ସାଇରାଜ ଓ ରଶ୍ମିରଞ୍ଜନ ଙ୍କୁ ମିଳିଲା ଇଣ୍ଟରନ୍ୟାସନାଲ କରାଟେ ଚମ୍ପିୟାନସିପ ତରଫରୁ ରୋପ୍ୟ ପଦକ

ଯାଜପୁର,୨୨/୦୯(ଉ. ନ୍ୟୁଜ୍ ବ୍ୟୁରୋ): ବ୍ୟାସନଗର ପୌରାଞ୍ଚଳରେ ଥିବା ବ୍ୟାସନଗର ପବ୍ଲିକ୍ ସ୍କୁଲର ଛାତ୍ର ସାଇରାଜରଶ୍ମିରଞ୍ଜନ ଙ୍କୁ ମିଳିଲା ଇଣ୍ଟରନ୍ୟାସନାଲ କରାଟେ ଚମ୍ପିୟାନସିପ ତରଫରୁ ରୋପ୍ୟ ପଦକ। ଗତ ୩୧ ଅଗଷ୍ଟ ୨୦୨୫ ରବିବାର ଦିନ ଇଣ୍ଟରନ୍ୟାସନାଲ କରାଟେ ଚମ୍ପିୟାନସିପ ତରଫରୁ ଆୟୋଜିତ ଅନ୍ତର୍ଦେଶୀୟ କରାଟେ ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟ ତଥା ଦେଶରୁ ଆସିଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ଓଡ଼ିଶାରୁ କୋଡ଼ିଏ ଜଣ ଭାଗ ନେଇଥିଲେ। କଲିକତା ସ୍ଥିତ ଅଲ୍ଲାମୋହନ ଦାସ ଇଣ୍ଡୋର୍ ଷ୍ଟାଡିୟମ୍ ରେ ଆୟୋଜିତ ଏହି କରାଟେ ପ୍ରତିଯୋଗିତାରେ ବିଭିନ୍ନ ଦେଶରୁ ଆସିଥିବା ପ୍ରତିଯୋଗୀ ନିଜ ନିଜର ପ୍ରତିଭା ଦେଖାଇଥିଲେ।ଏଥି ମଧ୍ୟରୁ ବ୍ୟାସନଗର ପବ୍ଲିକ୍ ସ୍କୁଲର ଛାତ୍ର ସାଇରାଜ ସାମନ୍ତରାୟ, ରଶ୍ମିରଞ୍ଜନ ମହାନ୍ତି ଓ ଶକ୍ତି ସ୍ୱରୁପ ଖଟୁଆ ଙ୍କୁ ରୋପ୍ୟ ପଦକ ପ୍ରାପ୍ତ ହୋଇଥିଲା। ସେମାନଙ୍କର କ୍ରୀଡା କୌଶଳ ଓ ତାଙ୍କର ଆଗ୍ରହ ଆଜି ତାଙ୍କୁ କରାଟେ କ୍ଷେତ୍ରରେ ଇଣ୍ଟରନ୍ୟାସନାଲ ସ୍ଥରରେ ରୋପ୍ୟ ପଦକ ପର‌୍ୟ୍ୟନ୍ତ ପହଞ୍ଚାଇ ବିଦ୍ୟାଳୟ ପାଇଁ ଗୌରବ ଆଣିପାରିଛି । ଆଗାମୀ ଦିନରେ ତାଙ୍କର ଚେଷ୍ଠା ସାହସିକତା ତାଙ୍କୁ ସ୍ୱର୍ଣ୍ଣ ପଦକ ହାସଲ ପାଇଁ ମାର୍ଗ ଦେଖାଇବ ବୋଲି କହିଛନ୍ତି କରାଟେ ପ୍ରଶିକ୍ଷକ ଶ୍ରୀଯୁକ୍ତ ମନୋରଞ୍ଜନ ଭଞ୍ଜ। ବିଦ୍ୟାଳୟର ଅଧ୍ୟକ୍ଷା ଡ଼. ଦେବସ୍ମିତା ସାହୁ ଓ ଉପ ପ୍ରଧାନାଚାର‌୍ୟ୍ୟ ନାରାୟଣ ଚନ୍ଦ୍ର ରାଉଳ ତାଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close