କଳିଙ୍ଗନଗର ଅଞ୍ଚଳରେ ପୁଷ୍ଟି ସାଧନ ଓ ଅଞ୍ଚଳବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାର୍ଯ୍ୟ କରୁଛି ଟାଟା ଷ୍ଟିଲ ଫାଉଣ୍ଡେସନର ପୋଷଣ ପ୍ରକଳ୍ପ

କଳିଙ୍ଗନଗର, ନଭେମ୍ବର ୭, ୨୦୨୫: ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ଉନ୍ନତି ଆଣିବା ଦିଗରେ ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସଏଫ) ଅନେକ କାର୍ଯ୍ୟକ୍ରମମାନ ହାତକୁ ନେଇଛି । କୁପୋଷଣ ଏବଂ ଅପପୁଷ୍ଟି ସ୍ଥିତିରେ ଅଧିକ ସୁଧାର ପାଇଁ ମଧ୍ୟ ଏହା ଅନେକ ପଦକ୍ଷେପ ଗ୍ରହଣ କରିଛି । ଏ ନେଇ ଟିଏସଏଫ ସ୍ଥାନୀୟ ପ୍ରଶାସନ ସହିତ ମିଳିତ ଭାବେ ୨୦୨୩ ମସିହାରେ ପ୍ରୋଜେକ୍ଟ ପୋଷଣ ଆରମ୍ଭ କରିଥିଲା, ଯାହା ଯାଜପୁର ଜିଲ୍ଲାର ଦାନଗଦି ଓ ସୁକିନ୍ଦା ଏବଂ ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ରଙ୍ଗେଇଲୁଣ୍ଡା ବ୍ଲକ୍ ରେ ପୁଷ୍ଟିକର ଖାଦ୍ୟ ସ୍ଥିତିରେ ଉନ୍ନତି ଆଣିବା ଲକ୍ଷ୍ୟରେ କାର୍ଯ୍ୟ କରିଆସୁଛି। ସ୍ଥାନୀୟ ଅଞ୍ଚଳବାସୀ, ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦଳ ସହ ସମନ୍ୱୟ ରକ୍ଷା କରି, ପ୍ରୋଜେକ୍ଟ ପୋଷଣ ସରକାରୀ ପ୍ରୟାସଗୁଡିକୁ ସମ୍ପୂର୍ଣ୍ଣ କରିବା ପାଇଁ ଅନେକ ପଦ୍ଧତି ଅନୁସରଣ କରୁଛି । କୁପୋଷଣ ପ୍ରତିରୋଧ ପରିଚାଳନା, ସ୍ୱାସ୍ଥ୍ୟକର୍ମୀଙ୍କ ଦକ୍ଷତା ବୃଦ୍ଧି, ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକୁ ସଶକ୍ତ କରିବା, ପୁଷ୍ଟିକର ଖାଦ୍ୟ ଏବଂ ସୁସ୍ଥ ଜୀବନ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଆଦି କ୍ଷେତ୍ରରେ କାର୍ଯ୍ୟ କରୁଛି । ଏହି ପୋଷଣ ପ୍ରକଳ୍ପ ଅଧୀନରେ ସୁକିନ୍ଦା ଓ ଦାନଗଦି ଅଞ୍ଚଳରେ ୩୭,୦୦୦ ରୁ ଅଧିକ ମହିଳା ଓ କିଶୋରୀମାନେ ପୋଷଣ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଯେଉଁଥିରେ ପାଞ୍ଚ ବର୍ଷରୁ କମ ବୟସର ପ୍ରାୟ ୧୯,୦୦୦ ରୁ ଅଧିକ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧,୭୦୦ ରୁ ଅଧିକ ଶିଶୁଙ୍କୁ ସ୍ଵତନ୍ତ୍ର ଧ୍ୟାନ ଦିଆଯିବା ସହିତ ସଠିକ୍ ପୋଷଣ ପ୍ରଦାନ କରାଯାଇ ସେମାନଙ୍କ ଗତିବିଧିରେ ଉନ୍ନତି ଅଣାଯାଇପାରିଛି ।

  ଏଥି ସମେତ ରକ୍ତହୀନତା ନିରାକରଣ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଯେଉଁଥିରେ ୧୬,୦୦୦ରୁ ଅଧିକ ମହିଳା ଏବଂ କିଶୋରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୬,୦୦୦ ଜଣଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରାଯିବା ସହିତ ପୁଷ୍ଟିକର ଖାଦ୍ୟ ପରାମର୍ଶ, ଏବଂ ଆଇରନ ସପ୍ଲିମେଣ୍ଟ ଆଦି ପ୍ରଦାନ କରାଯାଇଛି । ପୋଷଣ ପ୍ରକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ପ୍ରତ୍ୟକ ପରିବାରକୁ ନିଜେ ତାଜା ସବୁଜ ପନିପରିବା ଚାଷ କରିବା ପାଇଁ ଉତ୍ସାହିତ କରାଯିବା । ଏହା ଓଡ଼ିଶାର ଉପଜୀବିକା ଓ ଖାଦ୍ୟ ବିବିଧତା କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଆଣିଛି । ଏହି ପ୍ରକଳ୍ପ ମାଧ୍ୟମରେ ବର୍ତ୍ତମାନ ୬,୦୦୦ରୁ ଅଧିକ ପରିବାର ନିଜ ନିଜ ଘରେ ପାରିବ ବଗିଚା ସ୍ଥାପନ କରିଛନ୍ତି, ଯାହା ସେମାନଙ୍କ ପରିବାରର ପୋଷଣ ଯୁକ୍ତ ଓ ପୁଷ୍ଟିକର ଖାଦ୍ୟ ଆବଶ୍ୟକତାକୁ ଅନେକ ମାତ୍ରାରେ ପୁରଣ କରିପାରୁଛି । “ମୁଁ ପୋଷଣ ପ୍ରକଳ୍ପ ପାଇଁ କୃତଜ୍ଞ। ଟିଏସଏଫ ଟିମ୍ ମୋ ଶିଶୁର ଅପପୁଷ୍ଟି ଅବସ୍ଥା ଚିହ୍ନଟ କରି, ନ୍ୟୁଟ୍ରିଶନ୍ ରିହାବିଲିଟେସନ୍ ସେଣ୍ଟର୍ (ଏନଆରସି)କୁ ପଠାଇଥିଲେ ଏବଂ ଭଲ ଭାବରେ କିପରି ଶିଶୁର ଯତ୍ନ ନିଆଯିବ ସେହି ବିଷୟରେ ଶିକ୍ଷା ଦେଇଥିଲେ । ଆଜି ମୋ ଶିଶୁଟି ସୁସ୍ଥ ଅଛି, ଏବଂ ଆମେ ପିତାମାତା ଭାବରେ ସେମାନଙ୍କ ସହାୟତା ପାଇଁ ହୃଦୟରୁ କୃତଜ୍ଞ, ବୋଲି ଦାନଗଦି ଅଞ୍ଚଳର ଜଣେ ମହିଳା ତଥା ଶିଶୁର ମାତା ମଞ୍ଜୁ ତାମସୋୟ କହିଛନ୍ତି । ଟାଟା ଷ୍ଟିଲ ଫାଉଣ୍ଡେସନର ସ୍ଥାନୀୟ ଅଞ୍ଚଳବାସୀଙ୍କ ଦୀର୍ଘସ୍ଥାୟୀ ବିକାଶ ପ୍ରତି ଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହି ପ୍ରୟାସ ଦ୍ଵାରା ରାଜ୍ୟର ପ୍ରଚଳିତ ସ୍ୱାସ୍ଥ୍ୟ ସେବାକୁ ସହଯୋଗ କରି ସ୍ଥାନୀୟ କ୍ଷମତାରେ ବୃଦ୍ଧି ଆସିପାରିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close