ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଦାନଗଦି ବଜାରରୁ ଦୁଇ ଶିଶୁ ଶ୍ରମିକ ଉଦ୍ଧାର

କଳିଙ୍ଗନଗର, ୨୭/୧୦(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଦାନଗଦି ବଜାରରୁ ଦୁଇ ଜଣ ଶିଶୁଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଶିଶୁ ଅଧିକାର କର୍ମୀ ମଣ୍ଟୁ ଦାସ ଏହି ଘଟଣା ସମ୍ପର୍କରେ ଜିଲ୍ଲାପାଳ ଅମ୍ବର କରଙ୍କୁ ଅନୁରୋଧ କରିଥିଲେ।ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଶିଶୁ ସୁରକ୍ଷା ୟୁନିଟ୍‌ର ତପନ କୁମାର ପାତ୍ର, ଅତିରିକ୍ତ ଶ୍ରମ ଅଧିକାରୀ ଦେବାଶିଷ ଜେନା, ଦାନଗଦି ପୋଲିସ ଓ ଶିଶୁ ଅଧିକାର କର୍ମୀ ମଣ୍ଟୁ ଦାସ ଓ ବିଶ୍ବଜିତ ମାଝୀଙ୍କ ଦଳ ଏକ ସଂଯୁକ୍ତ ଚଢ଼ାଉ କରି ଇମ୍ରାନ ଗ୍ୟାରେଜ ରୁ ଶିଶୁ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ।ଉଦ୍ଧାର ହୋଇଥିବା ଦୁଇ ଶିଶୁଙ୍କ ବୟସ୍‌ କ୍ରମେ ୧୪ ଓ ୧୨ ବର୍ଷ। ଗତ ଏକ ବର୍ଷ ଧରି ସେମାନେ ଏହି ଗ୍ୟାରେଜରେ ଦିନକୁ ୧୨ ଘଣ୍ଟାରୁ ଅଧିକ ସମୟ କାମ କରୁଥିଲେ। ସେମାନଙ୍କୁ ଗ୍ୟାରେଜ ମାଲିକ ମହମ୍ମଦ ମୁରସିଦ ଅନସାରୀ ପ୍ରତିଦିନ ୧୦୦ ଟଙ୍କା ହିସାବରେ ମାସିକ ୩,୦୦୦ ଟଙ୍କା ଦେଇଥାନ୍ତି ବୋଲି ଶିଶୁମାନେ ଜଣାଇଛନ୍ତି।ଉଦ୍ଧାର ହୋଇଥିବା ଶିଶୁମାନଙ୍କ ମଧ୍ୟରୁ ଜଣେ ମୟୂରଭଞ୍ଜ ଓ ଅନ୍ୟଜଣ ଯାଜପୁର ଜିଲ୍ଲାର ଥିବା ଜଣାପଡ଼ିଛି। ଶିଶୁ ଦୁଇଜଣଙ୍କୁ ଶିଶୁ ମଙ୍ଗଳ କମିଟି ଆଗରେ ହାଜର କରି ଉତ୍କଳ ବାଳାଶ୍ରମରେ ଥଇଥାନ କରାଯାଇଛି।ଶିଶୁ ଶ୍ରମ ନିଯୋଜନ ଆଇନ ଅନୁସାରେ ଗୁରୁତର ଅପରାଧ ହେଲେ ମଧ୍ୟ, ବ୍ଳକ ଓ ତହସିଲ କାର୍ଯ୍ୟାଳୟ ନିକଟରେ ଏପରି ଘଟଣା ଘଟିଥିବା ଦେଖି ସମାଜରେ ଚର୍ଚ୍ଚା ଚାଲିଛି।ଶିଶୁ ଅଧିକାର କର୍ମୀ ମଣ୍ଟୁ ଦାସ କହିଛନ୍ତି, “ଏପରି ଶିଶୁଶ୍ରମ ଘଟଣା ମାତ୍ର ଆଇନ ଭଙ୍ଗ ନୁହେଁ, ଶିଶୁମାନଙ୍କ ଶିକ୍ଷା ଓ ଶୈଶବ ଅଧିକାର ଉପରେ ଗୁରୁତର ଆଘାତ।”

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close