‘ଓ ଟିଭି’ ତରଫରୁ ବ୍ୟାସନଗରର ପୁରାତନ ନ୍ୟୁ ମାର୍କେଟ କାଳୀ ପୂଜା କମିଟିକୁ ପଦକ ପ୍ରଦାନ

ବ୍ୟାସନଗର,୩୦/୧୦(ଅସିତ୍ କୁମାର ଦାସ/ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): ଓଡ଼ିଶାର ଯାଜପୁର ଜିଲ୍ଲାର କ୍ରୋମନଗରୀ ଭାବେ ବିଦିତ ବ୍ୟାସନଗର ସହରର ମା’କାଳୀଙ୍କ ପୂଜା ଚଳିତ ଥର ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହେଉଛି । ବାତ୍ୟା ‘ମୋନ୍ଥା’ ପାଇଁ ପୂଜା କିଛିଟା ପ୍ରଭାବିତ ହୋଇଛି । ହେଲେ ପୁଣି ଆଜି ଠାରୁ ପୂଜା ପେଣ୍ଡାଲଗୁଡିକ ସନ୍ଧ୍ୟାରେ ଚମକିଛି । ଆସନ୍ତା କାଲି ୩୧ ତାରିଖର ଭଷାଣୀ ପାଇଁ ସମସ୍ତଙ୍କ ନଜର ରହିଛି । ପାଗ ଅନୁକୂଳ ରହିପାରେ ବୋଲି ଆମେ ଆଶା କରୁଛୁ । ଗତ କାଲି ବର୍ଷା ଉପରେ ଯାହା ଆକଳନ କରିଥିଲୁ, ତାହା ହିଁ ଘଟଛି । ଗୁଗ୍‌ଲରେ ବର୍ଷା ଦେଖାଉଥିବା ବେଳେ ଏପର୍ଯ୍ୟନ୍ତ ବର୍ଷା ହୋଇ ନାହିଁ । ସେଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପୂଜାକୁ ଯଥେଷ୍ଟ ସରସ ସୁନ୍ଦର କରିବା ପାଇଁ ଚେଷ୍ଟିତ ଥିବା ପୂଜା କମିଟିମାନେ ବେଶ ଖୁସି ଅଛନ୍ତି । ବହୁ ଅର୍ଥ ବଇନା ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମମାନ କରିବା ସହ ଭଷାଣି ଏବଂ ମେଲଣ ପାଇଁ ବାଜା ବାଣି ଆଦି ବହୁ ଆଗରୁ ବରାଦ ଦେଇ ଆୟୋଜକମାନେ ଆସନ୍ତା କାଲି ପାଇଁ ବେଶ ପ୍ରସ୍ତୁତ ହେଉଛନ୍ତି । ନିଜ ନିଜର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଯୋଜନାରେ ରହିଛନ୍ତି । ମେଲଣରେ ଲକ୍ଷାଧିକ ଲୋକଙ୍କ ସମାବେଶ ହେବାର ଆକଳନ କରାଯାଉଛି ।
ଆଜି ଗୁରୁବାର ପୂର୍ବାହ୍ନରେ ନ୍ୟୁମାର୍କେଟ କାଳୀ ପେଣ୍ଡାଲ ନିକଟରେ ଏକ ଗଣ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । ଏଥିରେ ସ୍ଥାନୀୟ ଲୋକଙ୍କ ସହ ବାହାରର ବହୁ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ଚଳିତ ବର୍ଷ ଉନ୍ନତ ଧରଣର ମୂର୍ତି, ପାଶ୍ୱର୍ ଦେବତା ଓ ଆୟୋଜନ ପାଇଁ ‘ଓ ଟିଭି’ ତରଫରୁ ଏକ ପଦକ ଆଜି ପୂର୍ବାହ୍ନରେ ନ୍ୟୁ ମାର୍କେଟ ପୂଜା କମିଟିକୁ ପ୍ରଦାନ କରାଯାଇଛି । ଏଥିରେ ପୂଜା କମିଟିର ସଭାପତି ତଥା ପୂର୍ବତନ କାଉନସିଲର ରାଜେନ୍ଦ୍ର ପ୍ରଧାନ, ସାଧାରଣ ସଂପାଦକ ତଥା କାଉନସିଲର ମନୋଜ ରାଉତ (ବାବି), କୋଷାଧ୍ୟକ୍ଷ ଘନଶ୍ୟାମ ସାହୁ, ସଭ୍ୟ ତଥା ବରିଷ୍ଠ ସାମ୍ବାଦିକ କୈଳାସ ରାଉତ, ପ୍ରକାଶ ଚନ୍ଦ୍ର ସାହୁ, ରଂଜନ, ଜଗବନ୍ଧୁ ସାହୁ, ଦୀଲିପ, ସୁଶାନ୍ତ ସାହୁ, ରାମ, ଗୈାରାଙ୍ଗ ଚନ୍ଦ୍ର ମହାଳିକ, ତାପସ ମହାନ୍ତି, ଅସିତ୍ କୁମାର ଦାସ ପ୍ରମୁଖ ଏହି ପଦକ ଗ୍ରହଣ ଉତ୍ସବରେ ସାମିଲ ହୋଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close