
୫୩ ଜାତୀୟ ରାଜପଥରେ ଦୁର୍ଘଟଣା; ଲୁନା ଚାଳକ ଗୁରୁତର, କଟକ ସ୍ଥାନାନ୍ତର—ଡ୍ରମ୍ଫର ସହ ଧକ୍କା
କଳିଙ୍ଗନଗର, ତା. ୨୭: ସୁକିନ୍ଦା ଥାର୍ଡ IRB ବାଟାଲିୟନ ସାମ୍ନାରେ ଥିବା ୫୩ ନମ୍ବର ଜାତୀୟ ରାଜପଥ ଆଜି ସକାଳୁ ଏକ ଦୁର୍ଘଟଣା ଘଟିଥିଲା । ଲୁନା ଓ ଡ୍ରମ୍ଫର ମଧ୍ୟରେ ହୋଇଥିବା ଧକ୍କାରେ ଜଣେ ଲୁନା ଚାଳକ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ, ବଞ୍ଜା ଗ୍ରାମର ବାସିନ୍ଦା ପ୍ରଫୁଲ୍ଲ ନାଏକ ଟାଟା ପ୍ଲାଣ୍ଟରେ ଡ୍ୟୁଟି କରିବା ପାଇଁ ଯାଉଥିବା ବେଳେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଡ୍ରମ୍ଫର (ରେଜିଷ୍ଟ୍ରେସନ୍ ନଂ. OR09J-4313) ସହିତ ଧକ୍କା ଲାଗିଥିଲା। ଧକ୍କା ଫଳରେ ପ୍ରଫୁଲ୍ଲ ନାଏକ ରାସ୍ତାରେ ପଡି ଗୁରୁତର ଆହତ ହୋଇଥିଲେ। ଘଟଣାସ୍ଥଳରେ ଥିବା ସ୍ଥାନୀୟ ଲୋକମାନେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗାଡ଼ କରି ଆହତକୁ ସୁକିନ୍ଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିବାରୁ ଡାକ୍ତରମାନେ ତୁରନ୍ତ କଟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ଏ ସମ୍ପର୍କରେ ସୁକିନ୍ଦା ପୋଲିସ ଘଟଣାସ୍ଥଳ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Live Share Market




