ଟ୍ରକ ଚୋରି ମାମଲା ଫାସ: ଅଭିଯୁକ୍ତ ଗିରଫ, ଚୋରି ହୋଇଥିବା ଟ୍ରକ ଜବତ

କଳିଙ୍ଗନଗର ତା ୨/୧୧/୨୫: ଟ୍ରକ ଚୋରି ମାମଲାରେ ଜଣେ ଯୁବକଙ୍କୁ କଳିଙ୍ଗନଗର ପୁଲିସ ଗିରଫ କରି ଆଜି ଆଦାଲତକୁ ହଜର କରାଇଛି।ଖବର ଅନୁସାରେ, କଳିଙ୍ଗନଗର ଥାନା ମାମଲା ନଂ–୪୦୧/୨୫ ଅନୁସାରେ ଭାରତୀୟ ଦଣ୍ଡ ସଂହିତାର ଧାରା ୩୦୩(୨) BNS ଅଧୀନରେ ଟ୍ରକ ଚୋରି ମାମଲା ରୁଜୁ ହୋଇଥିଲା। ଅଭିଯୋଗକାରୀ ହେଲେ ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଦୁବୁରି ଗ୍ରାମର ସୈଳେନ୍ଦ୍ର ପ୍ରଧାନ (୨୭), ପିତା ବିମଳ ପ୍ରଧାନ। ଏହି ମାମଲାରେ ପୁଲିସ ତଦନ୍ତ ପରେ ବାରମୁଣ୍ଡୁଲି ଗ୍ରାମ, ଜେନାପୁର ଥାନା ଅନ୍ତର୍ଗତ ନିବାସୀ ପଦନ ସାମଲ (୨୮), ପିତା ଶଙ୍କର ସାମଲଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନିକଟରୁ ଚୋରି ହୋଇଥିବା ଟ୍ରକ ଜବତ ହୋଇଛି। ଏହି ଘଟଣା ସମ୍ପର୍କରେ କଳିଙ୍ଗନଗର ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି ଯେ, ମାମଲାର ଅନୁସନ୍ଧାନ ଜାରି ରହିଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close