ଦୁର୍ଲଭ କଳା ପରିଷଦ ମଣ୍ଡପରେ ଏସ.ପି ନନ୍ଦ ପାଠାଗାରର ୨୨ତମ ବାର୍ଷିକୋତ୍ସବ, ଗୁରୁ ଦିବସ, ଗୁରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ବ୍ୟାସନଗର; ୦୫/୦୯ (ବ୍ୟୁରୋ): ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସ ଅବସରରେ ଏସ ପି ନନ୍ଦ ପାଠାଗାର ତରଫରୁ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ଆଜି ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ପ୍ରତିବର୍ଷ ଗୁରୁଦିବସ ଭାବେ ପାଳନ କରାଯାଇଥାଏ । ଜଣେ ଦାର୍ଶିନିକ ତଥା ଜଣେ ରାଷ୍ଟ୍ରନୀତିଜ୍ଞ ଓ ଜଣେ ଆଦର୍ଶ ଶିକ୍ଷକ ଭାବରେ ରାଧାକ୍ରିଷ୍ଣନ ବେଶ୍ ପରଚିତ । ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଭାରତର ରାଷ୍ଟ୍ରପତି ଥିବା ସମୟରେ ବହୁ ଛାତ୍ରଛାତ୍ରୀ ଓ ବନ୍ଧୁମାନେ ତାଙ୍କର ଜନ୍ମଦିନ ପାଳନ କରିବାକୁ କହିଥିଲେ । ଏହାକୁ ନେଇ ସେ କହିଥିଲେ, “ତୁମେମାନେ ମୋ ଜନ୍ମଦିନ ପାଳନ କରିବା ଅପେକ୍ଷା, ଯଦି ଏହି ଦିନ ଗୁରୁମାନଙ୍କ ଦିବସ ଭାବରେ ପାଳନ କରିବ ତାହା ମୋ ପାଇଁ ସମ୍ମାନର ପରିଚୟ ହେବ” ।  ଏହି ଉପଲକ୍ଷେ ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ପନାସିଆ ଠାରେ ଅବସ୍ଥିତ ତଥା ‘ଉଦୟବଟ’ ପରିଚାଳିତ ଏସ. ପି ନନ୍ଦ ପାଠାଗାରର ୨୨ତମ ବାର୍ଷିକୋତ୍ସବ ଏବଂ ଗୁରୁ ଦିବସ ଅନୁଷ୍ଠିତ ହୋଇଯାଇଛି । ଏଠାରେ ପ୍ରଥମେ ଇଂରାଜୀ ଦୈନିକ ସମ୍ବାଦପତ୍ର ‘ଦି ପାଓନିୟର’ର ମୁଖ୍ୟ ସଂପାଦକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ଚନ୍ଦନ ମିତ୍ରଙ୍କ ବିୟୋଗରେ ୦୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପାଠାଗାରର ମୁଖ୍ୟ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଓ ଆଲୋଚନାଚକ୍ରକୁ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ତଥା ଶ୍ରମିକ ନେତା ଚନ୍ଦ୍ରମଣି ସାମଲ ଉଦ୍‌ଘାଟନ କରି କହିଥିଲେ ଯେ ଶିଳ୍ପାଂଚଳ ଏବଂ ବସ୍ତି ଅଂଚଳରେ ଶିକ୍ଷା ଓ ସୂଚନାର ପ୍ରସାର ଦିଗରେ ଏସ. ପି ନନ୍ଦ ପାଠାଗାର ଦୀର୍ଘ ୨୨ ବର୍ଷ ଧରି ଜାରୀ ରଖିଥିବା ପ୍ରୟାସ ପ୍ରଂଶସନୀୟ । ଏଠାରେ ଗୁରୁ ଦିବସ ଦିବସ ପାଳନ କରାଯିବା ସହ ନରସିଂହ ଚୈାଧୂରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଅଶ୍ୱିନୀ କୁମାର ଦାଶ, କ୍ରୋମନଗର ବିଦ୍ୟାପୀଠର ଖେଳ ଶିକ୍ଷକ ସଂଜୟ କୁମାର ଦାସ ଓ ସଂଗୀତ ଗୁରୁ ଦେବେନ୍ଦ୍ର ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ କ୍ରୋମନଗର ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସଂଜୟ କୁମାର ଦେଓ, ସମ୍ମାନୀତ ଅତିଥି ଭାବେ ସାପଗଡ଼ିଆ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଂଜିତ୍ କୁମାର ମହାପାତ୍ର, କବୟତ୍ରୀ ତଥା ଡ଼ୋଲିପୁର ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ବ୍ରଜେଶ୍ୱରୀ ସିଂହ, ସାମ୍ବାଦିକ ଜ୍ଞାନରଂଜନ ରାଉତ ପ୍ରମୁଖ ଯୋଗ ଦେଇ ‘ଉଦୟବଟ’ ଦ୍ୱାରା ବର୍ଷତମାମ ଚାଲିଥିବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ‘ଉଦୟବଟ’ର ସହଯୋଗୀ ସଂପାଦକ ତଥା ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ଭାରତ ଭୂଷଣ ରାଉତ ଓ ମନୋଜ ସାମଲ ଉପସ୍ଥିତ ସମସ୍ତ ଗୁରୁଙ୍କୁ ପୁଷ୍ପଗୁଚ୍ଛ ଆଦି ଦେଇ ସ୍ୱାଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପେନ୍ଦ୍ରନାଥ ମହାନ୍ତି, ସନାତନ ମଲ୍ଲିକ, ବିଜୟଲକ୍ଷ୍ମୀ ପଣ୍ଡିତ୍‌, ସୁମନ ରାୟ, ଶିକ୍ଷକ ସୈାଭାଗ୍ୟ ମୁଦୁଲି, ସୁମତି ବାରିକ, ଅର୍ଣ୍ଣପୂର୍ଣ୍ଣା ରାୟ, ମନ୍ଦାକିନୀ ପଣ୍ଡିତ, କାଂଚନ ନାୟକ, ଇନ୍ଦୁମତି ସାହୁ, ମିଟି ମହାରଣା, ବାସନ୍ତି ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଆଜିର ଏହି ଉତ୍ସବରେ ଉଦୟବଟର ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତ ଉପସ୍ଥିତ ଅତିଥିମାନଙ୍କୁ ସମ୍ମାନିତ କରାଇବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିକ୍ଷା ମଣିଷର ମୌଳିକ ଅଧିକାର, ଛାତ୍ର ଓ ଶିକ୍ଷକ ଦେଶର ଭବିଷ୍ୟତ ବୋଲି ସେ ନିଜ ବକ୍ତବ୍ୟରେ ଉପସ୍ଥାପନ କରିଥିଲେ । ଶେଷରେ ବିଦ୍ୟୁତ୍‌ପ୍ରଭା ରାୟ ଧନ୍ୟବାଦ ଅର୍ପଣ କରିଥିଲେ । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close