ବ୍ୟାସ ପ୍ରିଣ୍ଟ ମିଡିଆର ୬ଷ୍ଠ ବାର୍ଷିକ ଉତ୍ସବ; ସାମ୍ବାଦିକମାନଙ୍କ ସମସ୍ୟାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିବି: ମନ୍ତ୍ରୀ ଡ. ପ୍ରଦୀପ ବଳସାମନ୍ତ

ବ୍ୟାସନଗର: ବ୍ୟାସନଗର ସ୍ଥିତ ସଂସ୍କୃତି ଭବନ ପରିସରରେ ବ୍ୟାସ ପ୍ରିଣ୍ଟ ମିଡିଆ ଆସୋସିଏସନ୬ଷ୍ଠ ବାର୍ଷିକ ଉତ୍ସବ ରବିବାର ପୂର୍ବାହ୍ନରେ ସଂଘର ସଭାପତି ଶରତ ପଥାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସାଧାରଣ ସମ୍ପାଦକ ଚିନ୍ତାମଣି ପାଢ଼ୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ବରିଷ୍ଠ ଉପଦେଷ୍ଟା ହାରଧନ ବାନାର୍ଜୀ ସ୍ୱାଗତ ସମ୍ଭାଷଣ ଦେଇଥିବା ବେଳେ ସଂଗଠନ ସମ୍ପାଦକ ଉମାକାନ୍ତ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମବାୟ, ହସ୍ତଶିଳ୍ପ ଓ ବୟନଶିଳ୍ପ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ  ଡ. ପ୍ରଦୀପ ବଳସାମନ୍ତ  ଉତ୍ସବକୁ ଉଦ୍‌ଘାଟନ କରି କହିଲେ ଯେ, ସାମ୍ବାଦିକମାନେ ଭୁଲ ସୂଚନା ପରିବେଷଣ କରି ସମାଜକୁ ଭ୍ରମିତ କରିବା ଉଚିତ୍ ନୁହେଁ । ସାମ୍ବାଦିକତା ଏକ ବୃତ୍ତି ନୁହେଁ ଏହା ଏକ ବ୍ରତ, ଯାଜପୁରକୁ ଏକ ବିକଶିତ ଜିଲ୍ଲା ଭାବରେ ଗଢି ତୋଳିବା ପାଇଁ ମୁଁ  ସମ୍ପୂର୍ଣ୍ଣ ଚେଷ୍ଟିତ । ସାମ୍ବାଦିକମାନେ ସତ୍ୟନିଷ୍ଠ ଖବର ପରିବେଷଣ କଲେ ସମାଜ ଓ ଲୋକଙ୍କ ମଙ୍ଗଳ ହେବ ବୋଲି କହିବା ସହିତ ଆମ ସରକାର ସାମ୍ବାଦିକମାନଙ୍କ ସମସ୍ୟାକୁ ନେଇ ଯଥେଷ୍ଟ ଯତ୍ନବାନ ଓ ସଚେତନ ଅଛି ବୋଲି ସୂଚାଇଥିଲେ । ଆଜିର ସଭାରେ ଉପସ୍ଥାପିତ ସାମ୍ବାଦିକମାନଙ୍କ ସମସ୍ୟାଗୁଡିକ ଏକ ପ୍ରତିନିଧି ଦଳ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ ବୋଲି ସେ ଭରସା ଦେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ଡ଼.ରବୀନ୍ଦ୍ର ନାରାୟଣ ବେହେରା, ବିଶିଷ୍ଟ ଅତିଥି ଭାବେ କୋରାଇ ବିଧାୟକ  ଆକାଶ ଦାସ ନାୟକ, ମୁଖ୍ୟବକ୍ତା ଭାବେ ରାଜ୍ୟ ସାମ୍ବାଦିକ ସଂଘ ଏସୟୁଜେର ରାଜ୍ୟ ସଭାପତି  କୈଳାଶ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ସାମ୍ବାଦିକମାନେ ସରକାର ଓ ଲୋକଙ୍କ ମଧ୍ୟରେ ସେତୁବନ୍ଧ ଭଳି କାମ କରି ସମାଜର ହିତ ସାଧନ କରୁଥିବାରୁ ସେମାନଙ୍କ ସମସ୍ୟା ପ୍ରତି ସରକାର ଯତ୍ନବାନ ହେବା ଉଚିତ ବୋଲି କହିଥିଲେ । ଉତ୍ସବରେ  ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଖବର କାଗଜ ବିକ୍ରେତା ପୂର୍ଣ୍ଣଚନ୍ଦ୍ର ସାହୁ, ସାମ୍ବାଦିକ କୈଳାସ ଚନ୍ଦ୍ର ନାୟକ, ପ୍ରକାଶ ରାଉତ, ଶିକ୍ଷାବିତ୍ ଆଲେକ୍ ଜାଣ୍ଡାର ଦାସ, ଶ୍ରେଷ୍ଠ ଚିକିତ୍ସକ   ଡାକ୍ତର କୁଳମଣି ବାରିକ, ଟାଟା ଷ୍ଟିଲର କର୍ପୋରେଟ କମ୍ୟୁନିକେସନ ମୁଖ୍ୟ ଶୁଭ୍ରାଂଶୁ ଶେଖର ପଣ୍ଡା, ଯୁବ ଶିଳ୍ପଦ୍ୟୋଗୀ  ବଚନ କୁମାର ସାମଲ, ସମାଜସେବୀ ମହାମାୟା ପ୍ରତାପ ସ୍ୱାଇଁ, ନାରୀ ନେତ୍ରୀ ଇତିଶ୍ରୀ ଜେନା ଓ ଆଦର୍ଶ ଶିକ୍ଷୟତ୍ରୀ ଭାବେ କନକଲତା ସାହୁ  ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଘର ବରିଷ୍ଠ ଉପଦେଷ୍ଟା ବାବୁରାମ ଜେନା, ଉଦୟନାଥ ଖଣ୍ଡାଇ,ଉପସଭାପତି ପ୍ରଦ୍ୟୁମ୍ନ ବୋଇତାଇ, ଯଜ୍ଞଦତ୍ତ ତ୍ରିପାଠୀ, ସହ ସମ୍ପାଦକ ଭରତ ରାଉତ, କୈଳାସ ରାଉତ, କୋଷାଧ୍ୟକ୍ଷ ଦେବେନ୍ଦ୍ର କୁମାର ନାୟକ, କାର୍ଯ୍ୟକାରୀ ସଦସ୍ୟ ବିଜୟ କୁମାର ସାହୁ, ଦୁଷ୍ମନ୍ତ କୁମାର ରାଉତ, ପ୍ରଶାନ୍ତ କୁମାର ପାତ୍ର, ସୁଦୀପ ମିଶ୍ର, ଜ୍ଞାନରଞ୍ଜନ ରାଉତ, ବିଶ୍ବରଂଜନ ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପବିତ୍ର ରଂଜନ ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ। ଜିଲ୍ଲାର ବିଭିନ୍ନ ସ୍ଥାନରୁ ଶତାଧିକ ସାମ୍ବାଦିକ, ବୁଦ୍ଧିଜୀବୀ, ଆଇନଜୀବୀ, ସାହିତ୍ୟିକ, ବରିଷ୍ଠ ନାଗରିକ, ମହିଳା, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଉତ୍ସବରେ ଯୋଗ ଦେଇଥିଲେ ।       
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close