ଋାଉରକେଲା ଇସ୍ପାତ କର୍ମଚାରୀ ସଂଘ ତରଫରୁ ପ୍ରତି ଲକ୍ଷ୍ମୀ ପେଣ୍ଡାଲକୁ ସହଯୋଗ ରାଶି ପ୍ରଦାନ
ରାଉରକେଲା,(ଉ. ନ୍ୟୁଜ୍ ବ୍ୟୁରୋ): ଦକ୍ଷିଣ ରାଉରକେଲା ଅଂଚଳରେ ଥିବା ବିଭିନ୍ନ ଲକ୍ଷ୍ମୀ ପେଣ୍ଡାଲର କର୍ମକର୍ତାଙ୍କୁ ‘ରାଉରକେଲା ଇସ୍ପାତ କର୍ମଚାରୀ ସଂଘ’,(ଆରଆଇକେଏସ) ସଂଗଠନର ସାଧାରଣ ସମ୍ପାଦକ ଓ ଅନ୍ୟ ସଭ୍ୟମାନେ ସାକ୍ଷାତ କରି ତାଙ୍କ ଶ୍ରମିକ ସଂଗଠନ ପକ୍ଷରୁ ସହଯୋଗମୂଳକ ରାଶି ପ୍ରଦାନ କରିଛନ୍ତି । ପ୍ରକାଶଥାଉକି, ଦକ୍ଷିଣ ରାଉରକେଲା ଅଂଚଳରେ ବିଭିନ୍ନ ଲକ୍ଷ୍ମୀ ପେଣ୍ଡାଲମାନ ରହିଛି । ଏହି ପେଣ୍ଡାଲମାନଙ୍କରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୂଜାବିଧି ପ୍ରତିବର୍ଷ ପରି ଚଳିତ ବର୍ଷ ବଡ଼ ଯାକଜମକରେ ପାଳନ କରାଯାଇଛି । ବ୍ୟୟବହୁଳ ପରିବେଶରେ ସାମାନ୍ୟତମ ସହଯୋଗର ହାତ ବଢ଼ାଇବାକୁ ଆଗେଇ ଆସି ଗତ ୧୧ ତାରିଖ ସନ୍ଧ୍ୟାରେ ସର୍ବମୋଟ ୧୫ଟି ପେଣ୍ଡାଲକୁ ରାଉରକେଲା ଇସ୍ପାତ କର୍ମଚାରୀ ସଂଘ ତରଫରୁ ସାଧାରଣ ସମ୍ପାଦକ ରମେଶ ସାହୁ ପେଣ୍ଡାଲ ପିଛା ୧୦୦୦ ଟଙ୍କା ଲେଖାଏଁ ସହଯୋଗ କରିବା ଦ୍ୱାରା ପୂଜା କର୍ମକର୍ତାମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ରାଙ୍ଗିଲା ଛକ ଠାରେ ଥିବା ଗଜଲକ୍ଷ୍ମୀ ପୂଜା ପେଣ୍ଡାଲ, ଫର୍ଟିଲାଇଜର ମା’ ମଙ୍ଗଳା ଲକ୍ଷ୍ମୀପୂଜା କମିଟି, ନାରାୟଣ ମାର୍କେଟ ନିୟୁ ପୂଜା କମିଟି, ନାରାୟଣ ମାର୍କେଟ ଜଗନ୍ନାଥ ମନ୍ଦିର ନିକଟ କର୍ତା କମିଟି, ଏନ୍.କେ ନାୟକ କମିଟି, ଆଇଡିଏଲ୍ ମାର୍କେଟ୍, ପୁର୍ଣ୍ଣେନ୍ଦୁ ମାର୍କେଟ କମିଟି, ଲୋକନାଥ ମାର୍କେଟ ପୂଜା କମିଟି, ଏ, ବି ଓ ସି, ଫାୟାର ଫାଇଟିଂ କଲୋନୀ, ଟଙ୍ଗରପଲି ବସ୍ତି ଇତ୍ୟାଦି ପୂଜା କମିଟିମାନଙ୍କୁ ଆରଆଇକେଏସ ତରଫରୁ ସହଯୋଗ ରାଶି ପ୍ରଦାନ କରାଯାଇଛି ।




