ଆଜି ୭୯ ବର୍ଷରେ ପଦାର୍ପଣ କଲେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,(ଉ. ନ୍ୟୁଜ୍ ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ, ରାଜ୍ୟ ବିରୋଧୀ ଦଳ ନେତା ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ଆଜି ଗୁରୁବାର ଅକ୍ଟୋବର ୧୬ ତାରିଖ ହେଉଛି ୭୯ତମ ଜନ୍ମଦିନ । ନବୀନ ବାବୁଙ୍କ ଜନ୍ମଦିନକୁ ବିଜେଡ଼ି ସାରା ରାଜ୍ୟରେ ପାଳନ କରିଛି । ଭୁବନେଶ୍ୱରରେ ଗଙ୍ଗନଗରରେ ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ହୋଇଛି । ଏହି ଉପଲକ୍ଷେ ସେ ପିଲାଙ୍କୁ ମିଷ୍ଠାନ୍ନ ବଂଟନ କରିଛନ୍ତି । ୧୯୪୬ ଅକ୍ଟୋବର ୧୬ରେ କଟକ ସହରରେ ଜନ୍ମିତ ନବୀନ ବାବୁ ଜୀବନର ୫୦ ବର୍ଷରୁ ଉର୍ଦ୍ଧ୍ୱ କାଳ ରାଜନୀତିରୁ ଦୂରରେ ଥିଲେ । ପିତା ୰ ବିଜୁ ବାବୁଙ୍କ ମୃତ୍ୟୁ ପରେ ସେ ଆକସ୍ମିକ ଭାବେ ରାଜନୀତିରେ ପ୍ରବେଶ କରିଥିଲେ । ୧୯୯୭ରେ ତାଙ୍କରି ଉଦ୍ୟମରେ ବିଜେଡ଼ି ଗଠିତ ହୋଇଥିଲା । ସାଂସଦ ଓ କେନ୍ଦ୍ରମନ୍ତ୍ରୀ ରହିବା ପରେ ନବୀନ ବାବୁ ଲଗାତାର ୫ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ଦେଶରେ ରେକର୍ଡ଼ କରିଥିଲେ । ୨୪ ବର୍ଷ ଶାସନ କ୍ଷମତାରେ ରହିବା ପରେ ୨୦୨୪ ନିର୍ବାଚନରେ ବିଜେଡ଼ି କ୍ଷମତାଚ୍ୟୁତ ହୋଇଥିଲା । ଦୁଇଟି ଆସନରୁ ନିର୍ବାଚନ ଲଢ଼ୁଥିବା ନବୀନ ନିଜର ପାରମ୍ପରିକ ହିଞ୍ଜିଳି ଆସନରୁ ଜିତିଥିଲେ ବି କଂଟାବାଞ୍ଜି ଆସନରୁ ପରାଜିତ ହୋଇଥିଲେ । ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ରାଜ୍ୟରେ ଅପରାଜେୟ ନେତା ଭାବେ ପରିଗଣିତ ହୋଇଥିବା ନବୀନ ବାବୁ ପ୍ରଥମଥର ପାଇଁ ୨୦୨୪ ସାଧାରଣ ନିର୍ବାଚନରେ ପରାଜୟ ଦେଖିଥିଲେ । ଏବେ ବିଜେଡ଼ି ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଥିବା ବେଳେ ନବୀନ ବାବୁ ବିରୋଧୀ ଦଳ ନେତା ଭାବେ ନିଜର ଦାୟିତ୍ୱ ତୁଲାଉଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନବୀନ ବାବୁ ଏବେ ବି ବିଜେଡିର ନେତୃତ୍ୱ ନେଉଛନ୍ତି । ସେ କାହାକୁ ତାଙ୍କର ଉତରାଧିକାରୀ କରିନାହାନ୍ତି । ଅତୀତରେ ବିଭିନ୍ନ ସମୟରେ ଦଳ ଭିତରେ ଓ ସରକାରରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ନିଜ ରାଜନୈତିକ ପ୍ରତିଦ୍ୱନ୍ଦୀ ଓ ବିରୋଧୀଙ୍କୁ ଚକ୍‌ମା ଦେଖାଇସାରିଛନ୍ତି । ପୂର୍ବଠାରୁ ସେ ଅଧିକ ସକ୍ରିୟ ରହିବା ସହିତ ଦଳକୁ ମଜଭୁତ କରିବାରେ ଲାଗିପଡ଼ିଛନ୍ତି । ଆଗାମୀ ପଂଚାୟତ ନିର୍ବାଚନରେ ସେ ପୁଣି ସଫଳ ହେବେ ବୋଲି କେତେକ ଭବିଷ୍ୟବାଣୀ କରୁଥିବା ବେଳେ ତାଙ୍କ ବିନା ବିଜେଡିରେ ଅର୍ନ୍ତକନ୍ଦଳ ବଢ଼ିବାର ଆଶଙ୍କା କରାଯାଉଥିବାରୁ ସେ ସକ୍ରିୟ ରହି ସେସବୁକୁ ଦୃଢ଼ତାର ସହ ଦମନ କରୁଥିବାର ଦେଖାଯାଉଛି । ତାଙ୍କର ଜନ୍ମ ଦିନରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ବାର୍ତାମାନ ଆସିଥିବାର ଜଣାଯାଇଛି ଏବଂ ତାଙ୍କ ନିରାମୟ ଜୀବନ ମଧ୍ୟ କାମନା କରାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close