‘ଇମ୍ଫା’ ଖଣି ପରିଚାଳନା ସମସ୍ୟାର ସମାଧାନ : ସୋମବାର ଠାରୁ କାର୍ଯ୍ୟକ୍ଷମ ହେଲା

ଯାଜପୁର, ୦୭ା୯ : ସୋମବାର ଅପରାହ୍ନରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ଏକ ତ୍ରିପାକ୍ଷିକ ଆଲୋଚନା ମାଧ୍ୟମରେ ‘ଇମ୍ଫା’ ଖଣି ପରିଚାଳନା ସଂପର୍କିତ ସମସ୍ୟାର ସମାଧାନ କରାଯାଇଥିଲା । ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ପକ୍ଷ ସମସ୍ୟାର ସମାଧାନ ସହ କୋଭିଡ ନିୟମାବଳୀକୁ ଅନୁପାଳନ କରି ଶତକଡ଼ା ୧୦ ଭାଗ ଶ୍ରମିକ ବୋଝେଇ ବା ଲୋଡିଂ ଲେବରଙ୍କୁ ରୋଟେସନ ପଦ୍ଧତିରେ ନେଇ ଇମ୍ଫା କମ୍ପାନୀ କାର୍ଯ୍ୟକରିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହା ସୋମବାର ଅପରାହ୍ନଠାରୁ କାର୍ଯ୍ୟକାରୀ କରାଗଲା ବୋଲି ସର୍ବସମ୍ମତିକ୍ରମେ ସ୍ଥିର ହୋଇଛି । ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ସମସ୍ୟା ଯାହା ରହିଛି ତାହାକୁ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଦାସ ସୂଚନା ଦେଇଥିଲେ । ସହକାରୀ ଶ୍ରମ କମିଶନର ଏହି ସମସ୍ୟାର ସମାଧାନ ପାଇଁ ଯତ୍ନବାନ ହେବେ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମିନା, କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ଖଣି ଉପ ନିର୍ଦ୍ଧେଶକ ପ୍ରିୟଦର୍ଶି ସନ୍ଦୀପ କୁମାର ବଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ, ଇମ୍ଫା ପ୍ରତିନିଧି ସଂଜୀବ ଦାସ, ଶ୍ରମିକ ସଂଗଠନର ସାଧାରଣ ସଂପାଦକ ନାରାୟଣ ଚନ୍ଦ୍ର ଧୀର, ଇମ୍ଫା ମାଇନ୍ସର ଉପ ସଭାପତି ସୁଧାଂଶୁ ପଟନୀ, ଡି.ଜି.ଏମ୍ ଅଜୟ କୁମାର ବେହୁରିଆ ଓ ଶ୍ରମିକ ସଂଗଠନର ଯୁଗ୍ମ ସାଧାରଣ ସଂପାଦକ ଭରତ ଚନ୍ଦ୍ର ମହନ୍ତ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close