
ଜେସିବି ରେ ଚାପି ହୋଇ ଶ୍ରମିକ ମୃତ ,ଡ୍ରାଇଭର ଗିରଫ

ଯାଜପୁର ;୨୪/୧୦ (ନି ପ୍ର): ମୃତ୍ୟୁ ଯେ କେତେବେଳେ କେଉଁଠି ଆସିଥାଏ ତାହା କହି ହୁଏନି ଏମିତି ଏକ ଘଟଣା ଘଟିଛି କଳିଙ୍ଗନଗର ଅଞ୍ଚଳ ସାରଙ୍ଗପୁର ହାଟ ନିକଟରେ । ବ୍ୟକ୍ତି ଜଣକ ଡିଉଟି ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଜେସିବି ମେସିନ ଧକ୍କା ଦେଇଥିଲା। ମୃତ ବ୍ୟକ୍ତିଙ୍କ ଚିହ୍ନଟ ଟମକା ଥାନା ଫୁଲଝର ଅଞ୍ଚଳର ଜିତେନ୍ ପୂର୍ତ୍ତି (ବୟସ ୪୦) ବୋଲି କୁହାଯାଉଛି। ସେ କଳିଙ୍ଗନଗରସ୍ଥ ନୀଳାଞ୍ଚଳ କାରଖାନାରେ ଶ୍ରମିକ ଭାବେ କାମ କରୁଥିଲେ।ଜେସିବି ମେସିନ ମୁଣ୍ଡ ଉପରେ ଚାଲିଯିବା ଫଳରେ ଆଗପଟ ମୁଣ୍ଡ ଭିତରକୁ ପଶିଯାଇଥିଲା ତାଙ୍କର ଘଟଣାସ୍ଥଳରେ ମୃତ୍ୟୁବରଣ ହୋଇଥିବା ସ୍ଥାନୀୟ ଲୋକେଙ୍କ ଠାରୁ ସୂଚନା ମିଳିଛି। ସ୍ଥାନୀୟ ଲୋକ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦାନଗଦି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।କିନ୍ତୁ ଡାକ୍ତର ତାଙ୍କର ପରୀକ୍ଷା ପରେ ତାଙ୍କର ମୃତହୋଇଥିବା ଘୋଷଣା କରିଥିଲେ। ଘଟଣା ପରେ ଜେସିବି ମେସିନ ଯାହାର ନମ୍ବର -OR04L-3220 ଓ ଡ୍ରାଇଭର (ମନୋଜ କୁମାର ପରିଡା )କୁ କଳିଙ୍ଗନଗର ପୋଲିସ ନିଜ ହେପାଜତକୁ ନେଇ କେଶ ନମ୍ବର 393/25ରେ ମାମଲା ଋଜୁ କରିବା ସହ ଡେଡ୍ଡବଡି ମୃତକଙ୍କ ପରିବାର କୁ ହସ୍ତାନ୍ତର କରାଯାଇଛି।




