ରେଳବାଇ ପରାମର୍ଶଦାତା କମିଟି ବୈଠକ: ବିଭିନ୍ନ ସମସ୍ୟା ଉପସ୍ଥାପନ କଲେ ସଦସ୍ୟ

ବ୍ୟାସନଗର,(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁରରୋଡ଼ ରେଳ ଷ୍ଟେସନ ପରାମର୍ଶଦାତା କମିଟିର ପ୍ରଥମ ବୈଠକ ଆଜି ରେଳ ଷ୍ଟେସନ ମ୍ୟାନେଜରଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଷ୍ଟେସନ ମ୍ୟାନେଜର ସୁଧୀର ଶୁଭଦର୍ଶୀ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁ୍େ‌ଠିତ ବୈଠକରେ ମୁଖ୍ୟ ବାଣିଜ୍ୟିକ ଇନ୍‌ସପେକ୍ଟର ଦେବବ୍ରତ ନାୟକ, ଆର୍‌ପିଏଫ୍ ଇନ୍‌ସପେକ୍ଟର କ୍ଷୀରସାଗର ଭଂଜ, ଜିଆର୍‌ପି ଇନଚାର୍ଜ ସୁଶାନ୍ତ କୁମାର ସେଠୀ, ମୁଖ୍ୟ ଟିଟିଆଇ ଅକ୍ଷଞ କୁମାର ଗିରି ପ୍ରମୁଖ ରେଳବାଇ ପକ୍ଷରୁ ଉପସ୍ଥିତ ଥିଲେ । କମିଟି ସଦସ୍ୟ ସଦାଶିବ

ଦାସ, ଡ. ଚିନ୍ତାମଣି ପାଢ଼ୀ, ହିମାଂଶୁ ଶେଖର ଦ୍ୱିବେଦୀ, ସରୋଜିନୀ ସେଠୀ, ରାଜେନ୍ଦ୍ର କୁମାର ନାୟକ ପ୍ରମୁଖ ଯୋଗଦେଇ ରେଳ ଷ୍ଟେସନର ବିଭିନ୍ନ ସମସ୍ୟା ଉପସ୍ଥାପନା କରିଥିଲେ । ଷ୍ଟେସନ ନାମ ପରିବର୍ତନ, ଏହି ବାଟ ଦେଇ ଯାଉଥିବା ସମସ୍ତ ଟ୍ରେନର ରହଣୀ, କେନ୍ଦୁଝର ଟ୍ରେନକୁ ଯଖପୁରାରୁ ଏହି ଷ୍ଟେସନ ପର୍ଯ୍ୟନ୍ତ ବୃଦ୍ଧି, ପ୍ରଥମ ଫୁଟ ଓଭର ବ୍ରିଜ୍ ପାଖରେ ଲିଫ୍ଟ ନିର୍ମାଣ, ଷ୍ଟେସନ ସମ୍ମୁଖରେ ଏକ ବୃହତ୍ ଡିଜିଟାଲ ଘଂଟା ସ୍ଥାପନ, ମାଲଗୋଦାମ ସ୍ଥାନାନ୍ତର, ୬ ନମ୍ବର ପ୍ଲାଟପର୍ମ ନିର୍ମାଣ ଓ ଏଠାରେ ଟିକେଟ କାଉଂଟର ସ୍ଥାପନ, ଦୁଇ ଚକିଆ ଚାରି ଚକିଆ ପାର୍କିଂ ନିର୍ମାଣ, ତୃତୀୟ ଫୁଟ ଓଭର ବ୍ରିଜ୍ ନିର୍ମାଣ ସମେତ ବିଭିନ୍ନ ପ୍ରସ୍ତାବ କମିଟି ମେମ୍ବର ମାନେ ଉପସ୍ଥାପନା କରିଥିଲେ । ଷ୍ଟେସନ ମ୍ୟାନେଜର ଉକ୍ତ ପ୍ରସ୍ତାବ ଗୁଡ଼ିକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close