
ଦ୍ୱିତୀୟ ପର୍ଯ୍ୟାୟ ମିଶନ ଇନ୍ଦ୍ରଧନୁଷ ରଥ ପରିକ୍ରମା ଆରମ୍ଭ

ଯାଜପୁର, ୦୪/୦୪ (ନି ପ୍ର ) : ଜିଲ୍ଲାରେ ସମସ୍ତ ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କର ଟୀକାକରଣ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ମିଶନ ଇନ୍ଦ୍ରଧନୁଷ ଟୀକାକରଣ ଅଭିଯାନ ତା ୪ା୪ା୨୨ ଠାରୁ ୧୦ା୪ା୨୨ ରିଖ ପର୍ଯ୍ୟନ୍ତ ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଚ୍ଥି । ଏହି ଟୀକାକରଣ ପିଲା ମାନଙ୍କୁ ୧୨ ଗୋଟି ରୋଗରୁ ସୁରକ୍ଷା ଦେଇଥାଏ । ଯଦି କୈାଣସି ପରିବାରର ୨ ବର୍ଷରୁ କମ୍ ଶିଶୁ ବା ଗର୍ଭବତୀ ମା ମାନେ ଟୀକା ନେଇ ନ ଥାନ୍ତି କିମ୍ୱା ସଂପୂର୍ଣ ଟୀକା ନ ନେଇ ଅଧାରୁ ବନ୍ଦ କରିଥାନ୍ତି ଅଥବା କୋଭିଡ ମହାମାରୀ ସମୟରେ ଟୀକା ନେବାରୁ ବଂଚିତ ହୋଇଚ୍ଥନ୍ତି ତେବେ ଏହି ମିଶନ ଇନ୍ଦ୍ରଧନୁଷ ଟୀକାକରଣ ସମୟରେ ଆଶା କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଯୋଗାଯୋଗ କରି ନିକଟସ୍ଥ ଟୀକାକରଣ କେନ୍ଦ୍ରରେ ଟୀକାକରଣ କରାଇ ନିଅନ୍ତୁ ବୋଲି ସୋମବାର ପୂର୍ବାହ୍ନରେ ଦ୍ୱିତୀୟ ପର୍ଯ୍ୟାୟ ମିଶନ ଇନ୍ଦ୍ରଧନୁଷ ରଥ ପରିକ୍ରମାର ଶୁଭ ଊଦ୍ଘାଟନ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧକାରୀ ଡା. ବିରଞ୍ଚି ନାରାୟଣ ବାରିକ ଜନସାଧାରଣଙ୍କୁ ନିବେଦନ କରିଚ୍ଥନ୍ତି । ଏହି କ୍ରମରେ ସପ୍ତାହ ବ୍ୟାପି ପ୍ରଚାର, ପ୍ରସାର ପାଇଁ ମିଶନ ଇନ୍ଦ୍ରଧନୁଷ ରଥ ଜିଲ୍ଲା ପରିକ୍ରମା କରିବା ସଂଗେ ସଂଗେ ବ୍ୟାପକ ସଚେତନତା ସୃଷ୍ଟି କରିବ ବୋଲି ଡା. ବାରିକ କହିଥିଲେ । ଆଜିର ଏହି ଊଦ୍ଘାଟନୀ ଊତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳା ଚିକିତ୍ସାଧିକାରୀ (ପରିବାର ନିୟୋଜନ) ଡା. ଶିବାଶିଷ ମହାରଣା, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସୁଧାଂଶୁ ଶେଖର ବଳ, ଡି.ପି.ଏମ. ଚିନ୍ମୟ ବରାଳ, ଜିଲ୍ଲା ଜନସ୍ୱାସ୍ଥ୍ୟ ସଂଯୋଜକ ଶ୍ରୀମତୀ ରୁକ୍ମିଣୀ ବେହେରା, ଆଇ.ସି.ଏ. ଶୁଭ୍ରଜିତ ପୃଷ୍ଟି ଏବଂ ସବ୍ୟସାଚି ଜେନାଙ୍କ ସମେତ ମୁଖ୍ୟ ଚିକିତ୍ସାଳୟର ପଦାଧିକାରୀ ଓ କର୍ମଚାରୀ ଊପସ୍ଥିତ ଥିଲେ ।




