ଏଜେନ୍ସି ମାଧ୍ୟମରେ ଭିନ୍ନକ୍ଷମଙ୍କ ପାଇଁ ଦକ୍ଷତା ବିକାଶ ତାଲିମ
From Childhood & till date I am fond of to do Social Works, Plantation Works, helps others who need especially Labouerers, Poors, trying to keep up Environment good etc……………I am fighting to give Social Justice who depends me & strongly working against Corruptions. I am emphasized on collective works. Patriotism & Honest Labour is my Motto……Jay Bharat
ଯାଜପୁର, ୮ା୭: ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଭିନ୍ନକ୍ଷମ ମାନଙ୍କର ଜୀବିକା ଓ ସେମାନଙ୍କୁ ରୋଜଗାରକ୍ଷମ ଏବଂ ଆତ୍ମ ନିର୍ଭରଶୀଳ କରିବାର ଲକ୍ଷ୍ୟ ନେଇ ଜିଲ୍ଲାରେ ଏକ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଖସଡା ପ୍ରସ୍ତୁତ କରିଚ୍ଥନ୍ତି । ରାଜ୍ୟ ସରକାରୀ ଅନୁଷ୍ଠାନ, ଶିଳ୍ପ ତାଲିମ କେନ୍ଦ୍ର, ବୃତ୍ତିଗତ ଅନୁଷ୍ଠାନ ଓ ସ୍ୱେଚ୍ଚ୍ଥାସେବୀ ଅନୁଷ୍ଠାନ ମାଧ୍ୟମରେ ସେମାନଙ୍କ ଜୀବିକା ଏବଂ ଆତ୍ମ ନିଯୁକ୍ତି ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଚ୍ଥି । ଏହାର ସପଂଳ ରୂପାୟନ ତଥା ଜିଲ୍ଲାରେ କାର୍ଯ୍ୟକାରୀ ଏଜେନ୍ସି ଚୟନ ପାଇଁ ପ୍ରତିଷ୍ଠାନ ଓ ଅନୁଷ୍ଠାନ ମାନେ ଚଳିତ ଜୁଲାଇ ମାସ ୧୨ ତାରିଖ ସୁଦ୍ଧା ଏକ ନିର୍ଦ୍ଧିଷ୍ଟ ପଂର୍ମରେ ଆବେଦନ ପୂର୍ବକ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ, ଯାଜପୁର ଠାରେ ନିର୍ଦ୍ଧିଷ୍ଟ ତାରିଖ ଓ ସମୟ ମଧ୍ୟରେ ଦାଖଲ କରିବା ଜରୁରୀ । ପ୍ରସ୍ତାବ ଗୁଡିକର ଚୟନ ପାଇଁ କିଚ୍ଥି ଯୋଗ୍ୟତା ମାନଦଣ୍ଡ ରହିଚ୍ଥି , ଯାହା ବିଜ୍ଞପ୍ତିରେ ଉପଲବ୍ଧ ଅଟେ । ସରକାରୀ ତାଲିମ ପ୍ରତିଷ୍ଠାନ, ଶିଳ୍ପ ତାଲିମ କେନ୍ଦ୍ର ଓ ଅନ୍ୟାନ୍ୟ ବୃତ୍ତିଗତ ତାଲିମ ପ୍ରତିଷ୍ଠାନ ଗୁଡିକ ନିଶ୍ଚିତ ଭାବେ ଅକ୍ଷମ ମାନଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ସହଭାଗିତାରେ ଥିବେ । ଅନ୍ୟାନ୍ୟ ବୃତ୍ତିଗତ ଅନୁଷ୍ଠାନ ଓ ଏନ୍.ଜି.ଓ. ଗୁଡିକ ଏହି କାର୍ଯ୍ୟକ୍ରମ ପାଇଁ ଆବେଦନ କରିବାକୁ ତିନି ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ ଏବଂ ସେହି ଅନୁଷ୍ଠାନ ଗୁଡିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ ପାଇଁ ସେମାନଙ୍କର ପଞ୍ଜିକରଣ ପାଇଁ ବିଭାଗକୁ ଆବେଦନ କରିବାକୁ ପଡିବ । ଅନୁଷ୍ଠାନ ଗୁଡିକ କେନ୍ଦ୍ର କିମ୍ୱା ରାଜ୍ୟ ସରକାରଙ୍କ ଦ୍ୱାରା କଳା ତାଲିକାଭୁକ୍ତ ହୋଇ ନ ଥିବେ । ଆଗ୍ରହୀ ଏଜେନ୍ସି ଗୁଡିକ ସମସ୍ତ ପ୍ରଯୁଜ୍ୟ ଡକୁମେଣ୍ଟ ସହିତ ଆବେଦନ ପଂର୍ମ ଦାଖଲ କରିବେ । ଯୋଗ୍ୟ ବିବେଚିତ ହୋଇଥିବା ଅନୁଷ୍ଠାନର ନାମ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଚୟନ କମିଟି ନିକଟକୁ ପଠାଯିବ ବୋଲି ଜିଲ୍ଲାପାଳ ବିଭାଗୀୟ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଚ୍ଥନ୍ତି । ଅଧିକ ବିବରଣୀ ପାଇଁ www.ssepd.gov.in କିମ୍ୱା ଜିଲ୍ଲା ସାମାଜିକ ସୁରକ୍ଷା ଅଧକାରୀ, ଯାଜପୁରଙ୍କ ସହ ଯୋଗାଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଚ୍ଥି ।