କିଏ କ’ଣ କରିବେ…….!

କିଏ କ’ଣ କରିବେ…….!

ମୁଁ ନ ଥିଲା ବେଳେ

ଭାବି ମୁଁ ବସିଲି ଯେବେ,
ମିଛ କେତେ ଯେ ଏ ଦୁନିଆ ସତେ 
ଜାଣିଲି ମୁଁ ଅଳ୍ପ ପ୍ରୟାସେ ।
ଭାବି ନିଜକୁ ସଭିଏଁ ଚତୁର, କରି ଚାଲନ୍ତି ନାଟକ 
ସ୍ୱାର୍ଥ ପଛେ ସାଜି ଅନ୍ଧ, ନ ବିଚାରି କିଛି ଆଗ ପଛ ।
ସ୍ୱାମୀ ଅଗୋଚରେ ପତ୍ନୀ, ପତ୍ନୀ ଅଗୋଚରେ ସ୍ୱାମୀ
ଭାଗନ୍ତି ନିଜର ସଂସାର ହିଁ, ଜଣେ ଅନ୍ୟକୁ ବୋକା ଭାବି ।
ମାଲିକକୁ ଠକିବାକୁ ଚାକର, କରେ ଫନ୍ଦି ଫିକର 
ନ ଭାବି କରି ମନ ସ୍ଥିର, ବୁଡ଼ିଯିବ ନିଜ ରୋଜଗାର ।
ମିଛ ପ୍ରତିଶୃତି ଦେଇ ନେତା, ସାଜନ୍ତି ସମାଜର ତ୍ରାଣକର୍ତ୍ତା 
ଜାଗି ଯିବେ ଯଦି ସବୁ ଜନତା, ହଜି ଯିବ ସବୁ ଆସ୍ପର୍ଦ୍ଧା ।
ବେପାରୀ କରେ ମିଠା କଥା, ଗ୍ରାହକ ବନିଯାଏ ବୋକା 
ସବୁଦିନ ନ ଥାଏ ଅନ୍ଧାରି ନିଶା, ଧରା ପଡିଯାଏ ତାର ସବୁ ତାମସା 
ନ ଥିଲେ ଶ୍ରେଣୀରେ ଶିକ୍ଷକ, ଛାତ୍ର କରନ୍ତି ହଟଗୋଳ 
ଭୁଲି ଯାଆନ୍ତି ତାଙ୍କ ଉପଦ୍ରବ, କରିବ ସେମାନଙ୍କ ଦଣ୍ଡ ବିଧାନ ।
ଜଙ୍ଗଲର ଅଛି ଏକ ନିୟମ, ନ ଥାଏ ଯଦି ଘରେ ବାଘ
ନାଟ ରଚେ ବୋକା ମିରିଗ, ଭାବୁଥାଏ ହେଲେ ନିଜକୁ ଭାରି ଚତୁର ।  
          -ବିଭୂ ରଂଜନ ସାହୁ, ଅଧିକ୍ଷଣ ଯନ୍ତ୍ରୀ, ଟିପିଏନ୍‌ଓଡିଏଲ, ଯାଜପୁରରୋଡ, ଯାଜପୁର । 
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close