ଦଶମ ପରୀକ୍ଷା ନିମନ୍ତେ ଫର୍ମ ପୂରଣ ସ୍ଥଗିତ ରହିଲା
- କଟକ ; ୦୭/୧୧(ଦୀପକ ରଞ୍ଜନ ପାଣିଗ୍ରାହୀଙ୍କ ଠାରୁ): ରାଜ୍ୟରେ ଦଶମଶ୍ରେଣୀ ଫର୍ମପୂରଣ ସ୍ଥଗିତ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞାପ୍ତି ପ୍ରକାଶ ପାଇଛି। ଫର୍ମପୂରଣ ପ୍ରତ୍ୟାହାର ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବୋର୍ଡ ସଭାପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୂରଣ ଉଦେଶ୍ୟରେ ୫ତାରିଖରେ ବିଜ୍ଞାପ୍ତି ପ୍ରକାଶ ପାଇଥିଲା । ବିଦ୍ୟାଳୟ ଗୁଡିକରେ ଅନଲାଇନ ଶିକ୍ଷା ଚାଲୁଥିବା ସ୍ଥଳେ ୩୦ପ୍ରତିଶତ ସିଲାବସ୍ କୁ କମାଯାଇ ୭୦ପ୍ରତିଶତ ପାଠପଢ଼ା ଜାରିରହିଛି କିନ୍ତୁ ଅଭିଭାବକ ଏଥିରେ ସନ୍ତୁଷ୍ଠ ନ ଥିବାର ପ୍ରକାଶ ପାଇଛି। ଫଳରେ ବିଜ୍ଞାପ୍ତିକୁ ନେଇ ଛାତ୍ର ଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଅସନ୍ତୁଷ୍ଟ ଥିବାର ଜଣାପଡିବା ପରେ ତଥା ଛାତ୍ର ଛାତ୍ରୀ ଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆଖି ଆଗରେ ରଖି ନିଷ୍ପତ୍ତିକୁ ବଦଳାଇଛନ୍ତି। କରୋନାର ଦ୍ୱିତୀୟ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ବିଦ୍ୟାଳୟ ଗୁଡିକୁ ୩୧ଡିସେମ୍ବର ଯାଏଁ ବନ୍ଦ ରଖିବାକୁ ନିର୍ଦେଶ ଦେଇଛନ୍ତି। ପରବର୍ତ୍ତୀ ବିଜ୍ଞାପ୍ତିରେ ଫର୍ମପୂରଣ ନିମନ୍ତେ ସୂଚନା ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
Live Share Market