ବ୍ୟାସନଗର ପୈାର ପରିଷଦର ‘ବିରଜାନଗର’ ‘କାର୍ତିକେଶ୍ୱର’ ପେଣ୍ଡାଲରେ ‘ଦୁର୍ଲ୍ଲଭ କଳା ପରିଷଦ’ ପକ୍ଷରୁ ଭଜନ ସଂନ୍ଧ୍ୟା

ବ୍ୟାସନଗର,(ଉ. ନ୍ୟୁଜ୍ ବ୍ୟୁରୋ) ୨୬/୧୧: ଯାଜପୁର ଜିଲ୍ଲା ବ୍ୟାସନଗର ପୈାର ପରିଷଦର ବିରଜାନଗର ଠାରେ ଅନୁଷ୍ଠିତ ହେଉଥିବା ପ୍ରଭୂ କାର୍ତିକେଶ୍ୱର ପୂଜା ଚଳିତ ବର୍ଷ ୬ଷ୍ଠ ବର୍ଷରେ ପଦାର୍ପଣ କରିଛି । ପବିତ୍ର କାର୍ତିକ ପୂର୍ଣ୍ଣମା ଠାରୁ ଅନୁଷ୍ଠିତ ହୋଇଥିବା ଏହି ପୂଜାରେ ପୂଜା କମିଟି ତରଫରୁ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଆଜି ମଧ୍ୟାହ୍ନରେ ପାଖାପାଖି ୦୨ ହଜାର ଭକ୍ତ/ଶ୍ରଦ୍ଧାଳୁ ପ୍ରସାଦ ସେବନରେ ଭାଗ ନେଇଥିବା ବେଳେ ସନ୍ଧ୍ୟାରେ ବ୍ୟାସନଗର ସ୍ଥିତ ଫେରୋକ୍ରୋମ କଲୋନି ଗେଟ୍‌ର ‘ଦୁର୍ଲ୍ଲଭ କଳା ପରିଷଦ’ ତରଫରୁ ଏହି ପୂଜା ପେଣ୍ଡାଲରେ ଭକ୍ତି ସଂଗୀତର ସମାରୋହ ‘ଭଜନ ସନ୍ଧ୍ୟା’ କାର୍ଯ୍ୟକ୍ରମ ପରିଷଦର ମୁଖ୍ୟ ଦୁଷ୍ମନ୍ତ କୁମାର ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୁରୁ ତଥା କଣ୍ଠଶିଳ୍ପୀ ଅଜୟ କୁମାର ବ୍ରହ୍ମ ଓ ଶିକ୍ଷାବିତ୍ ତଥା କଣ୍ଠଶିଳ୍ପୀ ଅଭୟ କୁମାର ସ୍ୱାଇଁ, କଣ୍ଠଶିଳ୍ପୀ ଦେବାଶିଷ ବେହେରା, ଲିପ୍‌ସାଶ୍ରୀ ଦାଶ, ଆଦ୍ୟାଶା ବେହେରା, ରବୀନ୍ଦ୍ର କୁମାର ଦାଶ, ଅରୁଣ କୁମାର ଦାସ, ପୁଲିନ ବିହାରୀ ଖୁଂଟିଆ, ରମାକାନ୍ତ କାଣ୍ଡି, ଦିଲୀପ, ବସନ୍ତ ଲେଙ୍କା, ବିଶ୍ୱରଂଜନ ମହାନ୍ତି ପ୍ରମୁଖ କଣ୍ଠଦାନ କରିଥିବା ବେଳେ ଯାଜପୁର ଜିଲ୍ଲା ଶ୍ରମ ଅଧିକାରୀ ସୁଧିର କୁମାର ସାହୁ ମଂଚରେ ଅତିଥି ଭାବେ ଉପସ୍ଥିତ ହୋଇ ୦୨ଟି ଭକ୍ତି ସଂଗୀତ ଗାନ କରିବା ପରିବେଶର ମାହୋଲକୁ ଭକ୍ତିପୂର୍ଣ୍ଣ କରିଥିଲା । ଯୁବା ଗାୟିକା ଲିପ୍‌ସାଶ୍ରୀ, ଅଦ୍ୟାଶ୍ୟା, ଗୁରୁ ଅଜୟ ବ୍ରହ୍ମ, ଅନୁଷ୍ଠାନର ବରିଷ୍ଠ କଣ୍ଠଶିଳ୍ପୀ ଦେବାଶିଷ ସାହୁ, ଅଭୟ ସ୍ୱାଇଁ, ରବୀନ୍ଦ୍ର ଦାଶ, ଅରୁଣ ଦାସ ଆଦିଙ୍କ ସୁମଧୂର ସଂଗୀତ ଶ୍ରୋତାଙ୍କ ମନ ମୁଗ୍ଧ କରିଥିଲା ।
ଏଥିରେ ତବଲାରେ ପ୍ରଦୀପ ସାମନ୍ତରାୟ, ଅରଗାନ୍‌ରେ ନିରଞ୍ଜନ ସେନାପତି, ପ୍ୟାଡ୍‌ରେ ୬ଷ୍ଠ ଶ୍ରେଣୀର ଛାତ୍ର ସାଇସ୍ୱରୂପ ଦାଶ ଅଂଶଗ୍ରହଣ କରି ସହଯୋଗ କରିଥିଲେ । କମିଟି ତରଫରୁ କୁନି ପ୍ୟାଡ ବାଦକ ସାଇସ୍ୱରୂପକୁ ପୁରସ୍କୃତ କରାଯାଇଥିଲା । ପୂଜା କମିଟି ତରଫରୁ ସର୍ବଶ୍ରୀ ବୀରକିଶୋର ସାହୁ, ଭାଗ୍ୟଧର ମହାରଣା (ଭୀମ), ଦୀଲୀପ ବାବୁ ପ୍ରମୁଖ ସମସ୍ତ ପ୍ରକାରର ସହଯୋଗ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବହୁ ବ୍ୟକ୍ତିବିଶେଷ, ମହିଳା, ବରିଷ୍ଠ ସାମ୍ବାଦିକ ନିତ୍ୟାନନ୍ଦ ମହାଳିକ ପ୍ରମୁଖ ଯୋଗ ଦେଇଥିଲେ । ପୂଜା ଏବଂ ବିଭିନ୍ନ କାର୍ଯ୍ୟକ୍ରମକୁ କମିଟି ତରଫରୁ ଚଳିତ ବର୍ଷ ବହୁ ଯାକଜମକରେ ପାଳନ କରାଯାଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close