ଭିକିପୁର ଜଙ୍ଗଲରୁ ବନ୍ୟ ପ୍ରାଣୀ ସିଙ୍ଘ, ଦାନ୍ତ ଆଦି ଜବତ, ୦୨ ଅଟକ, ୦୩ ଫେରାର
ବ୍ୟାସନଗର,୧୫/୧୨: ଯାଜପୁର ଜିଲ୍ଲାର ପାଣିକୋଇଲି ଥାନା ଓ କଟକ ବନଖଣ୍ଡ ଅଧିନ ଯାଜପୁରୋଡ ଫରେଷ୍ଟ ରେଂଜ ଅର୍ନ୍ତଗତ ଛୋଟରାୟପୁର-ତରାପୁର ରାସ୍ତାର ପାଶ୍ୱର୍ରେ ଥିବା ଭିକିପୁର ଆକାଶିଆ ଜଂଗଲରୁ ଆଜି ଜଂଙ୍ଗଲ ବିଭାଗର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ କୈାଣସି ସୂତ୍ରରୁ ଖବର ପାଇଁ ବହୁ ବନ୍ୟଜନ୍ତୁଙ୍କ ସିଙ୍ଘ, ଦାନ୍ତ, ବିରଳ ପ୍ରଜାତିର ଏଣ୍ଡୁଅ ଆଦି କାରବାର ହେଉଥିବା ବେଳେ ଅତର୍କିତ ଚଢ଼ାଉ କରି ୦୨ଜଣଙ୍କୁ ମାଡି ବସିଥିବା ବେଳେ ଆଉ ୦୩ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଜଂଗଲ ବିଭାଗ କାବୁ କରିଥିବା ୦୨ଜଣଙ୍କୁ ଯାଜପୁରରୋଡ ସ୍ଥିତ ରେଂଜ କାର୍ଯ୍ୟାଳୟକୁ ଆଣି ପଚରାଉଚୁରା ଚଳାଇଛନ୍ତି । ଅଟକ ୦୨ଜଣ ଜନୈକ ପ୍ରଭାବଶୀଳଙ୍କ ପୁଅ ଓ ସଂର୍ପକୀୟ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ଛୋଟରାୟପୁର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍ରେ ଥିବା ସ’ମିଲରେ ଚୋରା କାଠର ଅବାଧ ଚିରଟ ଚାଲିଥିବା ଉପରେ କିଛି ଦିନ ତଳେ ଖବର ପ୍ରକାଶ ପାଇବା ପରେ କିଛି ଦିନ ଧରି ଏହି ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ମାତ୍ର ଏବେ ସେ ଡର ଆଉ ନାହିଁ । କୋତୋଟି ମିଲରେ ଶାଗୁଆନ ଭଳି ଦାମୀ କାଠ ବଡ ହାକିମକୁ ଜଣାଇ ଚିରଟ ଚାଲିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ଭିଜିଲାନ୍ସ ବିଭାଗ ଠାରୁ ଆରମ୍ଭ କରି ଜଂଗଲ ଓ ପୋଲିସ ବିଭାଗ ସବୁ ଜାଣି ନ ଜାଣିଲା ଭଳି ଅଭିନୟ କରୁଛନ୍ତି । ଏହା ଉପରେ ବିଭାଗୀୟ ପ୍ରମୁଖ ସଚିବ ଓ ପି.ସି.ସି.ଏଫ ମହୋଦୟ ଖୋଳତାଡ କଲେ, ବିଶେଷକରି କଟକ ବନଖଣ୍ଡର ଯାଜପୁରରୋଡ ରେଂଜରେ ଗତ ୩-୪ ବର୍ଷ ମଧ୍ୟରେ ସଂଗଠିତ ହୋଇଥିବା ବିଭିନ୍ନ ଦୁର୍ନୀତି, ସର୍ବୋପରି ଏହି ରେଂଜ ଅଧିନସ୍ଥ ପଚ୍ଛକୋଟ ଡି.ପି.ଏଫ ମଧ୍ୟରୁ ଧର୍ମକୁ ଆଖି ଠାର ମାରି କୋଟି କୋଟି ଟଙ୍କାର ମୋରମ ଉଠାଣ ନେଇ ଉଚ୍ଚସ୍ତରୀୟ ବିଧିବଦ୍ଧ କରାଗଲେ ପାଠକ ଆଇ.ଏଫ.ଏସ ଘଟଣା ଠାରୁ ଆହୁରି ବଡ ବଡ କେଳେଙ୍କାରୀର ପର୍ଦ୍ଦାଫାସ ହୁଅନ୍ତା ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି । ଏହି ଚଢ଼ଉରେ ଯାଜପୁରରୋଡ ରେଂଜ ଅଧିକାରୀ ଦେବେନ୍ଦ୍ର କୁମାର ପଟ୍ଟନାୟକ, ପରେଷ୍ଟର ସତ୍ୟାନନ୍ଦ ପାଲ, ବନ କର୍ମଚାରୀ ନିର୍ମଳ ମଲ୍ଲିକ, ସରୋଜ ସ୍ୱରୂପ ନାୟକ, ତ୍ରିଲୋଚନ ଦାଶ, ଧନେଶ୍ୱର ଦାସ, ଅଜୟ ମଲ୍ଲିକ, ଦେବେନ୍ଦ୍ର ସେଠୀ ପ୍ରମୁଖ ସାମିଲ ଥିଲେ ।