
ଯାଜପୁର ଶ୍ରମ ବିଭାଗର ୦୨ ବରିଷ୍ଠ ଅଧିକାରୀ ସଂଜିତ୍ କୁମାର ଦେଓ ଏବଂ ସୁନନ୍ଦା ବିଶ୍ୱାଳଙ୍କ ପାଇଁ ‘ଉଦୟବଟ’ ତରଫରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ
ବ୍ୟାସନଗର, ୧୪/୦୫(ଉ. ନ୍ୟୁଜ୍ ବ୍ୟୁରୋ): ସ୍ଥାନୀୟ ଯାଜପୁରରୋଡ ସ୍ଥିତ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ୦୨ ଜଣ ଦକ୍ଷ ତଥା କର୍ମତତ୍ପର ସହକାରୀ ଶ୍ରମ ଅଧିକାରୀ (ଏ.ଏଲ.ଓ) ସଞ୍ଜିତ୍ କୁମାର ଦେଓ ଏବଂ ସୁନନ୍ଦା ବିଶ୍ୱାଳଙ୍କ ବଦଳି ପରିପ୍ରେକ୍ଷୀରେ ପ୍ରଭାଗୀୟ ଆୟୁକ୍ତ (ଡି.ଏଲ.ସି)ଙ୍କ ପ୍ରକୋଷ୍ଠରେ ଆଜି ବୁଧବାର ପୂର୍ବାହ୍ନରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରାଜ୍ୟସ୍ତରୀୟ ସାମାଜିକ କର୍ମୀ ତଥା ଶ୍ରମିକ ନେତା ଦୁଷ୍ମନ୍ତ କୁମାର ରାଉତଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶ୍ରମ ବିଭାଗର ଯୁଗ୍ମ ଆୟୁକ୍ତ (ଜେ.ଏଲ.ସି) ଶିବଶଙ୍କର ମିଶ୍ର, ପ୍ରଭାଗୀୟ ଆୟୁକ୍ତ (ଡି.ଏଲ.ସି) ସତ୍ୟନାରାୟଣ ଆଚାର୍ଯ୍ୟ, ଜିଲ୍ଲା ଶ୍ରମ ଅଧିକାରୀ ସୁଧିର କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ବଦଳି ହୋଇଥିବା ୦୨ ଅଧିକାରୀଙ୍କୁ ଉତରୀୟ, ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ‘ସିଟୁ’ର ଯାଜପୁର ଜିଲ୍ଲା ସଭାପତି ପ୍ରଫୁଲ୍ଲ ନାୟକ, ଶ୍ରମିକ ନେତା ପରମାନନ୍ଦ ସେଠୀ, ଅରୁଣ କୁମାର ଦାସ, ସାମ୍ବାଦିକ ତଥା ଯୁବ ସମାଜସେବୀ ଶୁଭାଶିଷ ଦାସମହାପାତ୍ର (ପପ), ହେମନ୍ତ ରଥ, ବିଦ୍ୟାଧର ଜେନା, ଯୁବ ସମାଜସେବୀ ଅନୂପ କୁମାର ଦାସ, ଅଭିମନ୍ୟୁ ବିଶ୍ୱାଳ, ଦୁଷ୍ମନ୍ତ ମଳିକ, ଦେବ ମହାରଣା ପ୍ରମୁଖ ଯୋଗ ଦେଇ ଏକାଥରେ ୦୨ ଜଣ ଅଭିଜ୍ଞ ତଥା କର୍ମତତ୍ପର ଅଧିକାରୀଙ୍କ ଏଠାରୁ ଅନ୍ୟତ୍ର ବଦଳି ହେବା ବିଭାଗ ପାଇଁ ଚିନ୍ତାର କାରଣ ହୋଇଛି ବୋଲି ଅଭିହିତ କରିଥିଲେ । ସୂଚନାଯୋଗ୍ୟ, ଶ୍ରୀଯୁକ୍ତ ଦେଓ ବିଭାଗର ଯାବତୀୟ କାର୍ଯ୍ୟକୁ ସୁସଂପାଦନ କରି ବିଭାଗରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବେଳେ ଶ୍ରମତୀ ବିଶ୍ୱାଳ ସବୁ ବେଳେ କର୍ମଚଂଚଳ ରହି ବହୁ କାର୍ଯ୍ୟର ସୁଷମ ସମାଧାନ କରୁଥିଲେ । ଶ୍ରମତୀ ବିଶ୍ୱାଳଙ୍କ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟକୁ ବଦଳି ହୋଇଥିବା ବେଳେ ଶ୍ରୀଯୁକ୍ତ ଦେଓଙ୍କ ଗଂଜାମ ଜିଲ୍ଲାର ବ୍ରହ୍ମପୁର ସ୍ଥିତ ଶ୍ରମ ଦପ୍ତରକୁ ବଦଳି ହୋଇଛି । ବହୁ ଶ୍ରମିକ ସଂଗଠନ, ବ୍ୟବସାୟିକ ପ୍ରତିଷ୍ଠାନ, ସାମାଜିକ କର୍ମୀ, ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଶ୍ରୀଯୁକ୍ତ ଦେଓଙ୍କ ବଦଳି ପାଇଁ ଦୁଃଖ ବ୍ୟକ୍ତ କରିଥିବା ବେଳେ ତାଙ୍କର ଅନୁପସ୍ଥିତି ଅଧିକାଂଶଙ୍କ ପାଇଁ ଚିନ୍ତାର କାରଣ ହେବ ବୋଲି ଜଣାଯାଇଛି ।