ପ୍ରେମରେ ଧୋକା, ବ୍ଲାକମେଲରେ ଜୀନାର ଜୀବନ ଶେଷ; ପଙ୍କପାଳରେ ଦୁଃଖଦ ଘଟଣା—ଅଭିଯୁକ୍ତ ସୋନୁ ବିଶ୍ଵ।ଳ ବିରୋଧରେ ମାମଲା ରୁଜୁ, ପୋଲିସ ତଦନ୍ତ ଜାରି

କଳିଙ୍ଗନଗର, ତା ୨/୧୧ : ଯଖପୁରା ଥାନା ଅନ୍ତର୍ଗତ ପଙ୍କପାଳ ପଞ୍ଚାୟତରେ ପ୍ରେମ ସମ୍ପର୍କ ଜୀବନ ନେଇ ଦୁଃଖଦ ଘଟଣା ଘଟିଛି। ପ୍ରେମିକଙ୍କ ବ୍ଲାକମେଲ ଓ ଧମକ ଚାପଜନିତ ସାମାଜିକ ଅସହ୍ୟତାରେ ଜଣେ ୧୫ ବର୍ଷୀୟା ଝିଅ ଆତ୍ମହତ୍ୟା କରିଥିବା ଅଭିଯୋଗ ଉଠିଛି। ଘଟଣାରେ ମୃତା ହେଉଛନ୍ତି ପଙ୍କପାଳ ପଞ୍ଚାୟତ ପଙ୍କପାଳ ଗ୍ରାମର ନିବାସୀ ଦକ୍ଷିଣାଗ ରାୟଙ୍କ ଝିଅ ଜୀନା ରାୟ (୧୫)। ଅଭିଯୁକ୍ତ ହେଉଛନ୍ତି ସେହି ପଞ୍ଚାୟତର ଶାସନ ଗ୍ରାମ ନିବାସୀ ସୋନୁ ବିଶ୍ଵ।ଳ (୧୯), ପିତା ରବୀନ୍ଦ୍ର ବିଶ୍ଵ।ଳ। ପୋଲିସ ତଥ୍ୟ ଅନୁସାରେ, ଜୀନା ଓ ସୋନୁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା। କିନ୍ତୁ ପରେ ସୋନୁ ତାଙ୍କ ସହ ଥିବା କିଛି ଅନ୍ତରଙ୍ଗ ଫଟୋ ଦେଖାଇ ଧମକ ଓ ବ୍ଲାକମେଲିଂ ମାଧ୍ୟମରେ ପଇସା ମାଗିବା ଆରମ୍ଭ କଲେ। ଘଟଣା ଘଟିବା ଦିନ, ସୋନୁଙ୍କ ଚାପ ବଢ଼ି ବଢ଼ି ଯିବାରୁ ଜୀନା ସେମାନଙ୍କ ଘରକୁ ଯାଇ ସୋନୁଙ୍କ ପିତା ରବୀନ୍ଦ୍ର ବିଶ୍ଵ।ଳଙ୍କୁ ସବୁ କାର୍ଯ୍ୟକଳାପ ବିଷୟରେ ଜଣାଇଥିଲେ। କିନ୍ତୁ ସେଠାରୁ ଆଶ୍ବାସନା ନ ମିଳିବାରୁ ନିରାଶ ହୋଇ ଘରକୁ ଫେରି ନିଜ ଘରେ ଡ୍ରେସ ଓନିରେ ଝୁଲି ଆତ୍ମହତ୍ୟା କରିଥିଲେ। ପରେ ପରିବାର ଲୋକେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କଲେ, କିନ୍ତୁ ସେତେବେଳେ ସେ ମୃତ ଥିଲେ। ଘଟଣା ପରେ ଝିଅର ପିତାଙ୍କ ପକ୍ଷରୁ ଯଖପୁରା ଥାନାରେ ଅଭିଯୋଗ ଦାଖଲ କରାଯାଇଛି। ପୋଲିସ କେସ ନଂ–162/25 ଅନୁଯାୟୀ ଧାରା 108, 351(2) BNS ଅନୁସାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ଯଖପୁରା ଥାନା ଅଧିକାରୀ ଜଣାଇଛନ୍ତି, “ପ୍ରାରମ୍ଭିକ ତଦନ୍ତରେ ବ୍ଲାକମେଲ ଓ ମନୋଚାପ ଅଭିଯୋଗ ସତ୍ୟ ପାଇଯାଇଛି। ଅଭିଯୁକ୍ତ ସୋନୁ ବିଶ୍ଵ।ଳଙ୍କୁ ଗିରଫ ପାଇଁ ପୋଲିସ ଟିମ୍ ଗଠିତ ହୋଇଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଦାନଗଦି ମେଡିକାଲକୁ ପଠାଯାଇଛି। ଘଟଣା ନେଇ ଅଞ୍ଚଳରେ ଶୋକ  ଚାଲିଛି। ସ୍ଥାନୀୟ ଲୋକେ ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close