ବ୍ରାହ୍ମଣୀପାଳ ରେଳବାଇ ଲେବଲକ୍ରସିଂର ଉଭୟ ପାଶ୍ୱର୍ର ଆପ୍ରୋଚ୍ ରୋଡ ମରଣଯନ୍ତା
ବ୍ରାହ୍ମଣୀପାଳ, ୨୮/୯(ଦୀପକ ରଂଜନ ପାଣୀଗ୍ରାହୀଙ୍କ ଠାରୁ): କେଉଁଝର ଜିଲ୍ଲାର ବ୍ରାହ୍ମଣୀପାଳ ଠାରେ ଥିବା ରେଳବାଇ ଲେବଲକ୍ରସିଂକୁ ସଂଯୋଗ କରୁଥିବା ୦୨ ପାଶ୍ୱର୍ର ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ଏଠାରୁ ଖଣି ସମୃଦ୍ଧ କେଉଁଝର ଜିଲ୍ଲାର ହରିଚନ୍ଦନପୁର, କେଉଁଝର, ଯୋଡା, ବାଂଶପାଣି, ବଡ଼ବିଲ, ଚମ୍ପୁଆ, ବଲାଣୀ, ସୁନ୍ଦରଗଡ଼ର କୋଇଡ଼ା, ଯାଜପୁରର ସୁକିନ୍ଦା ଖଣି ଉପତ୍ୟକା ଓ କଳିଙ୍ଗନଗର ଶିଳ୍ପାଂଚଳ ଆଦି ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଓ ବ୍ୟବସାୟିକ ସ୍ଥାନକୁ ଦୈନିକ ଗମନାଗମନ ରହିଛି । ବହୁ ଦିନ ଧରି ଏଠାରେ ରାସ୍ତା ଖରାପ ଥିଲେ ମଧ୍ୟ କାହାର ନଜର ଏଠାରେ ପଡ଼ିବା ଭଳି ମନେହୁଏ ନାହିଁ । ଦୈନିକ ଶହ ଶହ ଗାଡି ଏହି ବାଟେ କଷ୍ଟରେ ଯାଉଥିବାର ପରିଲକ୍ଷିତ ହୁଏ । ଅସରାଏ ବର୍ଷା ହେଲେ ରାସ୍ତାରେ ଥିବା ଖାଲ ଖମାଗୁଡିକରେ ପାଣି ଜମି ରହି ପଥଚାରୀ, ବାଇକ ଆରୋହୀ ଓ ଗାଡିଚାଳକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଆସୁଛି । ଦୀର୍ଘ ଦିନ ହେଲା ଏହି ସମସ୍ୟା ପ୍ରତି ଧ୍ୟାନ ନ ଦିଆଯିବା କାରଣରୁ ଲୋକେ ଅସନ୍ତୋଷ ବ୍ୟକ୍ତ କରିଆସୁଛନ୍ତି । ହେଲେ ରେଳବାଇ ବିଭାଗ ଏଥିପ୍ରତି କୈାଣସି ଧ୍ୟାନ ନ ଦେବା ଦୁର୍ଭାଗ୍ୟଜନକ! ପଥଚାରୀ ଓ ଗାଡିଚାଳକଙ୍କ ଦୀର୍ଘ ଦିନର ଏହି ସମସ୍ୟା ପ୍ରତି ରେଳବାଇ ବିଭାଗର ଡିଭିଜିନାଲ ଯନ୍ତ୍ରୀ ଧ୍ୟାନ ଦେବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।