ଭିଜିଲାନ୍ସ ଡି.ଜି ଦେବାଶିଷ ପାଣିଗ୍ରାହୀ, ଆଇ.ଏ.ଏସ ଗୁରୁପ୍ରସାଦ ମହାପାତ୍ର, ଗାୟିକା ତପୁ ମିଶ୍ର, ସାମ୍ବାଦିକ ଜୀମୂତ ମଂଗରାଜ, ସମାଜସେବୀ ଗଜେନ୍ଦ୍ର ଖୁଟିଂଆଙ୍କ ପାଇଁ ‘ଉଦୟବଟ’ ତରଫରୁ ଶୋକସଭା

ବ୍ୟାସନଗର,୨୯/୬(ଉ.ନ୍ୟୁଜ୍ ବ୍ୟୁରୋ): ‘କରୋନା’ ବିଭୀଷିକା ମଧ୍ୟରେ ବହୁ ମୂଲ୍ୟବାନ ଜୀବନ ହଜିଯାଉଛି ଯାହା ଓଡ଼ିଶା ରାଜ୍ୟ ପାଇଁ ଅପୂରଣୀୟ କ୍ଷତି ଘଟାଉଛି । ବିଶେଷକରି ତା. ୧୮/୦୬ ରାତ୍ର ୧୦ଟା ୧୫ମି. ସମୟରେ ବରିଷ୍ଠ ତଥା ୧୯୯୧ ବ୍ୟାଚ୍  ଆଇ.ପି.ଏସ ଅଧିକାରୀ ଓଡ଼ିଶା ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ)ର ମହାନିର୍ଦ୍ଦେଶକ, ସୁସାହିତ୍ୟିକ, ନାଟ୍ୟକାର, ସର୍ବ ଗୁଣ ସଂପନ୍ନ ତଥା ଅମାୟିକ ବ୍ୟକ୍ତି ଡ଼ଃ. ଦେବାଶିଷ ପାଣିଗ୍ରାହୀଙ୍କ କଲିକତାର ‘ମେଡିକା’ ମେଡିକାଲରେ ମାତ୍ର ୫୬ ବର୍ଷ ବୟସରେ ପରଲୋକ ହୋଇଥିବା ବେଳେ ଜାତୀୟ ସ୍ତରରେ ସୁନାମ ଅର୍ଜ୍ଜନ କରିଥିବା ଗୁଜୁରାଟ କ୍ୟାଡ଼ର ୧୯୮୬ ବ୍ୟାଚ୍‌ର ଓଡ଼ିଆ ଆଇ.ଏ.ଏସ ଅଧିକାରୀ ଡ଼ଃ. ଗୁରୁପ୍ରସାଦ ମହାପାତ୍ରଙ୍କ ତା.୧୯/୬ରେ ନୂଆଦିଲ୍ଲୀର ଏମ୍ସରେ ୫୯ ବର୍ଷ ବୟସରେ ପରଲୋକ ଘଟିଥିଲା । ଏହା ପରେ ବିଶିଷ୍ଠ ଗାୟିକା ତପୁ ମିଶ୍ର, ରାଜ୍ୟର ବରିଷ୍ଠ ସାମ୍ବାଦିକ ଜୀମୂତ ମଂଗରାଜ, ‘ଉଦୟବଟ’ର ପୃଷ୍ଠପୋଷକ ତଥା ବର୍ଷିଆନ ନେତା ଗଜେନ୍ଦ୍ର ଖୁଂଟିଆ ଆଦିଙ୍କ ଏହାରି ମଧ୍ୟରେ ପରଲୋକ ଘଟିଛି । ସମାଜ ପାଇଁ ମୂଲ୍ୟବାନ ମନେହେଉଥିବା ବହୁ ବ୍ୟକ୍ତି ‘କରୋନା’ରେ ସଂକ୍ରମିତ ହୋଇଥିବାର ଜାଣିବା ପରେ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରି ପୂଜାଅର୍ଚ୍ଚନା କରାଯାଇଥିଲା । ଡ଼ଃ. ଦେବାଶିଷ ପାଣିଗ୍ରାହୀଙ୍କ ପାଇଁ ‘ଉଦୟବଟ’ ତରଫରୁ ସ୍ଥାନୀୟ ବ୍ୟାସନଗର ପୈାରାଚଂଳର ସାପଗଡିଆ ଛକ ସ୍ଥିତ ଲକ୍ଷ୍ମୀନାରାୟଣଙ୍କ ମନ୍ଦିରରେ ଗତ ୦୮/୦୬ରେ ଏକ ସମୂହ ଦୀପଦାନ ଓ ପ୍ରାର୍ଥନା କାର୍ଯ୍ୟକ୍ରମ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
ଏଭଳି ମହାମାନ୍ୟ ତଥା ସମାଜପୋଯଗୀ ବ୍ୟକ୍ତିବିଶେଷ ଯଥା ଡ଼ଃ. ପାଣିଗ୍ରାହୀ, ଡ଼ଃ. ମହାପାତ୍ର, ତପୁ ମିଶ୍ର, ଜୀମୂତ ମଂଗରାଜ, ଶ୍ରୀ ଖୁଂଟିଆ ଆଦିଙ୍କ ପାଇଁ ‘ଉଦୟବଟ’ର ସଂପାଦକ ଶ୍ରୀ ରାଉତଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଆଜି ସନ୍ଧ୍ୟାରେ ‘ଭରଚ୍ୟୁଆଲ’ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଏହି ଦିବଗଂତ ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ୧ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପି.ସି.ସି.ଏଫ ତଥା ଓଡ଼ିଶା ଲୋକାୟୁକ୍ତ ଆୟୋଗର ମାନ୍ୟବର ସଦସ୍ୟ ଡ଼ଃ. ଦେବବ୍ରତ ସ୍ୱାଇଁ ଯୋଗ ଦେଇ ସମାଜ ପାଇଁ ଭଲ ବ୍ୟକ୍ତି ବା ଭଲ ଅଧିକାରୀଙ୍କ ଆବଶ୍ୟକତା ରହିଛି ବୋଲି କହିଥିଲେ । ସମସ୍ତଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରି ଡ଼ଃ. ସ୍ୱାଇଁ କହିଥିଲେ ଯେ, ଉପରୋକ୍ତ ସମସ୍ତ ବ୍ୟକ୍ତିବିଶେଷ ସମାଜ ପାଇଁ, ବ୍ୟବସ୍ଥା ପାଇଁ ମୂଲ୍ୟବାନ ସାବସ୍ତ୍ୟ ହୋଇଛନ୍ତି । ଡ଼ଃ. ପାଣିଗ୍ରାହୀଙ୍କୁ ସେ ବ୍ୟକ୍ତିଗତ ଭାବେ ଜାଣନ୍ତି ଓ ସେ ଜଣେ ଦକ୍ଷ, ଯୋଗ୍ୟ, ନୀତିନିଷ୍ଠ, ଉଚ୍ଚ ଚିନ୍ତାଧାରାର ଅଧିକାରୀଥିଲେ ବୋଲି କହିଥିଲେ । ‘ଲୋକାୟୁକ୍ତ’ରେ ଦାଖଲ ଅଧିକାଂଶ ଅଭିଯୋଗ ଭିଜିଲାନ୍ସ ଜରିଆରେ ତଦନ୍ତ ହୋଇଥାଏ ବୋଲି ଡ଼ଃ. ସ୍ୱାଇଁ ସୂଚାଇବା ସହ ଭିଜିଲାନ୍ସ ଡି.ଜି ଡ଼ଃ. ପାଣିଗ୍ରାହୀଙ୍କ ପାଇଁ ସେଗୁଡିକର ସମୟୋଚିତ ତଦନ୍ତ ଚାଲିଥିଲା । ସାମ୍ପ୍ରତିକ ‘କରୋନା’ ବିଶ୍ୱ ମହାମାରୀ ଉପରେ ଆଲୋକପାତ କରି ‘ଲୋକାୟୁକ୍ତ’ର ମାନ୍ୟବର ସଦସ୍ୟ କହିଥିଲେ ଯେ, ମଣିଷର ବଂଚିବା ପାଇଁ ପ୍ରକୃତିର ସୁରକ୍ଷା ଏକାନ୍ତ ଆବଶ୍ୟକ । ଏଥିପାଇଁ ପର୍ଯ୍ୟାପ୍ତ ସଂଖ୍ୟାରେ ବୃକ୍ଷରୋପଣ ଆବଶ୍ୟକ । ଏହି ଶୋକସଭାରେ ମୁଖ୍ୟ ବକ୍ତା ଭାବେ ଡି.ଏଫ୍‌.ଓ (ଭିଜିଲାନ୍ସ) ରଜନୀକାନ୍ତ ମହାନ୍ତି ଯୋଗ ଦେଇ କହିଲେ ଯେ ଡ଼ଃ. ପାଣିଗ୍ରାହୀଙ୍କୁ ହରାଇ ବିଭାଗ ଯେଉଁ ମାନସିକ ଅବସାଦ ପାଇଥିଲା ତା’କୁ ଲାଘବ କରିବା ପାଇଁ ନୂତନ ଭିଜିଲାନ୍ସ ଡି.ଜି ଯଶୱନ୍ତ ସିଂ ଜେଠୱା ଦାୟିତ୍ୱ ନେବା ଅବସରରେ କହିଥିଲେ ଯେ, ଡ଼ଃ. ପାଣିଗ୍ରାହୀଙ୍କ ଅଧୂରା କାର୍ଯ୍ୟ ପୂରଣ ପାଇଁ ବିଭାଗ ଏକାଠି ହୋଇ ଆଗକୁ କାମ କରିବ । ଏହା ଆମକୁ ଧୈର୍ଯ୍ୟ ଯୋଗାଇଛି । କଟକ ଭିଜିଲାନ୍ସ ଡି.ଏସ.ପି ଶିଶିର କୁମାର ସାହୁ ଡ଼ଃ. ପାଣିଗ୍ରାହୀଙ୍କ ସହ କାର୍ଯ୍ୟ କରିବାର ସୁଯୋଗ ପାଇଁ ଉତ୍ସାହିତ ହୋଇଥିଲେ । ତାଙ୍କର ବିୟୋଗ ତାଙ୍କୁ ମର୍ମାହତ କରିଛି ବୋଲି କହିଥିଲେ । ସେ କିପରି କର୍ତବ୍ୟନିଷ୍ଠ, ନୀତିବାନ ଥିଲେ ସେ ବିଷୟରେ ସ୍ମୃତିଚାରଣ କରିଥିଲେ । ବ୍ୟାସନଗର ମ୍ୟୁନିସ୍‌ପାଲିଟିର ପୂର୍ବତନ ଅଧ୍ୟକ୍ଷ ତଥା ଯାଜପୁର ଜିଲ୍ଲା କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ସଭାପତି ରସାନନ୍ଦ ମହାନ୍ତି ଉପରୋକ୍ତ ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ସେମାନଙ୍କ ମହତ ଅବଦାନ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ସଂର୍ପକରେ ଏବଂ ଦିବଗଂତ ବ୍ୟକ୍ତିମାନଙ୍କ ସଂର୍ପକରେ ବିଶିଷ୍ଠ ଶିକ୍ଷାବିଦ୍ ତଥା ‘ଉଦୟବଟ’ର ସହଯୋଗୀ ସଂପାଦକ ଡ଼ଃ ଅକ୍ଷୟ କୁମାର ପଣ୍ଡା ସୁଚନା ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଡ଼ଃ. ପଣ୍ଡା ଉପରୋକ୍ତ ବ୍ୟକ୍ତିବିଶେଷଙ୍କ ବିଭିନ୍ନ ସୁଗୁଣ ଉପରେ ଆଲୋଚନା କରିଥିଲେ । ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ, ସମାଜସେବୀ ତଥା ବିଶିଷ୍ଠ ଶ୍ରମିକ ନେତା ଚନ୍ଦ୍ରମଣି ସାମଲ ଏଥିରେ ଯୋଗ ଦେଇ ‘କରୋନା’ ସମୟରେ ବହୁ ମୂଲ୍ୟବାନ ଜୀବନ ଚାଲିଯାଉଥିବାରୁ ସେ ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ । କ୍ରୋମନଗର ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସଂଜୟ କୁମାର ଦେଓ ଏଥିରେ ଯୋଗ ଦେଇ ଡ଼ଃ. ପାଣିଗ୍ରାହୀ କିପରି ଜଣେ ଜରଦୀ ଓ ଅସାଧାରଣ ବ୍ୟକ୍ତି ଥିଲେ କିଛି ଉଦାହରଣ ଦେଇ ତାଙ୍କର ସ୍ମୃତିଚାରଣ ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହି ‘ଭରଚ୍ୟୁଆଲ ମିଟିଙ୍ଗ’ରେ ଭୁବନେଶ୍ୱର ଭିଜିଲାନ୍ସ ଡି.ଏସ.ପି ମନୋରମା ମଲ୍ଲିକ, ଆଡଭୋକେଟ ଦୀପକ ସେନଗୁପ୍ତା, ପତିତପାବନ ମହାବିଦ୍ୟାଳୟ, ସାଇଁକୁଳ, କେଉଁଝରର ଅଧ୍ୟାପକ ମହେନ୍ଦ୍ର ନାୟକ, କେନ୍ଦ୍ରାପଡ଼ାର ଯୁବ ସମାଜସେବୀ ରାଜକିଶୋର ନାୟକ, ନାରୀନେତ୍ରୀ ବିଦ୍ୟୁତ୍‌ପ୍ରଭା ରାୟ, କବୟତ୍ରୀ ସୁମିତ୍ରା ମିଶ୍ର, ସତ୍ୟଜିତ୍ ନାୟକ, ଟମକାର ଆକାଶଜ୍ୟୋତି ନାୟକ, ‘ଦର୍ଶନ’ର ଯାଜପୁର ଜିଲ୍ଲା ପ୍ରତିନିଧି କୈଳାସ ରାଉତ, ଢ଼େଙ୍କାନାଳ ଭୁବନ ଅଂଚଳର ଯୁବ ସମାଜସେବୀ ଓ ସାମ୍ବାଦିକ ସଚ୍ଚିଦାନନ୍ଦ ନାଥ, ଗୈାରୀଶଙ୍କର ପତି ପ୍ରମୁଖ ଏଥିରେ ଭାଗ ନେଇଥିଲେ । କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ପୋଲିସ ଆଇ.ଜି (ଆଇନ ଶୃଙ୍ଖଳା) ତଥା ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଅମିତାଭ ଠାକୁର ମହୋଦୟ କାର୍ଯ୍ୟ ବ୍ୟସ୍ତତା ପାଇଁ ଶେଷ ପର୍ଯ୍ୟନ୍ତ ସଭାରେ ଭାଗ ନେଇ ପାରି ନ ଥିଲେ ମଧ୍ୟ ନୈତିକ ସମର୍ଥନ ଦେଇଥିଲେ । ଯାଜପୁରର ପୂର୍ବତନ ପୈାରପାଳ ଭବପ୍ରସାଦ ଦାସ, ବିଶ୍ୱ ଓଡ଼ିଆ ମହାସଂଘ, ମୁମ୍ବାଇର ସଭାପତି ଡ. ସୁରେନ୍ଦ୍ରନାଥ ମହାପାତ୍ର, ରାଜ୍ୟ ସାମ୍ବାଦିକ ସଂଘ, ଓଡ଼ିଶାର ସାଧାରଣ ସଂପାଦକ କୈଳାସ ଚନ୍ଦ୍ର ନାୟକ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ଯାଜପୁର ଜିଲ୍ଲା ମହିଳା ବି.ଜେ.ଡି ସଭାନେତ୍ରୀ ସବିତା ରାଉତ, ଆଇ.ଏଲ.ଏସର ଡ଼ାଇରେକ୍ଟର ଡ଼ଃ. ଅଜୟ ପରିଡାଙ୍କ ପତ୍ନୀ ରଶ୍ମି ମହାପାତ୍ର, କୋରାଇ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବାରିକ, ହିନ୍ଦୁ ସୁରକ୍ଷା ସେନାର ଯାଜପୁର ଜିଲ୍ଲା ସଭାପତି ବସନ୍ତ କୁମାର ପାତ୍ର ପ୍ରମୁଖଙ୍କ ସମେତ କାର୍ଯ୍ୟକ୍ରମରେ ଭାଗ ନେବାକୁ ଥିବା ବହୁ ବ୍ୟକ୍ତିବିଶେଷ କାର୍ଯ୍ୟବ୍ୟସ୍ତତା ଓ ନେଟ୍ ସମସ୍ୟା ପାଇଁ ଯୋଗ ଦେଇ ପାରି ନ ଥିବା ସୂଚାଇଛନ୍ତି । ଶେଷରେ ‘କରୋନା’ର ୧ମ ଓ ୨ୟ ଲହରରୁ ବର୍ତି ଜୀବନ ଯାପନ କରୁଥିବା ସମସ୍ତ ବ୍ୟକ୍ତିବିଶେଷ ଓ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଯିବା ସଂଗେ ସଂଗେ ସେମାନେ ହିଁ ପ୍ରକୃତ ‘କରୋନା ଯୋଦ୍ଧା’ ବୋଲି ‘ଉଦୟବଟ’ର ସଂପାଦକ ଶ୍ରୀ ରାଉତ ଅଭିହିତ କରିଥିଲେ । ଭିଜିଲାନ୍ସ ଡି.ଜି ଡ଼ଃ. ପାଣିଗ୍ରାହୀଙ୍କୁ ‘ଗାର୍ଡ ଅଫ୍ ଅନର’ ନ ଦିଆଯିବା ଉପରେ କ୍ଷୋଭ ପ୍ରକାଶ ଶ୍ରୀ ରାଉତ କହିଥିଲେ ଯେ ଜଣେ ସାଧାରଣ ପୋଲିସ କର୍ମଚାରୀଙ୍କ ବିଭିନ୍ନ ଅଘଟଣରେ ମୃତ୍ୟୁ ହେଉଥିଲେ ତାଙ୍କ ‘ଗାର୍ଡ ଅଫ ଅନର’ ଦିଆଯାଉଛି, ହେଲେ ଡ଼ଃ. ପାଣିଗ୍ରାହୀ ଜଣେ ଦକ୍ଷ ଭିଜିଲାନ୍ସ ଡି.ଜି ଥିଲେ ଓ ଜଣେ ସୁସାହିତ୍ୟିକ ହିସାବରେ ୨୦୦୨ରେ ‘ଓଡ଼ିଶା ସାହିତ୍ୟ ଏକାଡେମୀ’ ଦ୍ୱାରା ପୁରସ୍କୃତ ହୋଇଥିଲେ । ତାଙ୍କ ଶେଷ କୃତ ବେଳେ ପୋଲିସ ସଲାମୀ ନ ଦିଆଯିବାରେ ଅସୁବିଧା କେଉଁଠି ରହିଲା ବୋଲି ଆଲୋଚନା ବେଳେ ଶ୍ରୀ ରାଉତ ପ୍ରଶ୍ନ ଉଠାଇଥିଲେ । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close