
କାଲି ନୂଆପଡ଼ା ଉପନିର୍ବାଚନର ଫଳାଫଳକୁ ନେଇ ଉତ୍କଣ୍ଠା
ଭୁବନେଶ୍ୱର,୩୧/୧୦(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଓଡ଼ିଶାର ନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ବିଧାୟକ ୰ ରାଜେନ୍ଦ୍ର ଢ଼ୋଲକିଆଙ୍କ ଦେହାନ୍ତ ପରେ ଗତ ନଭେମ୍ବର ୧୧ ତାରିଖରେ ସେଠାରେ ଉପ-ନିର୍ବାଚନ ଭୋଟ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା କାଲି ଭୋଟ ଗଣତି ସହ ଫଳାଫଳ ଘୋଷଣା ହେବ । ଏଥିଲାଗି ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଯେପରି ଆଶା କରାଯାଉଥିଲା କିନ୍ତୁ କିଛି ଓଲଟା ପ୍ରକାରର ଭୋଟ ହୋଇଛି ସେଠାରେ । ତ୍ରିମୁଖି ପ୍ରତିଦ୍ୱନ୍ଦିତାରୁ ପଛରେ ପଡ଼ି ଗଲା ଭଳି ଲାଗୁଛି କଂଗ୍ରେସ । କଂଗ୍ରେସକୁ ଅତି କମରେ ୫୦ ହଜାର ଭଳି ଭୋଟ ମିଳିବାର ଆଶା କରାଯାଉଥିଲା । ହେଲେ କଂଗ୍ରେସ ଭୋଟର ଅଧିକାଂଶ ଭୋଟ ବିଜେପି ଆଡକୁ ଯାଇଛି ବୋଲି କୁହାଯାଉଛି । ଫଳରେ ବିଜେଡି ପ୍ରାର୍ଥିନୀ କଡ଼ା ମୁକାବିଲାର ସମ୍ମୁଖିନ ହେବେ ବୋଲି ଜଣାପଡୁଛି । ଆସନ୍ତା କାଲିକୁ ସଭିଙ୍କ ନଜର! ଦେଖାଯାଉ କ’ଣ ସେଠାରେ ଘଟିବାକୁ ଯାଉଛି ।
Live Share Market




