
ଈଶ୍ୱରୀୟ ପ୍ରଜାପିତା ବ୍ରହ୍ମକୁମାରୀ ସଂସ୍ଥା ତରଫରୁ ଯାଜପୁରରୋଡରେ ‘ଶାଶ୍ୱତ କୃଷି ଓ ସଶକ୍ତ କୃଷି କୃଷକ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ

ବ୍ୟାସନଗର, (ଅନୂପ କୁମାର ଦାସଙ୍କ ଠାରୁ): ଈଶ୍ୱରୀୟ ପ୍ରଜାପିତା ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟର ଯାଜପୁରରୋଡ ଶାଖା ତରଫରୁ “ଗ୍ରାମ୍ୟ ବିକାଶ ବର୍ଗ” ତରଫରୁ ଏକ ଦିନିକିଆ କୃଷି ପ୍ରଶିକ୍ଷଣ ଶିବିର ସ୍ଥାନୀୟ ସନ୍ତରା ସ୍ଥିତ ‘ସଂସ୍କୃତି ଭବନ’ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା କୃଷି ଅଧିକାରୀ ଭବାନୀ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦ୍ୱୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ମହାରାଷ୍ଟ୍ରର ସଫଳ କୃଷି ଉଦ୍ୟୋଗୀ ତଥା ଜାତୀୟ ସ୍ତରର କୃଷି ଗବେଷକ କୃଷି ଭୂଷଣ ବ୍ରହ୍ମକୁମାର ଭଗବାନ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ବ୍ରହ୍ମକୁମାର ଭଗବାନ ତାଙ୍କର ଦୀକ୍ଷାନ୍ତ ଅଭିଭାଷଣରେ ଆଜିକାଲିର ବିଷଯୁକ୍ତ କୃଷି ପ୍ରଣାଳୀ ଉପରେ କ୍ଷୋଭ ପ୍ରକାଶ କରିବା ସହିତ ସାମ୍ପ୍ରତିକ ପରିସ୍ଥିତିରେ ଆମେ ଖାଉଥିବା ଖାଦ୍ୟ ପ୍ରଦାର୍ଥ କିପରି ଆମ ସ୍ୱାସ୍ଥ୍ୟହାନିର କାରଣ ପାଲଟିଛି ତା’ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଅତ୍ୟଧିକ ରାସାୟନିକ ସାରର ବ୍ୟବହାର ପାଇଁ ମାଟି ଏବେ କୃଷି ପାଇଁ ଅନୁପଯୁକ୍ତ ହୋଇଥିବାରୁ ସେ ଜୈବିକ ଖତ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ ।
କର୍ମଶାଳାରେ ‘ସନାତନ ସଂସ୍କୃତ ସନ୍ଦେଶ’ ଏବଂ ‘ଆତ୍ମନିର୍ଭର ହେଉ କୃଷକ’ ଉପରେ ପ୍ରାଧାନ୍ୟ
ଏହି କାର୍ଯ୍ୟକ୍ରମରେ ବ୍ରହ୍ମକୁମାର ଗୋପାଳ, ବ୍ରହ୍ମକୁମାର ସରୋଜ, ବ୍ରହ୍ମକୁମାରୀ ଉଷା, ବ୍ରହ୍ମକୁମାରୀ ମାନସୀ, ବ୍ରହ୍ମକୁମାରୀ ସାଗରିକା, ବ୍ରହ୍ମକୁମାରୀ ଭାବନା, ବ୍ରହ୍ମକୁମାରୀ ସୁମିତ୍ରା, ବ୍ରହ୍ମକୁାମରୀ ପୂର୍ଣ୍ଣିମା, ବ୍ରହ୍ମକୁମାରୀ ଭାରତୀ, ବ୍ରହ୍ମକୁମାରୀ ବିଜୟା, ବ୍ରହ୍ମକୁମାରୀ ସୁଚିତ୍ରା, ବ୍ରହ୍ମକୁମାରୀ କୁସୁମ, ବ୍ରହ୍ମକୁମାର ସରୋଜ, ବ୍ରହ୍ମକୁମାରୀ ସୁମି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଚିତାକଷୟକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରାନ୍ତରରୁ ବହୁ ସଂଖ୍ୟକ କୃଷକ ଭାଇଭଉଣୀମାନେ ଯୋଗ ଦେଇଥିଲେ । ତତ୍ସହିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ଚାରା ପ୍ରଦାନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି, ମୁଖ୍ୟବକ୍ତା ଆଦିଙ୍କୁ ବ୍ରହ୍ମକୁମାରୀ ଭାରତୀ ଇଶ୍ୱରୀୟ ଉପହାର ପ୍ରଦାନ କରାଯାଇଥିଲା ।






