Home/ଆଞ୍ଚଳିକ/ଏସ.ପି ନନ୍ଦ ପାଠାଗାରର ୨୬ତମ ବାର୍ଷିକୋତ୍ସବ, ଗୁରୁ ଦିବସ ପାଳନ ଏସ.ପି ନନ୍ଦ ପାଠାଗାରର ୨୬ତମ ବାର୍ଷିକୋତ୍ସବ, ଗୁରୁ ଦିବସ ପାଳନ 5 September 2025 1,302 Less than a minute 🔊 Listen to this Dushmanta Kumar Rout ବ୍ୟାସନଗର,୦୫/୦୯: ସ୍ଥାନୀୟ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ଆଜି ଶୁକ୍ରବାର ପୂର୍ବାହ୍ନରେ ‘ଉଦୟବଟ’ ପରିଚାଳିତ ଏସ. ପି ନନ୍ଦ ପାଠାଗାରର ୨୬ତମ ବାର୍ଷିକୋତ୍ସବ ଓ ଗୁରୁ ଦିବସ ପାଳନ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ ଯୋଗ ଦେଇ କାର୍ଯ୍ୟକ୍ରମ ଓ ଆଲୋଚନାଚକ୍ରକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରି କହିଥିଲେ ଯେ, ଦୀର୍ଘ ୨୬ ବର୍ଷ ଧରି ଏସ. ପି ନନ୍ଦ ପାଠାଗାର ତିଷ୍ଠି ରହି କ୍ରମାଗତ ଭାବେ ବାର୍ଷିକୋତ୍ସବ ପାଳନ କରିବା ଆମ ଅଂଚଳରେ ଉଦାହରଣ ସୃଷ୍ଟି କରିଛି । ମୁଖ୍ୟବକ୍ତା ଭାବେ ଝାଡ଼େଶ୍ୱର ଜୁନିୟର ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ଅକ୍ଷୟ କୁମାର ପଣ୍ଡା ଯୋଗ ଦେଇ କହିଥିଲେ ଯେ, ସୁସ୍ଥ ସମାଜ ଗଠନ ପାଇଁ ଓ କଳୁଷିତ ସମାଜକୁ ସ୍ୱଚ୍ଛ କରିବା ପାଇଁ ସୁ-ସାହିତ୍ୟର ଆବଶ୍ୟକତା ରହିଛି । ପାଠକୀୟ ଆଦୃତି ବଢ଼ାଇବା ସହ ସମାଜରେ ସୃଜନଶୀଳତା ରକ୍ଷା ପାଇଁ ପାଠାଗାର, ସମ୍ବାଦପତ୍ର ଓ ପତ୍ରପତ୍ରିକାମାନେ ନିରନ୍ତର ଉଦ୍ୟମ ଜାରୀ ରଖିଥିବାରୁ ସେମାନେ ଧନ୍ୟବାଦର ପାତ୍ର । ଅନ୍ୟତମ ଅତିଥି ଭାବେ ସାପଗଡ଼ିଆ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ ମହାପାତ୍ର, ଯାଜପୁର ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ବସନ୍ତ କୁମାର ପାତ୍ର, ସାଇ ସେବା ସଂସ୍ଥାର ବରିଷ୍ଠ କାର୍ଯ୍ୟକର୍ତା ରାହାସ ବିହାରୀ ପଣ୍ଡିତ୍, ଶ୍ରମିକ ନେତା ଅରୁଣ କୁମାର ଦାସ, ଶିକ୍ଷାବିତ୍ ନୃସିଂହ ଚରଣ ବଳ ପ୍ରମୁଖ ଯୋଗ ଦେଇ ସାମ୍ପ୍ରତିକ ପରିସ୍ଥିତିରେ ଶିକ୍ଷାର ବ୍ୟବସ୍ଥା, ଅବକ୍ଷୟମୁଖି ସମାଜ, ଶିକ୍ଷକମାନଙ୍କର ଗୁରୁଦାୟିତ୍ୱ ସଂର୍ପକରେ ଆଲୋଚନା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅଭିମନ୍ୟୁ ବିଶ୍ୱାଳ, ସୁମନ୍ତ ରାଉତ, ବିଦ୍ୟୁତ୍ପ୍ରଭା ରାୟ, କବୟତ୍ରୀ ସୁମିତ୍ରା ମିଶ୍ର, ପ୍ରଫୁଲ୍ଲ ବାରିକ, ସୁବାସ ଜେନା, ହରଦୟାଲ ସିଂହ, ଅସିତ୍ ଦାସ, ଅଭିଷେକ ମଲ୍ଲ, ଦିଲୀପ କୁମାର ଲେଙ୍କା, ନରହରି ବେହେରା, ନିକିତା ବାରିକ, କଳିଙ୍ଗ କେଶରୀ ରାଉତ, ଆୟୁଷ ନାୟକ, ଆୟୁଷ୍ମାନ କରଣ, ଦୀପେଶ ଜେନା, ଶ୍ୟାମସୁନ୍ଦର ରାଉତ, ଗୋଲାପ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ଏଠାରେ ଗୁରୁ ଦିବସ ଦିବସ ପାଳନ କରାଯାଇଥିଲା । ଶେଷରେ ଯୁବ ସମାଜସେବୀ ଅନୂପ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । Live Share Market मौषम का हाल Delhi Weather