ବ୍ୟାସନଗର ମହାବିଦ୍ୟାଳୟକୁ ନୂଆ ପରିଚାଳନା କମିଟି ଓ ବିଧାୟକଙ୍କ ପରିଦର୍ଶନ, ଜମି ସୁରକ୍ଷିତ ରଖିବାକୁ ପ୍ରାଥମିକତା
From Childhood & till date I am fond of to do Social Works, Plantation Works, helps others who need especially Labouerers, Poors, trying to keep up Environment good etc……………I am fighting to give Social Justice who depends me & strongly working against Corruptions. I am emphasized on collective works. Patriotism & Honest Labour is my Motto……Jay Bharat
ବ୍ୟାସନଗର,୧୯/୬(ଉ.ନ୍ୟୁଜ୍ ବ୍ୟୁରୋ): ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର ନବଗଠିତ ପରିଚାଳନା ପରିଷଦର ପ୍ରଥମ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହିଅବସରରେ ପରିଚାଳନା ପରିଷଦର ନୂତନ ସଭାପତି ପ୍ରଦୀପ କୁମାର ବିଶ୍ବାଳ ଓ ସମସ୍ତ ସଦସ୍ୟମାନଂକୁ ବିଧାୟକ ଅଶୋକ କୁମାର ବଳ, ଅତିରିକ୍ତ ଜିଲ୍ଲାପାଳ ତଥା ବିଦାୟୀ ସଭାପତି ସନ୍ତୋଷ କୁମାର ମିଶ୍ର ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ଶିବ ଚରଣ ମାଝୀ ପ୍ରମୁଖ ଅଭିନଂଦନ ଜଣାଇଥିଲେ । ଆଲୋଚନା କାଳରେ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ସଂପର୍କରେ ସବିଶେଷ ଆଲୋଚନା କରାଯାଇ କାର୍ଯ୍ୟପନ୍ଥା ନିର୍ଧାରଣ କରାଯାଇଥିଲା । ମହାବିଦ୍ୟାଳୟ ଉପରେ ଅଚାନକ ମାତ୍ରାଧିକ ବିଦ୍ୟୁତ୍ ବିଲ ଦାବିକରି ଏକତରଫା ବିଦ୍ୟୁତ୍ ଯୋଗାଣ ବନ୍ଦ ନିଷ୍ପତି ନେଇ ଉଦବେଗ ପ୍ରକାଶ ପାଇଥିଲା ଏବଂ ଏ ବିଷୟରେ ଉଚ୍ଚ କର୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯିବାକୁ ସ୍ଥିର ହୋଇଥିଲା । ସେହିପରି ମହାବିଦ୍ୟାଳୟ ନ୍ୟାକ୍ ମାନ୍ୟତା ଓ ସ୍ୱୟଂଶାସନ ମାନ୍ୟତା ବଜାୟ ରହିବା ପାଇଁ ଯଥାଶିଘ୍ର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସ୍ଥିର କରାଗଲା । ଅଧିକନ୍ତୁ ମହାବିଦ୍ୟାଳୟର ନିଜସ୍ୱ ଜମିକୁ ମାପଚୁପ କରାଯାଇ ତା’ର ସୀମା ନିର୍ଧାରଣ ସହ ପାଚେରୀ କିମ୍ବା ତାର ବାଡ ମାଧ୍ୟମରେ ସୁରକ୍ଷା କରାଯିବାକୁ ନିଷ୍ପତି ନିଆଯାଇଥିଲା ।