ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ

କୋରାଇ: ଜିଲ୍ଲାର କୋରାଇ ବ୍ଲକ ଅନ୍ତର୍ଗତ ଆଲିଆ ଛକରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଟ୍ରକ ଧକ୍କାରେ ଜଣେ ବାଇକ                                  ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ସୂଚନାମୁତାବକ, ଆଜି ସକାଳ ୧୦ ଟା ବେଳେ ଜଣେ ବାଇକ ଆରୋହୀ ଯାଜପୁରରୋଡ଼ରୁ ପାଣିକୋଇଲି ଅଭିମୁଖେ ଯାଉଥିବାବେଳେ ହଠାତ ଏକ ଟ୍ରକ ତାଙ୍କ ପଛପଟୁ ଶକ୍ତ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରରେ ଯୁବକ ଜଣକ ଗୁରୁତ୍ତର ଅବସ୍ଥାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ଯୁବକକୁ ଶହେ ଆଠ ଆମ୍ବୁଲାନ୍ସ ଯୋଗେ ଯାଜପୁରରୋଡ଼ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକଟି ଫେରାର ହୋଇଯାଇଥିବା ଜଣାପଡିଛି । ସୂଚନା ପାଇ କୋରାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପଲସର ବାଇକକୁ ଜବତ କରିବା ସହ ମେଡ଼ିକାଲରେ ପହଞ୍ଚି ଶବକୁ ଜବତ କରିଛି ଏବଂ ଶବ ବ୍ୟବଛେଦ ନିମନ୍ତେ ସ୍ଥାନୀୟ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ମୃତ ଯୁବକକ ଜଣକଙ୍କ ନାମ ସଞ୍ଜୟ କୁମାର ଶିଅଳ ହୋଇଥିବା ବେଳେ ତାଙ୍କ ଘର କାଚରାସାହି ପଞ୍ଚାୟତ ଅନ୍ତର୍ଗତ ରଗଡି ସ୍ଥିତ ରାଉତରାୟପୁର ବୋଲି ଜଣାପଡିଛି । ଯୁବକ ଜଣଙ୍କର କିଛି ଦିନ ତଳେ ନିର୍ବନ୍ଧ ହୋଇଥିଲା ଓ ତାଙ୍କର ୨ ମାସ ଭିତରେ ବିବାହ ହୋଇଥାନ୍ତା,  କିନ୍ତୁ ବିବାହ ପୂର୍ବରୁ ଉଜୁଡିଗଲା ଦାମ୍ପତ୍ୟ ଜୀବନର ଅଭୁଲା ସ୍ବପ୍ନ । ସଞ୍ଜୟଙ୍କ ମୃତ୍ୟୁ ଖବର ଶୁଣି ନିର୍ବନ୍ଧ ହୋଇଥିବା ଝିଅର ଘଟଣାସ୍ଥଳରେ କୋହଭରା ଛାତି ଫଟା କାନ୍ଦର ଦୃଶ୍ୟ ଅଞ୍ଚଳକୁ ଦୋହଲାଇ ଦେଇଛି । ମୃତ ସଞ୍ଜୟ ପରିବାରର ଏକମାତ୍ର ପୁଅ ଥିଲେ । ସଞ୍ଜୟ ପାଣିକୋଇଲି ସ୍ଥିତ ଏକ ଏୟାରଟେଲ କମ୍ପାନୀରେ କାର୍ଯ୍ୟରତ ଥିଲେ । ତେବେ ଆଜି ସେ ସକାଳୁ ତାଙ୍କ ଅଫିସକୁ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଥିଲା । ଘଟଣାର ତଦନ୍ତ ଚଳାଇଛି କୋରାଇ ପୋଲିସ ।                                     (ଉମାକାନ୍ତ ମହାପାତ୍ରଙ୍କ ରିପୋର୍ଟ)

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close