
‘ଉଦୟବଟ’ ତରଫରୁ ୧୪୧ତମ ଆର୍ନ୍ତଜାତିକ ଶ୍ରମିକ ଦିବସ ପାଳିତ


ବ୍ୟାସନଗର,୦୨/୦୫: ସ୍ଥାନୀୟ ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ ଠାରେ ‘ଉଦୟବଟ’ ଓ ‘କଳିଙ୍ଗ ବିକାଶ ନିର୍ମାଣ ଶ୍ରମିକ ସଂଘ’ ତରଫରୁ ୧୪୧ତମ ‘ଆର୍ନ୍ତଜାତିକ ଶ୍ରମିକ ଦିବସ’ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଆଲୋଚନାଚକ୍ରରେ ‘ଉଦୟବଟ’ର ସଂପାଦକ ତଥା ଶ୍ରମିକ ନେତା ଦୁଷ୍ମନ୍ତ କୁମାର ରାଉତ ଅଧ୍ୟକ୍ଷତା କରିଥିଲେ । କାର୍ଯ୍ୟକ୍ରମରେ ବ୍ୟାସନଗର ପୈାର ପରିଷଦର ପୂର୍ବତନ ଅଧ୍ୟକ୍ଷା ତଥା ଯାଜପୁର ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସବିତା ରାଉତ ମୁଖ୍ୟ ଅତିଥି ଭାବେ, ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ତଥା ଶ୍ରମିକ ନେତା ଚନ୍ଦ୍ରମଣି ସାମଲ ମୁଖ୍ୟ ବକ୍ତା ଭାବେ, ସୁସାହିତ୍ୟିକ ତଥା ଝାଡେଶ୍ୱର ମାଂବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଅକ୍ଷୟ କୁମାର ପଣ୍ଡା ଅନ୍ୟତମ ବକ୍ତା ଭାବେ, ଯାଜପୁର ଜିଲ୍ଲା ‘ସିଟୁ’ର ସଭାପତି ତଥା ବରିଷ୍ଠ ଶ୍ରମିକ ନେତା ପ୍ରଫୁଲ୍ଲ ନାୟକ ଓ ସ୍ୱାସ୍ଥ୍ୟ ବିଭାଗର ଅବସରପ୍ରାପ୍ତ ଅଧିକାରିଣୀ ଉର୍ମିଳା ନାୟକ, ଶିକ୍ଷାବିତ୍ ତଥା କ୍ରୋମନଗର ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଂଜୟ କୁମାର ଦେଓ, ବଜରଂଗ ଦଳ ଯାଜପୁର ଜିଲ୍ଲା ସଂଯୋଜକ ବସନ୍ତ କୁମାର ପାତ୍ର, ସମାଜସେବୀ ରାମଚନ୍ଦ୍ର ବାରିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶ୍ରମିକମାନଙ୍କ ବିବିଧ ସମସ୍ୟା ଉପରେ ଆଲୋଚନା କରିଥିଲେ । ଶ୍ରମିକମାନଙ୍କ ସକାଶେ ପ୍ରଣୟନ ହୋଇଥିବା ବିଭିନ୍ନ ଆଇନର କଡ଼ାକଡ଼ି ପାଳନ ଉପରେ ସେମାନେ ଯୋର ଦେଇଥିବା ବେଳେ ସେମାନଙ୍କୁ ସବୁ ସମୟରେ ସହାୟତା ପାଇଁ ସଚ୍ଚା ଶ୍ରମିକ ନେତାଙ୍କ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ନାରୀ ନେତ୍ରୀ ବିଦ୍ୟୁତ୍ପ୍ରଭା ରାୟ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶ୍ରମିକ ନେତା ଅରୁଣ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ରାଜ୍ୟସ୍ତରୀୟ କବୟତ୍ରୀ ସୁମିତ୍ରା ମିଶ୍ର ଶ୍ରମିକମାନଙ୍କ ଉପରେ ଏକ ସୁନ୍ଦର କବିତା ପାଠ କରିଥିଲେ । କଳିଙ୍ଗନଗର ଶିଳ୍ପାଂଚଳ ସମେତ ବ୍ୟାସନଗର ସହରରେ ବସବାସ କରୁଥିବା ଶ୍ରମିକମାନେ ଭୋଗୁଥିବା ବିଭିନ୍ନ ସମସ୍ୟା ଉପରେ ଉଦ୍ବେଗ ପ୍ରକାଶ କରିବା ସହ ‘କରୋନା’ ସମୟରେ ଶ୍ରମିକ ନେତା ଦୁଷ୍ମନ୍ତ କୁମାର ରାଉତଙ୍କ ମାର୍ଫତରେ ‘ଉଦୟବଟ’ ବହୁ ଶ୍ରମଜୀବୀ, ଅଭାବୀ ପରିବାରକୁ ଯଥାସମ୍ଭବ ସହଯୋଗ କରି ପ୍ରଶଂସାର ପାତ୍ର ହୋଇପାରିଥିଲେ ବୋଲି କହିଥିଲେ । ବକ୍ତାମାନେ ଦୀର୍ଘ ବର୍ଷ ଧରି ଶ୍ରମିକମାନେ ସରକାର, କଳକାରଖାନା ଓ ମାଲିକମାନଙ୍କ ବିଭିନ୍ନ ଶୋଷଣ ଓ କାଳକ୍ଷେପଣ ନୀତି ଯୋଗୁ ନିଷ୍ପେଷିତ ଓ ଅବହେଳିତ ହୋଇ ଆସୁଥିବାର ବିଭିନ୍ନ ଉଦାହରଣ ଜରିଆରେ କହିଥିଲେ । ଏହି ଅବସରରେ ଯୁବ ସମାଜସେବୀ ତଥା ସାମ୍ବାଦିକ ଦେବେନ୍ଦ୍ର କୁମାର ନାୟକ, ବରିଷ୍ଠ ସମାଜେସେବୀ କାଶିନାଥ ସାହୁଙ୍କ ସମେତ ୦୭ ଜଣ ଶ୍ରମିକ ସର୍ବଶ୍ରୀ ଶ୍ୟାମସୁନ୍ଦର ମହାରଣା, କାଂଚନ ନାୟକ, ରାଜେଶ କର, ଚନ୍ଦା ନାୟକ, ବୁଦ୍ଧିଶ୍ରୀ ପ୍ରଧାନ, ରତିକାନ୍ତ ମହାନ୍ତି ଓ କାଳିଆପାଣିର ଖଣି ନିଗମ କର୍ମଚାରୀ ବଳରାମ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାୟୀ, ସମାଜସେବୀ ଭାଗିରଥି ଦାସ, ହରଦୟାଲ ସିଂହ, ପ୍ରଫୁଲ୍ଲ ବାରିକ, ସୁମନ୍ତ ରାଉତ, ସନାତନ ପାତ୍ର, ଅମର ମଲ୍ଲିକ, ଚକ୍ରଧର ମଲ୍ଲିକ, ଅଭିମନ୍ୟୁ ବିଶ୍ୱାଳ, ମାନସୀ ପରିଡ଼ା, ଗୋଲାପ ମଲ୍ଲିକ, ତିଳୋତମା ମହାନ୍ତି, ଲତାଜଂଳି ମହାରଣା, ଅର୍ଜ୍ଜୂନ ନାୟକ, ନରହରି ବେହେରା, ଯୁବ ସମାଜସେବୀ ଅନ୍ତର୍ଜାମୀ ମଲ୍ଲିକ, ଅସିତ୍ ଦାସ, ଲୁଲିଆ ମହାନ୍ତି, ଅନିରୁଦ୍ଧ ଦାସ, ଚିତ୍ତରଂଜନ କର, ଭାରତୀ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଅନୂପ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।









