ପ୍ରଫେସର ଚିତ୍ତ ରଂଜନ ଦାସଙ୍କର ଜନ୍ମ ଶତବାର୍ଷିକୀ ଅବସରରେ ଆଉ ଏକ ସକାଳ ପୁସ୍ତକ ଲୋକାର୍ପିତ
ଯାଜପୁର ; ୨୭/୦୮ (ବ୍ୟୁରୋ) : ଶିକ୍ଷାବିତ୍, ସାମାଜ ବିଜ୍ଞାନୀ, ସାହିତ୍ୟିକ ପ୍ରଫେସର ଚିତ୍ତ ରଂଜନ ଦାସଙ୍କର ଜନ୍ମ ଶତବାର୍ଷିକୀ ଅବସରରେ ଆଉ ଏକ ସକାଳ ପୁସ୍ତକ ଲୋକାର୍ପିତ ହୋଇଯାଇଚ୍ଥି । ଗୁରୁବାର ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଙ୍କ କାର୍ଯ୍ୟାଳୟ ପରିରସରରେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ଓ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଏହି ପୁସ୍ତକ ଉନ୍ମୋଚନ କରିଥିଲେ । ଶିକ୍ଷା ସନ୍ଧାନ ପ୍ରକାଶନ ସଂସ୍ଥା ପକ୍ଷରୁ ପ୍ରକାଶିତ ଏହି ପୁସ୍ତକ ଚିତ୍ତ ରଂଜନ ଦାସ ଜନ୍ମ ଶତ ବାର୍ଷିକୀ ବକ୍ତୃତା ମାଳା, ଆଲୋଚନା ଚକ୍ର ଦ୍ୱାରା ସଂପାଦିତ କରାଯାଇଚ୍ଥି । ଏହାର ପରିକଳ୍ପନା ରମାକାନ୍ତ ସ୍ୱାଇଁ ଓ ସଂଯୋଜନା ଡଃ ଚନ୍ଦନ କୁମାର ସିଂହ କରିଚ୍ଥନ୍ତି । ଚିତ୍ତ ରଂଜନ ଦାସଙ୍କ ବ୍ୟକ୍ତିତ୍ୱ, ନିଷ୍ଠା, କାର୍ଯ୍ୟ ଦକ୍ଷତା, ସାହିତ୍ୟ କୃତି ଅବର୍ଣ୍ଣନୀୟ । ଅପର ପକ୍ଷରେ ଶ୍ରୀମା ଅରବିନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ପ୍ରପେଂସର ଦାସଙ୍କ ଜୀବନୀ ଅନେକଙ୍କୁ ଉଦ୍ବୁଦ୍ଧ କରିଚ୍ଥି ଓ ପ୍ରେରଣା ଦେଇ ଚାଲିଥିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ ଓ ଶ୍ରୀ ମହାନ୍ତି ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଦର୍ପଣ ତହସିଲଦାର ପ୍ରଦୀପ କୁମାର ସେଠୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରପେଂସର ଦାସଙ୍କ ଅନୁଗାମୀ ତଥା ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦେବାଶିଷ ପ୍ରଧାନ ପ୍ରମୁଖ ଏହି ଉନ୍ମୋଚନ ସମୟରେ ଉପସ୍ଥିତ ଥିଲେ । ଜିଲ୍ଲା ଜରୁରୀ ବିଭାଗର ମୁଖ୍ୟ କିରାଣୀ ବ୍ରହ୍ମାନନ୍ଦ ଜେନା, ଅରୁଣ କୁମାର ସାହୁ, ସୁଦିପ୍ତ କୁମାର ପଣ୍ଡା, ସୁଭାଶିଷ ଯେନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।