ଭାରତର ଭୟାନକ ବାହାନଗା ରେଳ ଦୁର୍ଘଟଣାର ୦୧ ବର୍ଷ ପୂର୍ତ୍ତି ଉପଲକ୍ଷେ ଯାଜପୁରରୋଡ଼ରେ ଶ୍ରଦ୍ଧାଞ୍ଜଳି ସଭା ଓ କ୍ୟାଣ୍ଡେଲ ଶୋଭାଯାତ୍ରା

ଯାଜପୁରରୋଡ଼,୦୨/୦୬(ଉ. ନ୍ୟୁଜ୍ ବ୍ୟୁରୋ): ଭାରତର ସବୁଠୁ ଭୟଙ୍କର ଏବଂ ଶତାଦ୍ଦୀର ବଡ ରେଳ ଦୁର୍ଘଟଣା ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ରେଳ ଷ୍ଟେସନ ନିକଟରେ ଗତ ବର୍ଷ ଠିକ୍ ଏହି ଦିନ (୦୨/୦୬/୨୦୨୩)ରେ ଘଟିଥିଲା । ଲୈାହ ଦାନବ ୨୯୬ଜଣ ଯାତ୍ରୀଙ୍କର ଜୀବନ ନେଇଥିବା ବେଳେ ୧୧ଶହରୁ ଉର୍ଦ୍ଧ ଯାତ୍ରୀ ଏଥିରେ ଆହତ ହୋଇଥିବା ସରକାରୀ ଭାବେ କୁହାଯାଇଥିଲା । ସ୍ଥାନୀୟ ବ୍ୟକ୍ତିଙ୍କ ଅକୁଣ୍ଠ ସହଯୋଗ, ସ୍ଥାନୀୟ ଜିଲ୍ଲା ପ୍ରଶାସନ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରଚେଷ୍ଠାରେ ଜୀବନହାନିର ସଂଖ୍ୟାକୁ ବହୁ ମାତ୍ରାରେ ପ୍ରଶମିତ କରାଯାଇପାରିଥିବା ବେଳେ ଆହତମାନେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଆମ ଦେଶ କାହିଁକି ସମଗ୍ର ବିଶ୍ୱରେ ଏହି ତ୍ରିକୋଣୀୟ ରେଳ ଦୁର୍ଘଟଣା ଚହଳ ପକାଇଦେଇଥିବା ବେଳେ ଏବେବି ଏହି ଲୋମହର୍ଷଣକାରୀ ଘଟଣାର କରାଳ ବିଭୀଷିକା ମନରୁ ଲିଭି ନାହିଁ । ଶବ ଚିହ୍ନଟରେ ବହୁ ସମସ୍ୟା ଦେଖାଦେଇଥିଲା । ଆଜି ଏହି ଦୁର୍ଘଟଣାକୁ ଠିକ୍ ବର୍ଷେ ପୂରିଛି । ଏହି ଉପଲକ୍ଷେ ‘ଯାଜପୁରରୋଡ଼ ରେଳବାଇ ଡିଭିଜନ କ୍ରିୟାନୁଷ୍ଠାନ କମିଟି’ର ଆବାହକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଶହୀଦ ଯାତ୍ରୀଙ୍କ ସ୍ମରଣାର୍ଥେ ଏକ ଶ୍ରଦ୍ଧାଞ୍ଜଳି ସଭା ଓ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଦୁର୍ଘଟଣା ସମୟ ଠିକ ସନ୍ଧ୍ୟା ୬ଟା ୫୫ମି. ସମୟରେ ଏଠାରେ ସମସ୍ତେ କ୍ୟାଣ୍ଡେଲ ଲଗାଇ ୦୨ ମିନିଟ ନୀରବ ପ୍ରାର୍ଥନା କରି ମୃତ୍ୟୁବରଣ କରିଥିବା ଯାତ୍ରୀ ଆଦିଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ସେମାନଙ୍କ ପରିବାରବର୍ଗଙ୍କ ଉନ୍ନତି କାମନା କରିଥିଲେ । ଏଥିରେ କମିଟିର ହରଦୟାଲ ସିଂହ, ପ୍ରଫୁଲ୍ଲ ବାରିକ, ବିପ୍ଳବ ଦତ୍ତ, ଯୁବ ସମାଜସେବୀ ଚନ୍ଦ୍ରମଣି ବାରିକ, ଅସିତ୍ ଦାସ, ଶିକ୍ଷାବିତ୍ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ସୁମନ ରାୟ ପ୍ରମୁଖ ଯୋଗ ଦେଇ ସ୍ମୃତିଚାରଣ କରିଥିବଲେ । ଅନ୍ୟମାନଙ୍କ ମଧ୍ୟରେ ରୁପ୍‌ସା ବାଲେଶ୍ୱରର ଯାତ୍ରା କଳାକାର ସତ୍ୟନାରାୟଣ ଭୋଳ, କୁଳଙ୍ଗ, ବାଲେଶ୍ୱରର ତପନ କୁମାର ମହାନ୍ତି, ଗାୟିକା ସସ୍ମିତା ଦାସ, ଧାମନଗରର ସଦାନନ୍ଦ, ବାଲେଶ୍ୱରର ମିନତୀରାଣୀଙ୍କ ସହ ୨୦୦ରୁ ଉର୍ଦ୍ଧ ବ୍ୟକ୍ତିବିଶେଷ, ଯାତ୍ରୀ ଆଦି ସାମିଲ ହୋଇ ସମସ୍ତେ କ୍ୟାଣ୍ଡେଲ ଲଗାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close