ଟାଟା ଷ୍ଟିଲ୍ କଳିଙ୍ଗନଗର, ଏନଆଇଏନଏଲ୍ ଓ ଫେରୋ ଆଲଏଜ ପ୍ଲାଣ୍ଟ୍ ପକ୍ଷରୁ ‘ଏକ ପେଡ଼ ମା କେ ନାମ ୨.୦’ କାର୍ଯ୍ୟକ୍ରମ ଆୟୋଜିତ

କଳିଙ୍ଗନଗର, ସେପ୍ଟେମ୍ବର,୧୭,୨୦୨୫: ପରିବେଶ ସଂରକ୍ଷଣ ଏବଂ ସାମାଜିକ କଲ୍ୟାଣ ଦିଗରେ ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ଟାଟା ଷ୍ଟିଲ୍ କଳିଙ୍ଗନଗର, ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନଆଇଏନଏଲ୍) ଏବଂ ଫେରୋ ଆଲଏଜ ପ୍ଲାଣ୍ଟ୍(ଏଫଏପି, ଯାଜପୁର ପକ୍ଷରୁ ବୁଧବାର ଦିନ ମିଳିତ ଭାବେ ‘ଏକ ପେଡ଼ ମା କେ ନାମ ୨.୦’ ଓଡ଼ିଶା ସରକାରଙ୍କ ରାଜ୍ୟବ୍ୟାପୀ ଅଭିଯାନ ଅନ୍ତର୍ଗତ ଏକ ବୃହତ୍ ଚାରା ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

୧୫,୦୦୦ରୁ ଅଧିକ ଚାରା ରୋପଣ କଲେ କର୍ମଚାରୀ ଓ ସ୍ଥାନୀୟ ଲୋକେ

ଏହି ଅଭିଯାନରେ ଟାଟା ଷ୍ଟିଲ୍ କଳିଙ୍ଗନଗର ପ୍ଲାଣ୍ଟରେ ସବୁଜ ବଳୟ ପରିସର ମଧ୍ୟରେ ୫,୦୦୦ରୁ ଅଧିକ ଚାରା ରୋପଣ କରାଯାଇଛି। ଟାଟା ଷ୍ଟିଲ୍ କଳିଙ୍ଗନଗରର ପରିବେଶ ବିଭାଗ ଦ୍ୱାରା ଆୟୋଜିତ ଏହି ଚାରାରୋପଣ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ଲାଣ୍ଟରେ ଜୈବବିବିଧତାକୁ ବୃଦ୍ଧି କରିବା ଏବଂ ଏକ ସବୁଜ ଶିଳ୍ପ ବୈଷୟିକ ପରିସେଠିକୁ ଅଂଶଦାନ କରିବା। ଏଥିରେ ୫୦୦ରୁ ଅଧିକ କର୍ମଚାରୀ ଏବଂ ବ୍ୟବସାୟ ସହଯୋଗୀ ମାନେ ଅଂଶଗ୍ରହଣ କରିଥିଲେ।

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଏକ ସମାନ୍ତରାଳ ଏବଂ ସୁଦୂର ପ୍ରସାରି ପ୍ରୟାସରେ ବୃହତ୍ ସାମାଜିକ ଚାରାରୋପଣ ଅଭିଯାନର ଆୟୋଜନ କରିଛି। ଯାଜପୁର ଜିଲ୍ଲାର ଦାନଗଦି ବ୍ଲକ୍ ଅନ୍ତର୍ଗତ ଧୂଳିଗଡ଼ ଏବଂ ପଙ୍କପାଳ ଗ୍ରାମରେ ପ୍ରାୟ ୧୦,୦୦୦ ଚାରା ରୋପଣ କରାଯାଇଛି। ଏହି ସମାଜ-କେନ୍ଦ୍ରିତ ପଦକ୍ଷେପ କମ୍ପାନୀର ଆଖପାଖ ଗ୍ରାମାଞ୍ଚଳର କଲ୍ୟାଣ ଏବଂ ପରିବେଶ ସନ୍ତୁଳନ ପ୍ରତି ଗଭୀର ପ୍ରତିବଦ୍ଧତାକୁ ପ୍ରଦର୍ଶିତ କରିଛି। ଟିଏସକେ, ଏନଆଇଏନଏଲ୍ ଏବଂ ଏଫଏପି, ଯାଜପୁରର ୫୦୦ରୁ ଅଧିକ କର୍ମଚାରୀ ଏବଂ ଭେଣ୍ଡର ପାର୍ଟନରମାନେ ଏହି ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close