
ଯାଜପୁର ଜିଲ୍ଲା ଶ୍ରମ ବିଭାଗ ତରଫରୁ ଶିଶୁ ଶ୍ରମିକ ଉଚ୍ଛେଦ ଅଭିଯାନ ଓ ଶୋଭାଯାତ୍ରା

ବ୍ୟାସନଗର, ୦୯/୧୦(ଉ.ନ୍ୟୁଜ୍ ବ୍ୟୁରୋ): ଆଜି ଶୁକ୍ରବାର ପୂର୍ବାହ୍ନରେ ଯାଜପୁର ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ‘ଶିଶୁ ଶ୍ରମିକ’ ନିୟୋଜନ ଉପରେ ସଂପୂର୍ଣ୍ଣ କଟକଣା ଲଗାଇବା ଉଦ୍ଦେଶ୍ୟରେ ଯାଜପୁରରୋଡ ସ୍ଥିତ ଯାଜପୁର ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭାଯାତ୍ରାକୁ ଯୁଗ୍ମ ଶ୍ରମ ଆୟୁକ୍ତ ଶିବଶଙ୍କର ମିଶ୍ର ଓ ପ୍ରଭାଗୀୟ ଆୟୁକ୍ତ ସତ୍ୟନାରାୟଣ ଆଚାର୍ଯ୍ୟ, ଜିଲ୍ଲା ଶ୍ରମ ଅଧିକାରୀ ସୁଧିର କୁମାର ସାହୁ ପ୍ରମୁଖ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଶେଭାଯାତ୍ରା ଧବଳଗିରି-କୋର୍ଟ ଛକ ହୋଇ ପୁଣି ଶ୍ରମ କାର୍ଯ୍ୟାଳୟରେ ପହଚିଂଥିଲା । ଏଥିରେ ଯାଜପୁର ଜିଲ୍ଲା ଶ୍ରମ ଅଧିକାରୀ ଦୀପ୍ତିରଂଜନ ସାହୁ, ସହକାରୀ ଶ୍ରମ ଅଧିକାରୀ ଅଭିଜୀତ୍ ଜୟପ୍ରକାଶ ପ୍ରଧାନ, ସୈାମ୍ୟସୁନ୍ଦର ରାଉତରାୟ, ସତରୂପା ସାହୁ, ଶତାଦ୍ଦୀକା ନାୟକ, ନୀଲିମା ନାୟକ, କର୍ମଚାରୀ ମହେଶ ଚନ୍ଦ୍ର ସୁନାନୀ, ସତ୍ୟଜିତ୍ ବାରିକ, ଦେବଶ୍ରୀ ପଣ୍ଡା, ନାରାୟଣ ନନ୍ଦ, ଶ୍ରାବଣୀ ମୂର୍ମୂ, ସନ୍ତୋଷ ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ ନେତା ପରମାନନ୍ଦ ସେଠୀ, ଦୁଷ୍ମନ୍ତ କୁମାର ରାଉତ, ଅରୁଣ କୁମାର ଦାସ, ରାମଚନ୍ଦ୍ର ବାରିକ, ଅଭିମନ୍ୟୁ ବିଶ୍ୱାଳ, ପ୍ରଫୁଲ୍ଲ ବାରିକ, ହରଦୟାଲ ସିଂ, ନିର୍ମଳ ଚନ୍ଦ୍ର କାଣ୍ଡି, ପ୍ରଦୀପ ଦାସ, ପ୍ରକାଶ ଜେନା ପ୍ରମୁଖ ଭାଗ ନେଇଥିଲେ । ଶ୍ରୀ ରାଉତ ଓ ଶ୍ରୀ ସେଠୀ ବିଭିନ୍ନ ସଚେତନାଧର୍ମୀ ସ୍ଲୋଗାନ ଦେଇଥିଲେ ଯାହାକି ଅନେକଙ୍କ ମର୍ମକୁ ଛୁଇଁଥିଲା । ଆଜିର ଶ୍ରମ ବିଭାଗର ଏହି କାର୍ଯ୍ୟକ୍ରମର ସୁଦୂରପ୍ରସାରୀ ପ୍ରଭାବ ପଡ଼ିଥିବାର କୁହାଯାଉଛି ।





