ଆହ୍ୱାନ ଅନୁଷ୍ଠାନ ପକ୍ଷରୁ ଓଡ଼ିଆ ଚଳଚ୍ଚିତ୍ର ଆଖିର ଶୁଭ ମହୁରତ

ଯାଜପୁର,୮/୧୧(ସନ୍ତୋଷ ରଥଙ୍କ ଠାରୁ): ଯାଜପୁର ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଆହ୍ୱାନ ଅନୁଷ୍ଠାନ ପକ୍ଷରୁ ଓଡ଼ିଆ ଚଳଚ୍ଚିତ୍ର ଆଖିର ଶୁଭ ମହୁରତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯାଜପୁରର ପ୍ରାକ୍ତନ ଜିଲ୍ଲାପାଳ ତଥା ଓଡ଼ିଆ ସାହିତ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଂଜନ କୁମାର ଦାସ ଯୋଗ ଦେଇ ଯାଜପୁରରେ ଏଭଳି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ ସେ ଖୁସି ବ୍ୟକ୍ତ କରି ସହ ସବୁ ଜଗନ୍ନାଥ ଓ ମା ବିରଜାଙ୍କ ଆଶ୍ରିବାଦରୁ ହେଉଅଛି ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଚଳଚ୍ଚିତ୍ର ଅଭିନେତା ବାଙ୍କୁ ଭାଇ, ବ୍ରଜ ଭାଇ ଯୋଗ ଦେଇ କାର୍ୟ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ଦେବା ସହିତ ଚଳଚ୍ଚିତ୍ରଟି ରାଜ୍ୟରେ ସୁନାମ ଅର୍ଜନ କରିବ ବୋଲି ଆଶା ବ୍ୟକ୍ତ କରିଥିଲେ । ଉଦଘାଟକ ଭାବେ ଚଳଚ୍ଚିତ୍ର ଅଭିନେତା ତଥା ଉତ୍କଳ ସାମ୍ବାଦିକ ସଂଘ ଯାଜପୁର ଜିଲ୍ଲା ସଭାପତି ହରିହର ସ୍ବାଇଁ ଯୋଗ ଦେଇ ଆହ୍ୱାନର ସମସ୍ତ କାର୍ୟ୍ୟକର୍ତ୍ତା ଓ ଚଳଚ୍ଚିତ୍ରର ପ୍ରଯୋଜକ ଓ ନିର୍ଦେଶକ ବିଶ୍ୱଜିତ ସାହୁଙ୍କ ଏଭଳି ଉଦ୍ୟମକୁ ସ୍ୱାଗତ କରିଥିଲେ। ଅନ୍ୟତମ ଅତିଥି ଭାବେ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ କୁମାର ମଲ୍ଲିକ, ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ତପନ କୁମାର ଦାସ ପ୍ରମୁଖ ଯୋଗ ଦେଇ ଚଳଚ୍ଚିତ୍ରର ଉତ୍ତରତର କାମନା କରିଥିଲେ । ସମାଜସେବୀ ହୃଷିକେଶ ପତି କାର୍ୟ୍ୟକ୍ରମକୁ ପରିଚାଳନା କରିଥିବାବେଳେ ନିର୍ଦେଶକ ବିଶ୍ୱଜିତ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।




