ବିଦ୍ୟାର୍ଥୀ ଗ୍ରୃପ ଅଫ୍ ଏଜୁକେସନ (ବି.ଜି.ଇ)ର ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କାର୍ଯ୍ୟକ୍ରମ “ୟୁଫୋରିଆ-୨୦୨୬” ମହାସମାରୋହରେ ଅନୁଷ୍ଠିତ

ବ୍ୟାସନଗର, ୧୦/୦୫(ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାର କ୍ରୋମନଗରୀ ଭାବେ ବିଦିତ ବ୍ୟାସନଗର ପୈାର ପରିଷଦର କଲେଜରୋଡ ଠାରେ ଆଜି ରବିବାର ସନ୍ଧ୍ୟାରେ ୨୦୨୨ରେ ପ୍ରତିଷ୍ଠିତ “ବିଦ୍ୟାର୍ଥୀ ଗ୍ରୃପ ଅଫ୍ ଏଜୁକେସନ (ବି.ଜି.ଇ)”ର ନୂତନ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ ଦେବା ସଂଗେ ସଂଗେ ଗ୍ରୀଷ୍ମକାଳୀନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ “ୟୁଫୋରିଆ-୨୦୨୬” ସଂସ୍ଥା ପରିସରରେ ମହାସମାରୋହରେ ଅନୁଷ୍ଠିତ ହେଉଛି । ଏଥିରେ “ବିଦ୍ୟାର୍ଥୀ ଗ୍ରୃପ ଅଫ୍ ଏଜୁକେସନ (ବି.ଜି.ଇ)”ର ଅଧ୍ୟକ୍ଷ ସୈାମ୍ୟକାନ୍ତ ରଥ ଅଧ୍ୟକ୍ଷତା କରିଥିବା ବେଳେ ସଂସ୍ଥାର ବରିଷ୍ଠ ଶିକ୍ଷୟତ୍ରୀ ସ୍ମୃତିରେଖା ସାହୁ ମଂଚ ପରିଚାଳନା ଓ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ଦାନଗଦି ବ୍ଲକ ଟୋଲକାନୀ ସ୍ଥିତ ‘ଝାଡେଶ୍ୱର ମହାବିଦ୍ୟାଳୟ’ର ଅଧ୍ୟକ୍ଷ ତଥା ସୁ-ସାହିତ୍ୟିକ ଡ଼ଃ. ଅକ୍ଷୟ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଡ଼ଃ. ପଣ୍ଡା ତାଙ୍କ ବିକ୍ଷିପ୍ତ ଅବିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ତାଙ୍କ ଭବିଷ୍ୟତ ଜୀବନ ଉପରେ ଆଲୋକପାତ କରିବା ସହ ସମାଜରେ ଜଣେ ଜଣେ ଭଲ ମଣିଷ ଭାବରେ ଗଢ଼ି ତୋଳିବାକୁ ପରାମର୍ଶ ଦେଇଥିଲେ । ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ସୁବାସ ଚନ୍ଦ୍ର ଧଳ ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନେ ସବୁବେଳେ ନିଜ ପିତାମାତା ଓ ଗୁରୁମାନଙ୍କୁ ମନେ ରଖିବାକୁ କହିଥିଲେ । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ “ବିଦ୍ୟାର୍ଥୀ ଗ୍ରୃପ ଅଫ୍ ଏଜୁକେସନ (ବି.ଜି.ଇ)”ର ପରିବେଶ, ଶୈକ୍ଷିକ ବ୍ୟବସ୍ଥା, ସୈାଜନ୍ୟତା ଓ ସାମାଜିକ ଚିନ୍ତାଧାରର ଭୂୟସୀ ପ୍ରଂଶସା କରିବା ସହ ଛାତ୍ରଛାତ୍ରୀମାନେ କିପରି ଭବିଷ୍ୟତରେ ସଫଳ ହୋଇ ଅନୁଷ୍ଠାନର ନାମ ରଖିବେ ତା’ଉପରେ ଆଲୋକପାତ କରିଥିଲେ । ଖୁବ୍ କମ ସମୟରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ତାଙ୍କର ନୈପୁଣତା ପ୍ରଦର୍ଶନ କରି ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ସେ କହିଥିଲେ । ଏଥିରେ ଅନ୍ୟତମ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସାହୁ, ବିରଂଚି ନାରାୟଣ ଖୁଂଟିଆ ପ୍ରମୁଖ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରି ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ସଭାରେ ମଂଚାସୀନ ଥିବା ଅତିଥି ଡ଼ଃ. ପଣ୍ଡା, ଶ୍ରୀଯୁକ୍ତ ଧଳ ଓ ଶ୍ରୀଯୁକ୍ତ ରାଉତଙ୍କ ସହ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସାହୁ, ବିରଂଚି ନାରାୟଣ ଖୁଂଟିଆ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବି.ଜି.ଇ ସଷ୍ଟ୍ରା ତଥା ଓଏଫ୍‌ଡିସିର ଅବସରପ୍ରାପ୍ତ ପଦାଧିକାରୀ ଅଶୋକ କୁମାର ରଥ ସଂସ୍ଥାର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ସଂସ୍ଥା ଉନ୍ନତମାନର ଶିକ୍ଷାଦାନ ସହ ତା’ର ସାମାଜିକ ମୂଲ୍ୟବୋଧକୁ ଅଗ୍ରାଧିକାର ଦେବ ବୋଲି ସୂଚାଇଥିଲେ । ଆଜି ‘ବିଶ୍ୱ ମାତୃ ଦିବସ’ର ଅନୁଚିନ୍ତା ଉପରେ ଏଠାରେ ସମସ୍ତେ ମା’ଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ଜଣାଇଥିଲେ । ଏହି ଅବସରରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ସଫଳତା ପାଇଁ ଅନୁଷ୍ଠାନର ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀଙ୍କ ସମେତ ଶୁଭେଚ୍ଛୁମାନେ ଲାଗିପଡ଼ିଛନ୍ତି । ଅନୁଷ୍ଠାନର ସୈାଜନ୍ୟତା ସହରର ଶିକ୍ଷା ବ୍ୟବସ୍ଥାକୁ ଆଉ କେଇପାଦ ଆଗେଇ ନେଇଥିବାର କୁହାଯାଉଛି । କାର୍ଯ୍ୟକ୍ରମରେ ବି.ଜି.ଇ ନିର୍ଦ୍ଦେଶକ ଶୁଭମ କୁମାର ସାହୁ, ତପସ୍ୱିନୀ ବାରିକ, ଶୁଭସ୍ମିତା ନାୟକ, ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀଙ୍କ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିବା ସହିତ କାର୍ଯ୍ୟକ୍ରମର ସଫଳତା ପାଇଁ ଉଦ୍ୟମ ଜାରୀ ରଖିଥିଲେ । କାର୍ଯ୍ୟକ୍ରମରେ ବହୁ ଅବିଭାବକ, ଅବିଭାବିକା, ସ୍ଥାନୀୟ ବ୍ୟକ୍ତିବିଶେଷ, ବି.ଜି.ଇ ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା, ଶିକ୍ଷକ/ଶିକ୍ଷୟତ୍ରୀ, ଶୁଭେଚ୍ଛୁ ଆଦି ଯୋଗଦେଇ ପିଲାମାନଙ୍କର ଚିତାକର୍ଷକ କାର୍ଯ୍ୟକ୍ରମଗୁଡିକୁ ଉପଭୋଗ କରିଥିଲେ । ଶେଷରେ ବି.ଜି.ଇ ସଷ୍ଟ୍ରା (ଫାଉଣ୍ଡର) ଅଶୋକ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close