୍ତା ଭାବେ ଗ୍ରାମର ପ୍ରଦୀପ ବିଶ୍ୱାଳ ଓ କର୍ତ୍ତୀ ଭାବେ ତାଙ୍କ ସହଧର୍ମିଣୀ ଅଲିଭା ଦୀପାଳି ବିଶ୍ୱାଳ ବସି ସ୍ଥାପନା କାର୍ଯ୍ୟକୁ ସଂପନ୍ନ କରିଥିଲେ । ଗ୍ରାମର ଯୁବ ପତ୍ରିଭା ତଥା ଭଦ୍ରକ ଜିଲ୍ଲାର ବରିଷ୍ଠ ଶ୍ରମ ଅଧିକାରୀ ସଂଜୀତ୍ କୁମାର ଦେଓ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ରଗଡି, ଯାଜପୁରରୋଡ ଆଦି ସ୍ଥାନରୁ ମଧ୍ୟ ଏହି କାର୍ଯ୍ୟକ୍ରମରେ କିଛି ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ଯୁବ ସମାଜସେବୀ ଅନୂପ କୁମାର ଦାସ ପ୍ରମୁଖ ଏହି ଶୁଭ କାର୍ଯ୍ୟରେ ଯୋଗ ଦେଇଥିଲେ । ଦଧିନଉତି ସ୍ଥାପନା ପରେ ମଧ୍ୟାହ୍ନରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close