ଷ୍ଟିୱାର୍ଟ ସାଇନ୍ସ କଲେଜରେ ଡକ୍ଟର ପ୍ରିୟତମା ଦେଓ ସ୍ମାରକୀ ପ୍ରତିଯୋଗିତା ଅନୁଷ୍ଠିତ

କଟକ,(ଉ. ନ୍ୟୁଜ୍ ବ୍ୟୁରୋ), ୧୭/୧୧: ସ୍ଥାନୀୟ ମିଶନ ରୋଡ ସ୍ଥିତ “ଷ୍ଟିୱାର୍ଟ ସାଇନ୍ସ କଲେଜ”ପଦାର୍ଥ ବିଜ୍ଞାନ ବିଭାଗ ପକ୍ଷରୁ ‘ସାଂପ୍ରତିକ ବିକାଶ ସାମଗ୍ରୀ ଓ ଶକ୍ତି, ପରିବେଶ ଏବଂ ଜୈବ ଚିକିତ୍ସା କ୍ଷେତ୍ରରେ ଏହାର ପ୍ରୟୋଗ’ ଉପରେ ଆଧାରିତ ‘ଡକ୍ଟର ପ୍ରିୟତମା ଦେଓ ୫ମ ସ୍ମାରକୀ ଆଲୋଚନାଚକ୍ର ଓ ପ୍ରତିଯୋଗିତା’ ଗତ ତା: ୧୫/୧୧/୨୦୨୫ ରିଖ ଶନିବାର ଅନୁଷ୍ଠିତ ହୋଇଯାଇଛି । କଲେଜ ସମ୍ମିଳନୀ କକ୍ଷରେ ଷ୍ଟିୱାର୍ଟ ସାଇନ୍ସ କଲେଜର ଅଧ୍ୟକ୍ଷା ଡକ୍ଟର ଦୀପା ନାଗଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ଭୁବନେଶ୍ୱରସ୍ଥିତ ଖଣିଜ ଓ ପଦାର୍ଥ ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ଡକ୍ଟର ଜୟନ୍ତ କୁମାର ପୋଥାଳ, ବୈଜ୍ଞାନିକ ଶୁଭ୍ର ବାଜପେୟୀ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାର ଅବସରପ୍ରାପ୍ତ ପ୍ରଫେସର ଡକ୍ଟର ଭାରତୀ ବେହେରା ଯୋଗ ଦେଇ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ପ୍ରଥମ ମହିଳା ଅଧ୍ୟକ୍ଷା ଡକ୍ଟର ପ୍ରିୟତମା ଦେଓଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଷ୍ଟିୱାର୍ଟ ସାଇନ୍ସ କଲେଜର ପଦାର୍ଥ ବିଜ୍ଞାନର ମୁଖ୍ୟ ଡ଼. ଆକାଶ ସାହୁ ବିବରଣୀ ପାଠ କରିବା ସହ ସେମିନାରର ଆଭିମୁଖ୍ୟ ଉପରେ ବକ୍ତବ୍ୟ ରଖିଥିଲେ । କଟକ, ଭୁବନେଶ୍ୱର ଏବଂ ଅନ୍ୟାନ ସ୍ଥାନରୁ ବିଭିନ୍ନ କଲେଜରୁ ଆୟୋଜିତ ପ୍ରତିଯୋଗିତାରେ ଯୋଗଦେଇଥିବା ପ୍ରତିଯୋଗୀମାନଙ୍କ ମଧ୍ୟରେ ସ୍ଥାନୀୟ ଶୈଳବାଳା ସ୍ୱୟଂଶାସିତ ମହିଳା କଲେଜ ଛାତ୍ରୀ ଭୂମି ମହାପାତ୍ର ପ୍ରଥମ, ନୟାଗଡ଼ ସ୍ୱୟଂ ଶାସିତ କଲେଜ ଛାତ୍ରୀ ରିପ୍ସା ତ୍ରିପାଠୀ ଦ୍ୱିତୀୟ ଏବଂ ଷ୍ଟିୱାର୍ଟ ବିଜ୍ଞାନ କଲେଜର ଛାତ୍ର ଭାରତ ଭୂଷଣ ରାଉତ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସୂଚନାଯୋଗ୍ୟ ଭାରତ ଭୂଷଣ ଏହି ପ୍ରତିଯୋଗିତାରେ କନିଷ୍ଠ ଅଂଶଗ୍ରହଣକାରୀ ଥିଲେ । ସେ ଯୁକ୍ତ ୩ ପଦାର୍ଥ ବିଜ୍ଞାନ ଅନର୍ସର ୧ମ ବର୍ଷର ଛାତ୍ର ଥିଲେ । ମାତ୍ର ଏଥିରେ ୟୁଜି ଏବଂ ପିଜିର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ଉପରୋକ୍ତ ସଫଳ ୦୩ ଜଣ ଛାତ୍ରଛାତ୍ରୀ ରେଭେନ୍ସା ଓ ଭୁବନେଶ୍ୱରର ବିଜେବି ଭଳି ବହୁ ନାମିଦାମୀ କଲେଜର ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ ନିଜ ନିଜ କଲେଜ ପାଇଁ ପୁରସ୍କାର ଜିତି ସମ୍ମାନ ରଖିଥିଲେ । ସୁଚନାଯୋଗ୍ୟ, ଭାରତ ଭୂଷଣ ଭୁବନଶ୍ୱରର ୟୁନିଟ-୦୮ ସ୍ଥିତ ଡିଏଭି ସ୍କୁଲରେ ପଢ଼ୁଥିବା ବେଳେ କ୍ରମାଗତ ୦୩ ଥର ଗଣିତ ସେମିନାରରେ ପ୍ରଥମ ସ୍ଥାନ ହାସଲ କରି ରେକର୍ଡ କରିଥିଲେ । ଆଜି ଭାରତଙ୍କ ସଫଳତା ପାଇଁ ଷ୍ଟିୱାର୍ଟ କଲେଜରେ ଅଧ୍ୟାପକ/ଅଧ୍ୟାପିକାମାନେ ବେଶ ସନ୍ତୋଷ ପ୍ରକାଶ କରିଥିଲେ । ସେ କଲେଜ ତରଫରୁ ପ୍ରତିନିଧିତ୍ୱ କରି ସଫଳ ହୋଇ ପ୍ରମାଣପତ୍ର ସହ ନଗଦ ୦୨ ହଜାର ଟଙ୍କାର ପୁରସ୍କାର ରାଶି ଗ୍ରହଣ କରିଥିବାରୁ କଲେଜରେ ଆନନ୍ଦର ମାହୋଲ ସୃଷ୍ଟି ହୋଇଛି । ଭାରତ ଚଳିତ ବର୍ଷ ସର୍ବଭାରତୀୟ ସ୍ତରରେ ଆଇଜର ପ୍ରବେଶିକା ପରୀକ୍ଷାରେ ଭଲ ସ୍କୋର କରିଥିଲେ ହେଁ ଭୂଲ ଫର୍ମପୂରଣ ପାଇଁ ଶେଷ ମୂହୂର୍ତ୍ତରେ ସେଥିରୁ ବଂଚିତ ହୋଇ ପ୍ରଥମେ ଯାଜପୁର ସ୍ଥିତ ନରସିଂହ ଚୌଧୂରୀ ସ୍ୱୟଂଶାସିତ କଲେଜ ଓ ଏବେ କଟକ ସ୍ଥିତ ଷ୍ଟିୱାର୍ଟ ସାଇନ୍ସ କଲେଜରେ ଅଧ୍ୟୟନରତ ଅଛନ୍ତି । ଉକ୍ତ ସେମିନାର ପରିଚାଳନାରେ ଷ୍ଟିୱାର୍ଟ କଲେଜର ପଦାର୍ଥ ବିଜ୍ଞାନ ବିଭାଗର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।

      ପ୍ରକାଶଥାଉକି, ‘ରେଭେନ୍ସା କଲେଜ’ର ପ୍ରଥମ ମହିଳା ଅଧ୍ୟକ୍ଷା ୰ ଶ୍ରୀମତୀ ଡ଼ଃ ପ୍ରିୟତମା ଦେଓ ଯାଜପୁରରୋଡ ନିକଟବର୍ତ୍ତୀ କେଉଁଝର ଜିଲ୍ଲାର ରାମଚନ୍ଦ୍ରପୁର ଥାନାର ସୁଆଁଳ ଗ୍ରାମର ୰ ଗଜେନ୍ଦ୍ର ଦେଓଙ୍କର ସୁକନ୍ୟା ଥିଲେ । ସେ ଅବିବାହିତ ଥିଲେ ଓ ଆଦର୍ଶ ଚିନ୍ତାଧାରାର ଥିଲେ ବୋଲି ‘ଉଦୟବଟ’କୁ କହିଛନ୍ତି ତାଙ୍କର ଦାଦା ପୁଅ ଭାଇ ତଥା ପୋଷ୍ଟମାଷ୍ଟର ଦେବରଂଜନ ଦେଓ । ବଡ଼ ବାପାଙ୍କର ୦୫ ପୁଅ ଏବଂ ଜଣେ ଝିଅ ପ୍ରିୟତମା ଦେଓ ସମସ୍ତେ ଉଚ୍ଚ ପଦପଦବୀରେ ରହି ଦକ୍ଷତାର ସହ କାର୍ଯ୍ୟକରି ଯଶ କମାଇଥିଲେ ବୋଲି କହନ୍ତି ଶ୍ରୀଯୁକ୍ତ ଦେବରଂଜନ ବାବୁ । ତାଙ୍କର ବଡ଼ ବାପା ୰ ଗଜେନ୍ଦ୍ର ବାବୁ କେଉଁଝରକୁ ଯାଇ ସେଠାରେ କେଉଁଝର ରାଜାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଥିଲେ ଓ ପରେ ଗାଁରୁ ଯାଇ ସେଠାରେ ବସବାସ କରୁଥିଲେ ଏବଂ ଆମେ ବଡ଼ ବାପାଙ୍କ ପରିବାର ପାଇଁ ସବୁବେଳେ ଗର୍ବିତ ବୋଲି କୁହନ୍ତି ତାଙ୍କର ପୁତୁରା ଦେବରଂଜନ ବାବୁ । ବଡ଼ ପୁଅ ୰ ବିଭୂତି ଭୂଷଣ ଦେଓ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ଉପ-କୁଳପତି (ଭି.ସି) ଥିଲେ ଏବଂ ସେ ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଥିବା ବେଳେ ପଦାର୍ଥ ବିଜ୍ଞାନରେ ପ୍ରସିଦ୍ଧି ଲାଭ କରିଥିଲେ । ତାଙ୍କ ତଳ ଭାଇ ୰ ଦୁଃଶାସନ ଦେଓ ଲଙ୍ଗ୍ ଟେନିସର ଜଣେ ଆର୍ନ୍ତଜାତିକ ଖାତିସଂପନ୍ନ ରେଫ୍ରି ଥିଲେ । ୩ୟ ଭାଇ ୰ ସନାତନ ଦେଓ ଓଡ଼ିଶା ସରକାରଙ୍କ ମୁଖ୍ୟ ଯନ୍ତ୍ରୀ (ମେକାନିକାଲ) ଥିଲେ । ତାଙ୍କ ତଳ ଭାଇ ବାଜୁ ଦେଓ ଭାରତୀୟ ଜଳ ସେନାର ଅବସରପ୍ରାପ୍ତ ନେଭି କ୍ୟାପ୍‌ଟେନ ଅଟନ୍ତି । ତାଙ୍କ ତଳକୁ ଥିଲେ ୰ ପ୍ରିୟତମା ଦେଓ, ଯେକି ରେଭେନ୍ସା କଲେଜର ପ୍ରଥମ ମହିଳା ଅଧ୍ୟକ୍ଷା ଥିଲେ । ସେ ମଧ୍ୟ ଭୁବନେଶ୍ୱରର ‘ରମା ଦେବୀ ମହିଳା କଲେଜ’ର ଅଧ୍ୟକ୍ଷା ଥିଲେ । ମାତ୍ର ବେଶି ସମୟ ସେ ରେଭେନ୍ସା କଲେଜରେ ପଦାର୍ଥ ବିଜ୍ଞାନ ବିଭାଗର ପ୍ରଧ୍ୟାପକ (ରିଡ଼ର ଏବଂ ଏଚ.ଓ.ଡି) ରହି ପଦାର୍ଥ ବିଜ୍ଞାନର ଟେକ ପାଇଁ କାର୍ଯ୍ୟ କରିଥିଲେ । ସେ ମଧ୍ୟ ସେଠାରେ ୧ମ ମହିଳା ଅଧ୍ୟକ୍ଷା ହେବାର ଗୈାରବ ଅର୍ଜ୍ଜନ କରିଥିଲେ । ସବା ସାନ ପୁଅ ଥିଲେ ୰ ବୃନ୍ଦାବନ ଦେଓ ଯେକି ସାଲେପୁର କଲେଜରୁ ଅଧ୍ୟକ୍ଷ ଭାବେ ଦକ୍ଷତାର ସହ ଦାୟିତ୍ୱ ତୁଲାଇ ଅବସର ନେଇଥିଲେ । ଏପରି ଭାବେ ବଡ଼ ବାପାଙ୍କ ପରିବାର ଥିଲା ବୋଲି ‘ଉଦୟବଟ’ର ସଂପାଦକ ତଥା “ଷ୍ଟିୱାର୍ଟ ସାଇନ୍ସ କଲେଜ” ପଦାର୍ଥ ବିଜ୍ଞାନର ଛାତ୍ର ଭାରତ ଭୂଷଣଙ୍କ ପିତା ଦୁଷ୍ମନ୍ତ କୁମାର ରାଉତଙ୍କ ଅତ୍ୟନ୍ତ ଅନ୍ତରଙ୍ଗ ଶ୍ରୀଯୁକ୍ତ ଦେବରଂଜନ ବାବୁ କୁହନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close