୩ ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କଲେ ଜିଲ୍ଲାପାଳ

ଯାଜପୁର ; ୦୯/୦୮ ( ବ୍ୟୁରୋ) : ଯାଜପୁର ଜିଲ୍ଲାରେ ଦିନକୁ ଦିନ ଦୁର୍ନୀତିର ପେଡି ଖୋଲିବାରେ ଲାଗିଛି । ଦୁର୍ନିତି ଅଭିଯୋଗରେ ୩ ସରକାରୀ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲାପାଳ । ଯାଜପୁର ବିଂଝାରପୁର ବ୍ଲକ ଜରି ପଂଚାୟତରେ ବିଭିନ୍ନ ସରକାରୀ ଯୋଜନାରେ ଘୋଟାଲା ହୋଇଥିବା ଅଭିଯୋଗରେ ଜିଲାପାଳ ଚକ୍ରବର୍ତି ସିଂ ରାଠୋର ତଦାନ ପରେ ପଂଚାୟତର ପିଇଓ ପ୍ରକାଶ ଯେନା,ଜିଆରଏସ ପାର୍ଥ ଥାଟୋଇ ଏବଂ କନିଷ୍ଠ ଯନ୍ତ୍ରୀ ତୁଷାର ପାତ୍ରଙ୍କୁ ନିଲମ୍ବିତ କରିଛନ୍ତି । ଏହି ପଂଚାୟତରେ କାର୍ଯ୍ୟକାରୀ ହେଉଥିବା ଯୋଜନାକୁ ବାଟମାରଣା କରାଯାଉଥିବା ଅଭିଯୋଗ ନେଇ ସମିତି ସଭ୍ୟ ଭୁବନାନନ୍ଦ ସାମଲ ଧାରଣା ଦେବା ସହିତ ଜିଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ । ଜିଲ୍ଲାପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରିବା ପରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ପ୍ରକାଶ ପାଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close