ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି କଟକ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ସକାଳ ୯ଘଟିକା ପର୍ଯ୍ୟନ୍ତ

କଟକ (ସଙ୍ଗୀତା ମହାପାତ୍ରଙ୍କ ଠାରୁ)୧୯.୦୪– ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ଜିଲ୍ଲାର ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ଗୁଡିକ ଚଳିତ ଅପ୍ରେଲ ମାସରୁ ପ୍ରାତଃ ଘ ୬. ୩୦ମି ସମୟ ଠାରୁ ପୂର୍ବାହ୍ନ ଘ୧୦. ୩୦ମି ପର୍ଯ୍ୟନ୍ତ ଖୋଲାଯାଇ ଅଧ୍ୟୟନ କରାଯାଉଛି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହର ବୃଦ୍ଧିକୁ ପରିଲକ୍ଷିତ କରି ଆସନ୍ତା କାଲି ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ , ଅଙ୍ଗନୱାଡି କେନ୍ଦ୍ର ଗୁଡିକ ପ୍ରାତଃ ଘ୬. ୩୦ମି ଠାରୁ ସକାଳ ୯ଘଟିକା ପର‌୍ୟ୍ୟନ୍ତ ଶିକ୍ଷାଦାନ ନିମନ୍ତେ ଖୋଲା ରଖିବା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ନିର୍ଦ୍ଦେଶ ଦେଇଛନ୍ତି । ଏଥିସମ୍ବନ୍ଧୀୟ ଏକ ସମୀକ୍ଷା ପୂର୍ବକ ପରବର୍ତ୍ତୀ ନିଷ୍ପତି ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close