ଶ୍ରୀ ଶ୍ରୀ ପଳାଶବୁଢ଼ୀ ପୀଠରେ ନବଦିନାତ୍ମକ ଶତଚଣ୍ଡୀ ଓ ବିଶ୍ୱଶାନ୍ତି ମହାଯଜ୍ଞ ପାଳିତ
ଜାରକା,୨୫/୦୩(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଳ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜାରକାସ୍ଥିତ ନୂଆଗାଁ ଠାରେ ଧର୍ମ ପରାୟଣ ବ୍ରକ୍ତି ତଥା ସମାଜସେବୀ ପ୍ରକାଶ କୁମାର ନାୟକଙ୍କ ଆବାହକତ୍ୱରେ ଶ୍ରୀ ଶ୍ରୀ ମା’ ପଳାଶବୁଢ଼ୀଙ୍କ ପୀଠରେ ୧୩ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ନବଦିନାତ୍ମକ ଶତଚଣ୍ଡୀ ପୂଜା, ନାମ ସଂକୀର୍ତନ ଓ ମହାଯଜ୍ଞ ପାଳିତ ହୋଇଯାଇଛି । ସମାଜରେ ବର୍ତମାନ କଳୁଷ କାଳିମା ବଢ଼ିବଢ଼ି ଚାଲିଥିବା ସ୍ଥଳେ ମନର ଶାନ୍ତି ନିମନ୍ତେ ପ୍ରତ୍ୟେକ ମନୁଷ୍ୟକୁ କିଛି କିଛି ସମୟ ନାମ ସଂକୀର୍ତନ, ଯଜ୍ଞ, ଆଦିରେ ମନୋନିବେଶ କରିବା ଉଚିତ୍ । ସଂସାର ଦୁଃଖମୟ, କାମନାର ବିନାଶରେ ଦୁଃଖର ବିନାଶ । କିନ୍ତୁ ଏବେର ମନୁଷ୍ୟ କାମନାର ଭାବାବେଗରେ ଘାଂଟି ହୋଇ ଦୁଃଖ, ରୋଗ, ଦାରିଦ୍ର୍ୟର କଷାଘାତରେ ଜର୍ଜରିତ ହେଉଅଛି । ପରସ୍ପର ମଧ୍ୟରେ ଥିବା ଭାତୃଭାଗ, ଜାତିବାଦ, ରାଷ୍ଯ୍ରବାଦ ଇତ୍ୟାଦି ସମାଜକୁ କଳୁଷିତ କରୁଅଛି । କଳିର କରାଳ ଗର୍ଭରୁ ନିଜକୁ ତଥା ସମାଜକୁ ରକ୍ଷା କରିବା ପାଇଁ ଧର୍ମର ପ୍ରଚାର ପ୍ରସାର ଅର୍ଧମର ବିନାଶ ଏବଂ ଧର୍ମଧ୍ୱଜା ସ୍ଥାପନା ପାଇଁ ଆଧ୍ୟାତ୍ମିକ ଚେତନାର ଆବଶ୍ୟକତା ରହିଛି । କଳିର କରାଳ ଗର୍ଭରୁ ନିଜକୁ ତଥା ସମାଜକୁ ରକ୍ଷା କରିବା ପାଇଁ ସନାତନ ଧର୍ମର ପ୍ରଚାର ପ୍ରସାର, ଅଧର୍ମର ବିନାଶ ,ବଂ ଧର୍ମଧ୍ୱଜା ସ୍ଥାପନ ପାଇଁ ଆଧ୍ୟାତ୍ମିକ ଚେତନାର ଆବଶ୍ୟକତା ରହିଛି । ଶସ୍ତ୍ରକାରଙ୍କ ମତ ଅନୁସାରେ ସଂସାରର ରକ୍ଷା ନିମନ୍ତେ ମାତୃ କୃପା ହିଁ ଏକମାତ୍ର ରାହା । ଏଣୁ ସଂସାରର ମଙ୍ଗଳ, ବିଶ୍ୱର କଲ୍ୟାଣ, ସମସ୍ତ ପ୍ରାଣୀ ଜଗତ ଏବଂ ଆବାଳ ବୃଦ୍ଧବନିତାଙ୍କ ଦୁଃଖ ଦୁର୍ବିଶ ଦୂର କରିବା ପାଇଁ ଶ୍ରୀ ଶ୍ରୀ ମା’ ପଳାଶବୁଢ଼ୀଙ୍କ ପୀଠରେ ଫାଲ୍ଗୁନ ଶୁକ୍ଳ ଦ୍ୱିତୀୟା ଠାରୁ ନବଦିନାତ୍ମକ ଶତଚର୍ଡିପାଠ, ଯଜ୍ଞ, ପୂଜା ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ପୂଜାବିଧିକୁ ମାତୃଶକ୍ତିଙ୍କ ନବରୂପ ସ୍ୱରୂପ ସଦୃଶ ନାମକରଣ କରାଯାଇଥିଲା । ଯଥା-ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଂଟା,କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ୟାୟନୀ, କଳାଭାତ୍ରୀ, ମହାଗୌରୀ ଓ ସିଦ୍ଧିଦାତ୍ରୀ ନାମରେ ନାମିତ କରାଯାଇଥିଲା । ଏହି ନବଦିନାତ୍ମକ ପୂଜାରେ ପ୍ରତ୍ୟେକ ଦିନ ମଧ୍ୟାହ୍ନରେ ସମସ୍ତ ଅତିଥି, ଆଗନ୍ତୁକ ତଥା ଭକ୍ତମାନଙ୍କୁ ପ୍ରସାଦ ସେବନ କରାଯାଇଥିଲା ।