ଭାରତର ଭୟାନକ ବାହାନଗା ରେଳ ଦୁର୍ଘଟଣାର ୦୨ ବର୍ଷ ପୂର୍ତ୍ତି ଉପଲକ୍ଷେ ଯାଜପୁରରୋଡ଼ରେ ଶ୍ରଦ୍ଧାଞ୍ଜଳି ଓ କ୍ୟାଣ୍ଡେଲ ଶୋଭାଯାତ୍ରା

 

ଯାଜପୁରରୋଡ଼,୦୨/୦୬(ଉ.ନ୍ୟୁଜ୍ ବ୍ୟୁରୋ): ଭାରତର ସବୁଠୁ ଭୟଙ୍କର ଏବଂ ଶତାଦ୍ଦୀର ବଡ ରେଳ ଦୁର୍ଘଟଣା ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ରେଳ ଷ୍ଟେସନ ନିକଟରେ ଆଜକୁ ଠିକ୍ ଗତ ୦୨ ବର୍ଷ ତଳେ ଅର୍ଥାତ୍ ୦୨/୦୬/୨୦୨୩ରେ ଘଟିଥିଲା । ଲୈାହ ଦାନବ ୨୯୬ଜଣ ଯାତ୍ରୀଙ୍କର ଜୀବନ ନେଇଥିବା ବେଳେ ପ୍ରାୟ ୧୨ଶହ ଯାତ୍ରୀ ଏଥିରେ ଆହତ ହୋଇଥିବା ସରକାରୀ ଭାବେ କୁହାଯାଇଥିଲା । ସ୍ଥାନୀୟ ବ୍ୟକ୍ତିଙ୍କ ଅକୁଣ୍ଠ ସହଯୋଗ, ସ୍ଥାନୀୟ ଜିଲ୍ଲା ପ୍ରଶାସନ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରଚେଷ୍ଠାରେ ଜୀବନହାନିର ସଂଖ୍ୟାକୁ ବହୁ ମାତ୍ରାରେ ପ୍ରଶମିତ କରାଯାଇପାରିଥିବା ବେଳେ ଆହତମାନେ ସୁସ୍ଥ ହୋଇ ପରେ ଘରକୁ ଫେରିଥିଲେ । ଆମ ଦେଶ କାହିଁକି ସମଗ୍ର ବିଶ୍ୱରେ ଏହି ତ୍ରିକୋଣୀୟ ରେଳ ଦୁର୍ଘଟଣା ଚହଳ ପକାଇଦେଇଥିବା ବେଳେ ଏବେବି ଏହି ଲୋମହର୍ଷଣକାରୀ ଘଟଣାର କରାଳ ବିଭୀଷିକା ମନରୁ ଲିଭି ନାହିଁ । ଶବ ଚିହ୍ନଟରେ ବହୁ ସମସ୍ୟା ଦେଖାଦେଇଥିଲା । ଏହି ଲୋମଟାଙ୍କୁରା ଘଟଣାଟିକୁ ଆଜି ଠିକ୍ ୦୨ ବର୍ଷ ପୂରିଥିବା ବେଳେ ଏହି ଅବସରରେ ‘ଯାଜପୁରରୋଡ଼ ରେଳବାଇ ଡିଭିଜନ କ୍ରିୟାନୁଷ୍ଠାନ କମିଟି’ର ଆବାହକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅକାରଣରେ ପ୍ରାଣବଳୀ ଦେଇଥିବା ଯାତ୍ରୀଙ୍କ ସ୍ମରଣାର୍ଥେ ଏକ ଶ୍ରଦ୍ଧାଞ୍ଜଳି ସଭା ଓ କ୍ୟାଣ୍ଡେଲ ଶୋଭାଯାତ୍ରା ଯାଜପୁର-କେଉଁଝର ରେଳ ଷ୍ଠେସନ ଠାରେ ଅନୁଷ୍ଠିତ ହୋଇଥିଲା । ଦୁର୍ଘଟଣା ସମୟ ସନ୍ଧ୍ୟା ଠିକ ୬ଟା ୫୫ମି. ସମୟରେ ଏଠାରେ ସମସ୍ତେ କ୍ୟାଣ୍ଡେଲ ଲଗାଇ ୦୨ ମିନିଟ ନୀରବ ପ୍ରାର୍ଥନା କରି ମୃତ୍ୟୁବରଣ କରିଥିବା ଯାତ୍ରୀ ଆଦିଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ସେମାନଙ୍କ ପରିବାରବର୍ଗଙ୍କ ଉନ୍ନତି କାମନା କରିଥିଲେ । ଶ୍ରୀ ରାଉତ ଦୁର୍ଘଟଣାର ଭୟାବହତା, ଶବ ଚିହ୍ନଟରେ ଉପୁଜିଥିବା ସମସ୍ୟା, ଦୀର୍ଘକାଳୀନ ପୁନରୁଦ୍ଧାର କାର୍ଯ୍ୟ ଆଦି ଉପରେ ବିଷିପ୍ତ ସୂଚନା ପ୍ରଦାନ କରିଥିଲେ । ଏଥିରେ ପୂର୍ବତନ କାଉନସିଲର ପ୍ରମୋଦ କୁମାର ରାଉତ, କଳିଙ୍ଗନଗର ଅବସରପ୍ରାପ୍ତ କର୍ମଚାରୀ ସଂଘର ସାଧାରଣ ସଂପାଦକ ଦାମୋଦର ପଣ୍ଡା, ‘ସିଟୁ’ ଯାଜପୁର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ, ଯୁବ ସମାଜସେବୀ ଅନୂପ କୁମାର ଦାସ, ଶ୍ୟାମ ଅଗ୍ରୱାଲ, ପୁଲିନ୍ ବିହାରୀ ଖୁଂଟିଆ, ସ୍ଥାନୀୟ ଆର.ପି.ଏଫ ଅଧିକାରୀ ଶ୍ରୀଧର ମଲ୍ଲିକ, କମିଟିର କାର୍ଯ୍ୟକର୍ତା ପ୍ରୀତିପାଲ ସିଂହ, ଅଭିମନ୍ୟୁ ବିଶ୍ୱାଳ, ଚକ୍ରଧର ମଲ୍ଲିକ, ଶ୍ୟାମସୁନ୍ଦର ସାହୁ, ନନ୍ଦକିଶୋର ସେନାପତି, ଦୀପିକା ରାୟ, ଆଇନଜୀବୀ ବିଦ୍ୟାଧର ମହାନ୍ତି, ସୁବ୍ରତ ରାୟ, ହରଦୟାଲ ସିଂହ ପ୍ରମୁଖ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ । ସମସ୍ତେ କ୍ୟାଣ୍ଡେଲ ଲଗାଇ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣବଳୀ ଦେଇଥିବା ସମସ୍ତ ଯାତ୍ରୀ ଆଦିଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close