
ବରିଷ୍ଠ ସାମ୍ବାଦିକ ବିଭୂତି ଭୂଷଣ ଜେନା ‘ଆପ୍’ର ବରୀ ବ୍ଲକ ସଭାପତି ହେଲେ
ଭୁବନେଶ୍ୱର, ୦୧/୦୧(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ରାଜନୀତି ପ୍ରବଣ ବରୀ ନିର୍ବାଚନ ମଣ୍ଡଳୀ କ୍ଷେତ୍ରର ‘ଆମ୍ ଆଦମୀ ପାର୍ଟି’ (ଆପ୍)ର ସଭାପତି ଭାବେ ଇଂରାଜୀ ନବ ବର୍ଷ ୨୦୨୬ ଅବସରରେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ସାମ୍ବାଦିକ ତଥା ‘ଉଦୟବଟ’ର ପ୍ରତିନିଧି ବିଭୂତି ଭୂଷଣ ଜେନା । ଶ୍ରୀଯୁକ୍ତ ଜେନାଙ୍କୁ ରାଜ୍ୟ ରାଜଧାନୀ ଭୂବନେଶ୍ୱର ଠାରେ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଏହି ଦଳର ଏହି ନୂତନ ପଦ ପ୍ରଦାନ କରିଛନ୍ତି । ଏହି ଅବସରରେ ଦଳର ଯାଜପୁର ଜିଲ୍ଲା ସଭାପତିଙ୍କ ସମେତ ବହୁ ଛାମୁଆ କର୍ମକର୍ତ୍ତା ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ଶ୍ରୀ ଜେନା ବରୀ ନିର୍ବାଚନ କ୍ଷେତ୍ରରେ ପୂର୍ବରୁ ରାଜନୀତିରେ ସକ୍ରିୟ ରହିଆସିଛନ୍ତି । ଶ୍ରୀ ଏହି ଦାୟିତ୍ୱ ନେବା ପରେ ଇଂରାଜୀ ନବବର୍ଷରେ ବରୀବାସିଙ୍କ ସୁଖ, ସମୃଦ୍ଧି କରିବା ସହିତ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ‘ଉଦୟବଟ’ ପରିବାରର ସମସ୍ତ ସଦସ୍ୟ/ସଦସ୍ୟାମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
Live Share Market




