
ପୂର୍ବତନ ବିଧାୟିକା ସଂଚିତା ମହାନ୍ତିଙ୍କ ବିୟୋଗରେ ‘ଉଦୟବଟ’ ତରଫରୁ ଶୋକସଭା
ବ୍ୟାସନଗର, ୦୭/୦୧(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ତଥା ବରିଷ୍ଠ ବିଜେପି ନେତ୍ରୀ ସଂଚିତା ମହାନ୍ତିଙ୍କ ବିୟୋଗରେ ‘ଉଦୟବଟ’ ପକ୍ଷରୁ ଏକ ଶୋକସଭା ଉ‘ଦୟବଟ’ର ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ନେତା ଅରୁଣ ଦାସ, ବଜରଙ୍ଗ ଦଳ ଯାଜପୁର ଜିଲ୍ଲା ସଂଯୋଜକ ବସନ୍ତ କୁମାର ପାତ୍ର, ଶ୍ରମିକ ନେତା ଅରୁଣ କୁମାର ଦାସ, ବିଶିଷ୍ଟ କବୟତ୍ରୀ ସୁମିତ୍ରା ମିଶ୍ର, ନାରୀନେତ୍ରୀ ବିଦ୍ୟୁତ୍ପ୍ରଭା ରାୟ, ଭାରତୀ ବେହେରା, ସସ୍ମିତା ମଲ୍ଲିକ, ଯୁବ ସମାଜସେବୀ ଅନୁପ କୁମାର ଦାସ, ପ୍ରଫୁଲ୍ଲ ବାରିକ, ଭାରତ ଭୂଷଣ ରାଉତ, ଅଭିମନ୍ୟୁ ବିଶ୍ୱାଳ, ନରହରି ବେହେରା, କଳିଙ୍ଗ କେଶରୀ ରାଉତ, ଗୋଲାପ ମଲ୍ଲିକ, ପ୍ରିତିପାଲ ସିଂ, ସମୀର ମିଶ୍ର, ମନୋଜ ସାମଲ ପ୍ରମୁଖ ଯୋଗଦେଇ ସଂଚିତା ଅପାଙ୍କ ବିୟୋଗରେ ଓଡ଼ିଶା ରାଜନୀତିରେ ଅପୂରଣୀୟ କ୍ଷତି ଘଟିଲା ବୋଲି ମତବ୍ୟକ୍ତ କରିଥିଲେ । ସମସ୍ତେ ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ । ସଂଚିତା ଅପା ଜଣେ ସ୍ନେହୀ ମଣିଷ ଥିଲେ ଏବଂ ସେ ତାଙ୍କ ପାଂଚ ବର୍ଷର ବିଧାୟିକା ସମୟରେ କୋରେଇର ବହୁବିଧ ଉନ୍ନତି କରିଥିଲେ । ତାଙ୍କ ବିୟୋଗରେ ଭଗବାନ ତାଙ୍କ ପରିବାରବର୍ଗଙ୍କୁ ଧୈର୍ଯ୍ୟ, ସାହାସ ପ୍ରଦାନ କରିବାକୁ ପ୍ରାର୍ଥନା କରିଥିଲେ । ସୂଚନାଯୋଗ୍ୟ, ସଂଚିତା ଅପାଙ୍କ ସ୍ୱାମୀ ତଥା ବରିଷ୍ଠ ଆଇଏଏସ୍ ଅଧିକାରୀ ଗୋପିନାଥ ମହାନ୍ତିଙ୍କ କିଛି ବର୍ଷ ପୂର୍ବରୁ ଦେହାନ୍ତ ଘଟିଥିଲା ।




