
ବିଶ୍ୱହିନ୍ଦୁ ପରିଷଦ ର ଯୁବ ସଂଗଠନ ବଜରଙ୍ଗଦଳ ଯାଜପୁର ଜିଲ୍ଲା ତରଫରୁ ଜିଲ୍ଲା ପ୍ରଶିକ୍ଷଣ ଶିବିର ଅନଷ୍ଠିତ

ଯାଜପୁର;୨୮/୦୪(ନି ପ୍ର ): ବିଶ୍ୱହିନ୍ଦୁ ପରିଷଦ ର ଯୁବ ସଂଗଠନ ବଜରଙ୍ଗଦଳ ଯାଜପୁର ଜିଲ୍ଲା ତରଫରୁ ଜିଲ୍ଲା ପ୍ରଶିକ୍ଷଣ ଶିବିର ସୁକିନ୍ଦା ସରସ୍ୱତୀ ବିଦ୍ୟାମନ୍ଦିର ଠାରେ ଯାଜପୁର ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ସମ୍ପାଦକ ରାଜକିଶୋର ମଲିକ ଓ ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ବସନ୍ତ କୁମାର ପାତ୍ର ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ବର୍ଗରେ ପିଲା ମାନଙ୍କୁ ୩ ଦିନ ଧରି ସେବା,ସୁରକ୍ଷା,ସଂସ୍କାର ଓ ନିଜ ସୁରକ୍ଷା ନିମନ୍ତେ ନିୟୁଧ, ଦଣ୍ଡ, ବିଦ୍ୟା କୌଶଳ, ଧାର୍ମିକ, ବୌଦ୍ଧିକ, ଶାରୀରିକ ଅନେକ ପ୍ରକାର ବିଦ୍ୟା ପ୍ରଦାନ କରିବା ସହିତ ଅବଗତ କରଯାଇଥିଲା।ଏହି ପ୍ରଶିକ୍ଷଣ ବର୍ଗ ରେ ମାନନୀୟ ଶରତ ଚନ୍ଦ୍ର ପ୍ରଧାନ ପ୍ରାନ୍ତ ବିଶ୍ୱହିନ୍ଦୁ ପରିଷଦ ସଂଗଠନ ମନ୍ତ୍ରୀ, ପ୍ରାନ୍ତ ବଜରଙ୍ଗ ଦଳ ସଂଯୋଜକ ପ୍ରଭାତ ଭୂଷଣ ତ୍ରିପାଠୀ, ପ୍ରାନ୍ତ ଶକ୍ତି ବଳୟ ପ୍ରମୁଖ ରାଜକିଶୋର ନାୟକ,ପ୍ରାନ୍ତ ମିଳନ କେନ୍ଦ୍ର ପ୍ରମୁଖ ବିପିନ୍ନ ବିହାରୀ ପଣ୍ଡା, ବର୍ଗର ମୁଖ୍ୟ ଶିକ୍ଷକ ଅସିତ ସାହୁ କଟକ ବିଭାଗ ବଜରଙ୍ଗ ଦଳ ସଂଯୋଜକ, ମୁଖ୍ୟ ବ୍ୟକ୍ତା ଦର୍ଶନ ବିଦ୍ୟାର୍ଥୀ କବିନ୍ଦ୍ର ମହାରାଜ,ଜିଲ୍ଲା ସଭାପତି ସମୀର ନାୟକ, ବିଭାଗ ସଂଯୋଜକ ଚନ୍ଦ୍ରକାନ୍ତ କର,ଜିଲ୍ଲା ସହ ସଂଯୋଜକ ସାରଦା ପ୍ରସନ୍ନ ବଳ, ଜିଲ୍ଲା ସୁରକ୍ଷା ପ୍ରମୁଖ ସନ୍ତୋଷ ପତି,ଜିଲ୍ଲା ସତସଙ୍ଗ ପ୍ରମୁଖ ମାନସ ବାରିକ, ଜିଲ୍ଲା ଵିଧି ପ୍ରକୋଷ୍ଟ ପ୍ରମୁଖ ଭକ୍ତବଷଳ ସାହୁ,ଜିଲ୍ଲା ଷଷ୍ଠି ପୃଷ୍ଟି ପ୍ରମୁଖ ଚିତ୍ତରଞ୍ଜନ ପରିଡା,ସୁକିନ୍ଦା ପ୍ରଖଣ୍ଡ ସଭାପତି ରୁଦ୍ରନାରାୟଣ ମହାପାତ୍ର,ସମ୍ପାଦକ ଆଲୋକ ମହାନ୍ତି, ସୁକିନ୍ଦା ପ୍ରଖଣ୍ଡ ସଂଯୋଜକ ରବୀନ୍ଦ୍ର କୁମାର ଭଞ୍ଜ, ସହ ସଂଯୋଜକ ପ୍ରଶାନ୍ତ ରଣା, ସମେତ ବର୍ଗ ପ୍ରଭାରୀ ଦିଲୀପ ଡ୍ରିବେଦୀ, ସମେତ ମାତୃଶକ୍ତି ରାଜ୍ୟସଂଯୋଜିକା ପ୍ରଣତି ଅପା ଓ ଜିଲ୍ଲା ମାତୃଶକ୍ତି ସଂଯୋଜିକା ଗୀତାଞ୍ଜଳି ଅପା,ଶ୍ରୀକାନ୍ତ ମହାପାତ୍ର ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ପ୍ରଚାର ପ୍ରସାର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଏକ ବିଶାଳ ଶୋଭାଯାତ୍ରା ର ମଧ୍ୟ ଆୟୋଜନ କରାଯାଇଥିଲା।






