ଯାଜପୁରର ଦାନଗଦି ବ୍ଲକ ଅଫିସରେ ମିଳିତ ଜନଶୁଣାଣି—୭୧ଟି ଅଭିଯୋଗ ଗ୍ରହଣ, ୨୦ଟି ଘଟଣା ସ୍ଥଳରେ ସମାଧାନ

କଳିଙ୍ଗନଗର, ତା.୨୭ : ଆଜି ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ ଅଫିସରେ ମିଳିତ ଜନଶୁଣାଣି (Joint Grievance Hearing) ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାପାଳ ଓ ଜିଲ୍ଲା ପୁଲିସ ଅଧୀକ୍ଷକଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଲୋକମାନଙ୍କ ଅଭିଯୋଗ ଶୁଣିଥିଲେ। ଏହି ଶୁଣାଣିରେ ମୋଟ ୭୧ଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ତା’ମଧ୍ୟରୁ ୪୮ଟି ବ୍ୟକ୍ତିଗତ ସମସ୍ୟା, ୩ଟି ସାମୁଦାୟିକ ସମସ୍ୟା ଏବଂ ୨୦ଟି ମୁଖ୍ୟମନ୍ତ୍ରୀଙ୍କ ସହାୟତା ତହବିଲ (CMRF) ଅଧୀନରେ ଦାଖଲ ହୋଇଥିଲା। ଶୁଣାଣି ସମୟରେ ୨୦ଟି ଅଭିଯୋଗର ନିରାକରଣ ଘଟଣା ସ୍ଥଳରେ ସମାଧାନ ହିଁ କରାଯାଇଥିଲା। ଏହି ଶୁଣାଣିରେ ଉପସ୍ଥିତ ଅଧିକାରୀମାନେ ହେଲେ — ଜିଲ୍ଲାପାଳ ଓ ଜିଲ୍ଲା ମଜିଷ୍ଟ୍ରେଟ୍ ଅମ୍ବର କୁମାର କର, ଜିଲ୍ଲା ପୁଲିସ ଅଧୀକ୍ଷକ ଯଶପ୍ରତାପ ଶ୍ରୀମାଲ, IPS,  ଯୁଧିଷ୍ଠିର ନାୟକ, ADM (General), ଦେବୀ ପ୍ରସାଦ ମହାନ୍ତି, CDO-cum-EO, ଜିଲ୍ଲା ପରିଷଦ, ସପନ କୁମାର ନନ୍ଦ, ADM, କଳିଙ୍ଗନଗର, ତ।ପସ ରଞ୍ଜନ ଦେହୁରୀ, ସବ୍-କଲେକ୍ଟର, ଯାଜପୁର, ନିବେଦିତା ପ୍ରଧାନ, Asst. Collector (Gen & Misc), ପ୍ରଦୀପ କୁମାର ସେଠି, ବିଡ଼ିଓ ଦାନଗଦି, ରଞ୍ଜିତ କୁମାର ମଲ୍ଲିକ, ତହସିଲଦାର, ଦାନଗଦି। ଜିଲ୍ଲାପାଳ ଓ ଏସପି ଲୋକମାନଙ୍କ ଅଭିଯୋଗ ଓ ଦାବି ଓ ଅଭିଯୋଗଗୁଡ଼ିକୁ ଗୁରୁତ୍ୱର ସହ ଶୁଣି, ସମ୍ବନ୍ଧିତ ବିଭାଗକୁ ତ୍ରୁଟିବିହୀନ ଭାବେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଶୁଣାଣି ଶେଷରେ ସଂପୂର୍ଣ୍ଣ ରିପୋର୍ଟ ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗ, ଭୁବନେଶ୍ୱର ଏବଂ ମଧ୍ୟ ବିଭାଗୀୟ ଆୟୁକ୍ତ, କଟକଙ୍କୁ ପ୍ରେରଣ କରାଯାଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close