କାନପୁର ହରିହାଟ ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଝୁମିଲେ ଦର୍ଶକ
ହାଟଡିହି/କାନପୁର; ୧୯/୦୪(ନି ପ୍ର) : କେନ୍ଦୁଝର ଜିଲ୍ଲା ସୋସୋ ପଞ୍ଚାୟତ କାନପୁର ଗ୍ରାମରେ ହରିହାଟ ଉତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ।କାନପୁର ଗ୍ରାମ ଭାଗବତ ଟୁଙ୍ଗୀରେ ବହୁ ବର୍ଷ ଧରି ହୋଇ ଆସୁଥିବା ହରିହାଟ ପୂଜା ଏବର୍ଷ ବହୁ ଆଡମ୍ୱର୍ ରେ ପାଳିତ ହୋଇଯାଇଛି।ଏହି ପୂଜାରେ ସରୋଜ ରାଉତ ଓ ସନ୍ତୋଷ ଜେନା କଳସ ଆଣିଥିଲେ ତତ୍ପରେ ଯଥା ବିଧି ଅନୁସାରେ ପୂଜା କାର୍ଯ୍ୟ ସମ୍ପନ୍ନ ହୋଇଥିଲା।ପ୍ରତିବର୍ଷ ଭଳି ୯ଦିନ ବ୍ୟାପୀ ହୋଇଆସୁଥିବା ପୂଜା ସହ ଭାଗବତ ପାଠ ହେବା ସଙ୍ଗେ ସଙ୍ଗେ ସାଂସ୍କୃତିକ କାର୍ଯ୍ୟକ୍ରମ ବିଶେଷ ଆକର୍ଷକ ଥିଲା। ପ୍ରତ୍ୟହ ସନ୍ଧ୍ୟାରେ ପ୍ରବଚନ, ହରିକଥାମୃତ,ନୃତ୍ୟ ଗୀତ ର ଅସାରରେ ଝୁମିଥିଲେ ଦର୍ଶକ।କୁନି କୁନି ପିଲାମାନଙ୍କର ନୃତ୍ୟ ଗୀତକୁ ଖୁବ୍ ଉପଭୋଗ କରିଥିଲେ ଦର୍ଶକ। ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ ମାନସ କୁମାର ମହାପାତ୍ର। ଶିକ୍ଷାବିତ୍ ସନାତନ ମହାପାତ୍ର ଙ୍କ ସଭାପତିତ୍ୱରେ ସମାଜସେବୀ ମହେନ୍ଦ୍ର କୁମାର ବେହେରା, ସାହିତ୍ୟିକ ସୁନନ୍ଦା ରାଣୀ ସ୍ବାଇଁ,ସନାତନ ରାଉତ, ଶିକ୍ଷାବିତ ଗୋପବନ୍ଧୁ ପାଣିଗ୍ରାହୀ, ପୁରୁଷୋତ୍ତମ ରାଉତ, ଶିକ୍ଷାବିତ ହରମୋହନ ପଣ୍ଡା,କହ୍ନେଇ ଚରଣ ଜେନା, ଅକ୍ଷୟ କୁମାର ବେହେରା ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଳନ୍ଦୀ ନଦୀ ତଟରେ ଅବସ୍ଥିତ କାନପୁର ଗ୍ରାମର ଶହ ଶହ ବର୍ଷ ପୂର୍ବରୁ ହୋଇଆସୁଥିବା ଏହି ହରିହାଟ ଉତ୍ସବ ସମ୍ପର୍କରେ ନିଜ ନିଜର ମତ ରଖିଥିଲେ।ଏହି ନବ ଦିନାତ୍ମକ ଦିବସରେ ହୋଇଆସୁଥିବା ଧାର୍ମିକ ଆଲୋଚନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଜନସାଧାରଣ ଙ୍କ ଉପରେ ନିଶ୍ଚିତ ଭାବରେ ବିଶେଷ ପ୍ରଭାବ ପକାଇ ପାରିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ। ମନ୍ଦିରା ଓ ସଂଚାର ଡ୍ୟାନ୍ସ ଏକାଡେମୀ ତରଫରୁ ମଞ୍ଚରେ ଦୁଇ ଦିନ ଧରି ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଏକାଡେମୀ ର ନୃତ୍ୟ ଗୁରୁ ଶୁଭେନ୍ଦୁ ଲେଙ୍କା ଓ ଶ୍ୱେତପଦ୍ମା ଙ୍କୁ କମିଟି ପକ୍ଷରୁ ମାନପତ୍ର , ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।କୁନି କୁନି ନୃତ୍ୟଶିଳ୍ପୀ ମାନଙ୍କୁ ଟ୍ରଫି ମଧ୍ୟ ପ୍ରଦାନ କରାଯାଇଥିଲା। କରୋନା ପାଇଁ ଦୀର୍ଘ ଦିନ ଧରି କାର୍ଯ୍ୟକ୍ରମ ବନ୍ଦ ଥିବାବେଳେ ଏବେ ଚାରିଆଡ଼େ ନୃତ୍ୟ ଗୀତର ଆସର୍ ଜମୁଥିବାବେଳେ ହରିହାଟ ଉତ୍ସବରେ ନିଜର ପ୍ରତିଭା ଦେଖାଇବାକୁ ପିଲାମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳଥିବାବେଳେ ଦର୍ଶକ ନୃତ୍ୟ ଗୀତକୁ ଖୁବ୍ ଉପଭୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମର ନାରାୟଣ ମହାରଣା,ସାମ୍ବାଦିକ ହେମନ୍ତ ସିଂ,ଶଶିଭୂଷଣ ଜେନା,ବୃନ୍ଦାବନ ବେହେରା ନିଜର ବକ୍ତବ୍ୟ ରଖିବା ସହ ବିଜୟ କୁମାର ସାମଲ, ସରୋଜ କୁମାର ରାଉତ,ଲକ୍ଷ୍ମଣ ମହାପାତ୍ର, ବାବାଜୀ ବେହେରା,ଅଲେଖ ବେହେରା,ପ୍ରଦୀପ୍ତ ମହାପାତ୍ର,ସୁଦାମ ଜେନା ପ୍ରମୁଖ ପରିଚାଳନା ଦାଇତ୍ୱ ନିଭାଇଥିଲେ।