ଦୀପାବଳିରେ ବାଣ ଫୁଟାକୁ ନେଇ ରାଜ୍ୟ ବ୍ୟାପି ଅଘଟଣ, ସରକାରଙ୍କ ନିୟମ ମାନୁ ନାହାନ୍ତି ଅଧିକାଂଶ, ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଚାଲିଛି ବାଣଫୁଟା

ଭୁବନେଶ୍ୱର/କଟକ/ଭଦ୍ରଖ/ବ୍ୟାସନଗର,୨୦/୧୦(ଉ. ନ୍ୟୁଜ୍ ବ୍ୟୁରୋ): ସୁନ୍ଦର ପରିବେଶ ଭରା ଓଡ଼ିଶାର ପରିବେଶକୁ ଯଥାସମ୍ଭବ ଭଲ ରଖିବାକୁ ଚିନ୍ତିତ ଥିବା ପରିବେଶ ବିଭାଗର ନିର୍ଦ୍ଦେଶ ମୁତାବକ ଆଜି ସନ୍ଧ୍ୟା ୦୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଆଇନ ହୋଇଥିଲା । ହେଲେ ରାତ୍ର ଆସି ୧୨ଟା ପରେ ହେଲାଣି, କିନ୍ତୁ ଅମାନିଆଙ୍କ ବାଣ ଫୁଟା ନିଶା ଖସୁନି । ଏବେବି ରାଜ୍ୟର ବିଭିନ୍ନ ସ୍ଥାନରେ ବାଣଫୁଟା ଚାଲିଛି । ପ୍ରଶାସନ ଏହି ବ୍ୟତିକ୍ରମକୁ ରୋକିବାରେ ଏକରକମର ଫେଲ ମାରିଛି । ସହରର ଗଳିକନ୍ଦିରେ ପାଟ୍ରୋଲିଂ କରି କିଛି ଲୋକଙ୍କୁ ଉଠାଇ ନେଇ ଫାଇନ କାଟିଥିଲେ ଅମାନିଆ ହେଜିଥାନ୍ତେ ଏବଂ ଏହି ଧାରା କିଛି ପ୍ରଶମିତ ହୋଇପାରିଥାନ୍ତା । କିନ୍ତୁ ସେପରି କିଛି ହୋଇଥିବାର ଜଣାପଡ଼ୁନାହିଁ । ଭୁବନେଶ୍ୱରରେ ଏବେ ପ୍ରାଟ୍ରୋଲିଂ କରିବାକୁ ପାଗ ଭିଡୁଛି ପୋଲିସ । ଏଣେ ବାଣ ଫୁଟା ଜନିତ ଦୁର୍ଘଟଣାର ଫର୍ଦ୍ଦ ଲମ୍ବି ଲମ୍ବି ଚାଲିଛି । କେବଳ ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲରେ ୫୦ରୁ ଅଧିକ ଆହତ ଚିକିତ୍ସାଧନ ଅଛନ୍ତି । ଭଦ୍ରଖ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କର ଅସାବଧାନତା ପାଇଁ ୦୩ଟି ଆଙ୍ଗୁଟି ଛିଡିଯାଇଛି । ଏଭଳି କେତେ କ’ଣ ଅଘଟଣ ରାଜ୍ୟରେ ଘଟିଛି ତା’ର ପ୍ରକୃତ ତଥ୍ୟ ଆସନ୍ତା କାଲିକୁ ଆସିଯିିବ । ଅତ୍ୟଧିକ ବାଣ ଫୁଟାରେ ରେକର୍ଡ କରିଛି ରାଜଧାନୀ ଭୁବନେଶ୍ୱର ସହର । ବାୟୁର ମାନ ବିଷାକ୍ତ ହୋଇଥିବା ଧୂଆଁର ଆସ୍ତରଣ ଓ ବିଷାକ୍ତ ଗନ୍ଧରେ ଭରିଯାଇଛି ବାୟୁମଣ୍ଡଳ । ବୁଲା ପଶୁପକ୍ଷୀ, ଗୃହପାଳିତ ପଶୁପକ୍ଷୀ, ରୋଗୀ ବିଶେଷକରି ହୃଦ୍‌ରୋଗୀ, ଶ୍ୱାସରୋଗୀ, ଆଲର୍ଜି ରୋଗୀ, ଶିଶୁ ଆଦିଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଛି ଏହି ସାମୟିକ ଖୁସିର ବ୍ୟୟବହୁଳ ମାହୋଲ । ଗ୍ରୀନ ବାଣ ନାମକୁ ମାତ୍ର ବ୍ୟବହାର କରାଯାଇଥିବା ବେଳେ ଚାଇନା ବାଣ ଫୁଟା ଯୋଗୁ ବାୟୁମଣ୍ଡଳ ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ଦେଖାଯାଇଛି, ଭିକାରିକୁ ଭିକ ଦେଉ ନ ଥିବା ବ୍ୟକ୍ତି ହଜାର ହଜାର ଟଙ୍କାର ବାଣ ବେଫିକର ଭାବେ ଫୁଟାଇଛନ୍ତି । ଛୋଟ ପିଲାମାନେ ଯେ ବେଶି ବାଣ ଫୁଟାଇଛନ୍ତି ତାହା ନୁହେଁ ଯୁବକ/ଯୁବତୀ ଏପରିକି ବୁଝିବା ସୁଝିବା ଲୋକ ବି ଅଧିକ ମସଗୁଲ ଦେଖାଯାଇଛନ୍ତି ଏପରି ନିଶାରେ । ସରକାରୀ ଗାଇଡ଼ଲାଇନକୁ ମାନି କ୍ୱଚିତ୍ ବାଣ ଫୁଟାଇଛନ୍ତି । ଦିନ ୦୨ଟାରୁ ରାତ୍ର ୧୨ ପର୍ଯ୍ୟନ୍ତ ବାଣ ଫୁଟା ଚାଲିଛି । ଯାଜପୁର, ବ୍ୟାସନଗର, ଭଦ୍ରଖରେ ମା’ କାଳୀଙ୍କ ପୂଜା ପାଇଁ ସହରରେ ପୋଲିସ ଛାଉଣୀ ହୋଇଥିବା ବେଳେ ଅଧିକାଂଶ ନିର୍ଭୟ ଭାବେ ରାତ୍ର ୧୨ଟା ପରେ ବି ବାଣ ଫୁଟା ଜାରୀ ରଖିଛନ୍ତି । ସହରର ଗଳି କନ୍ଦି କଥା ଛାଡନ୍ତୁ ମୁଖ୍ୟ ରାସ୍ତା ପାଶ୍ୱର୍ରୁ କିଛି ଅମାନିଆଙ୍କୁ ଯଦି ଉଠାଇ ନିଆଯାଇଥାନ୍ତା ହୁଏତ ଆର ବର୍ଷକୁ ଲୋକେ ନିୟମ ମାନି ନିର୍ଦ୍ଧାରିତ ସମୟରେ ଗ୍ରୀନ ବାଣ ଫୁଟାଇଥାନ୍ତେ । ବାଣ ଲାଇସେନ୍ସ ପ୍ରଦାନ ବେଳେ ଉଚ୍ଚ ଶଦ୍ଦ ସୃଷ୍ଟିକାରୀ ଏବଂ କିଛି ଲୋକାଲ ମାତ୍ରାଧିକ ପ୍ରଦ୍ୟୁଷଣକାରୀ ବାଣ ଉପରେ ରୋକ ଲଗାଇବାର ତାଗିଦ୍ ମଧ୍ୟ ସେପରି ନ ରହିବାରୁ ବହୁ ଅଘଟଣ ଘଟିଛି । ବହୁ ସ୍ଥାନରେ ବାଣ ଫୁଟା ନିଆଁରେ ଦୋକାନ, ଘର ମଧ୍ୟ ପୋଡିଯାଇଛି । କାଲି ସକାଳକୁ ରାସ୍ତା ଘାଟର ଆବର୍ଜ୍ଜନାକୁ ଦେଖିଲେ କେତେ ପରିମାଣର ବାଣଫୁଟାଯାଇଛି ଓ ରାସ୍ତାଘାଟକୁ କିପରି ଅପରିଷ୍କାର କରାଯାଇଛି ତା’ର ଆକଳନ କରିପାରିବେ । କଟକରେ ମଧ୍ୟମ ଧରଣର ବାଣ ଫୁଟାଯାଇଛି । ଭୁବନେଶ୍ୱର, ବ୍ୟାସନଗର (ଯାଜପୁରରୋଡ)ରେ ଅଧିକ ବାଣ ଫୁଟାଯାଇଥିବାର ଜଣାଯାଇଛି । ଆହତଙ୍କ ସଂଖ୍ୟା ତ ବଢ଼ି ବଢ଼ି କେତେ ହେବ ଓ କ୍ଷୟକ୍ଷତିର ପ୍ରକୃତ ପରିମାଣ କାଲି ଜଣାପଡ଼ିବ । ସଭ୍ୟ, ଶିକ୍ଷିତ ଓ ସଚେତନ ସମାଜରେ ବେଫିକର ବାଣଫୁଟାର ଭୟାନକ ପରିଣାମ ନିଜେ ନ ଠିକିଲେ ଜାଣିବେ ନାହିଁ ବୋଲି ବୁଦ୍ଧିଜୀବୀ କହିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close