
ବ୍ୟାସନଗରର ଯୋଡାବରରେ ନିଆରା ଢ଼ଙ୍ଗରେ ପାଳିତ ହେଲା ବୋଇତ ବନ୍ଧାଣ ଉତ୍ସବ; ବିଜେଡି ରାଜ୍ୟ ଉପସଭାପତି ପ୍ରଣବ ପ୍ରକାଶଙ୍କ ସହ ବହୁ ନେତାଙ୍କ ସାମିଲ
ବ୍ୟାସନଗର,(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ବ୍ୟାସନଗର ପୈାର ପରିଷଦର ୧ନଂ. ୱାର୍ଡର ଯୋଡାବର ଗ୍ରାମ ବିଭିନ୍ନ ଦିଗରୁ ଆଗୁଆ । ଖେଳ କୂଦ ହେଉ କି, ଧାର୍ମିକ କାର୍ଯ୍ୟକ୍ରମ ହେଉ ସବୁଥିରେ ଏହି ଗ୍ରାମର ବିଶେଷତଃ ରହିଛି । ରାଜନୈତିକ ଦୃଷ୍ଟିରୁ ମଧ୍ୟ ଏହା ଗୁରୁତ୍ୱ ବହନ କରେ । ଏହି ୱାର୍ଡରୁ ଯୁବ ନେତା ବିଜୟ କୁମାର ଜେନା ବିଜେଡି କାଉନସିଲର ଭାବେ ନିର୍ବାଚିତ ହୋଇ ଗ୍ରାମର ବିକାଶ ଦିଗରେ ମନୋନିବେଶ କରି ବିଭିନ୍ନ କାର୍ଯ୍ୟକ୍ରମ ଜାରୀ ରଖିଛନ୍ତି । ଧର୍ମର ମାସ ପବିତ୍ର କାର୍ତିକ ମାସରେ ଏଠାରେ ଗତ ୧୬/୧୧/୨୦୨୬ରୁ ଲକ୍ଷ୍ମୀ ପେଣ୍ଡାଲରେ ‘ଗୀତ’ ବସି ପ୍ରତ୍ୟହ ନାମ କୀର୍ତନ ସହ ପ୍ରସାଦ ସେବନ ଆଦିର ବ୍ୟବସ୍ଥା ହୋଇଛି । ଏହା ଆସନ୍ତା ଶନିବାର ୨୮/୧୧/୨୦୨୬ ରିଖ ପର୍ଯ୍ୟନ୍ତ ଚାଲିବ । ଗତ କାଲି ଥିଲା ପବିତ୍ର କାର୍ତିକ ପୂର୍ଣ୍ଣିମା । ଯୋଡାବରକୁ ଲାଗି ଗଣ୍ଡା ନାଳ ବହିଯାଉଛି । ଏଥିରେ ପ୍ରତିବର୍ଷ ଗ୍ରାମର ଲୋକମାନଙ୍କ ସହ ପିଲାମାନେ ଡଙ୍ଗା, ରଥ ଆଦି ଭସାଇଥାନ୍ତି । ଗତ ବର୍ଷ ଠାରୁ ଗ୍ରାମର ଶିବ ମନ୍ଦିର ପଛ ପଟ ପୋଖରୀରେ କାଉନସିଲର ଶ୍ରୀ ଜେନାଙ୍କ ନେତୃତ୍ୱରେ ‘ବୋଇତ ବନ୍ଧାଣ’ ଉତ୍ସବ ଅନୁଷ୍ଠିତ ହୋଇଆସୁଛି । ଚଳିତ ବର୍ଷ ଏହି ଉତ୍ସବ ବହୁ ଯାକଜମକରେ ଆୟୋଜିତ ହୋଇଥିଲା । ଏଥିରେ ରାଜ୍ୟ ବିଜେଡି ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ(ବବି) ଯୋଗ ଦେଇ ମାହୋଲକୁ ଆହୁରି ଉତ୍ସବ ମୁଖରିତ କରିଥିଲେ । ତାଙ୍କୁ ଗ୍ରାମରେ ବିଜୟ ଜେନାଙ୍କ ନେତୃତ୍ୱରେ ଉସ୍ôସ୍ୱିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବୋଇତ ବନ୍ଧାଣ ଉତ୍ସବ ନାଁରେ ବବିଙ୍କୁ ସଂଗଠନ ଦେଖାଇବା ପାଇଁ ବ୍ୟାସନଗର ପୈରାଚଂଚଳର ବିଭିନ୍ନ ୱାର୍ଡରୁ ଏବଂ କୋରେଇର ଗ୍ରାମାଂଚଳରୁ ଗାଡି ଘୋଡା କରି ମହିଳା ଆଦିଙ୍କୁ ଗତ କାଲି ପୂର୍ବାହ୍ନରୁ ଅଣାଯାଉଥିବାର ଦେଖାଯାଇଥିଲା । ଏପରିକି ସ୍ୱୟଂ ସହାୟକ ଗୋଷ୍ଠୀର ନେତ୍ରୀମାନେ ଲୋକ ଯୋଗାଡରେ ବିଶେଷ ସହଯୋଗ କରିଥିଲେ । ‘ଗୀତ’ ବସା କାର୍ଯ୍ୟକ୍ରମରେ ବିଭିନ୍ନ ଦିନରେ ବହୁ ନେତୃ ସ୍ଥାନୀୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରେ ପୂର୍ବତନ ଅର୍ଥ ମନ୍ତ୍ରୀ ଡ଼ଃ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ, ପୂର୍ବତନ ମନ୍ତ୍ରୀ ଇଂ. ପ୍ରୀତିରଂଜନ ଘଡାଇ, ପୂର୍ବତନ ବିଧାୟକ ଅଶୋକ ବଳ, ଯାଜପୁର ବିଜେଡି ମହିଳା ସଭାନେତ୍ରୀ ସବିତା ରାଉତ ପ୍ରମୁଖ । ‘ବୋଇତ ବନ୍ଧାଣ’ ଉତ୍ସବ ଏବଂ ‘ଗୀତ’ ବସା କାର୍ଯ୍ୟକ୍ରମରେ କାଉନସିଲର ଶ୍ରୀ ଜେନାଙ୍କୁ ବସନ୍ତ କୁମାର ପାତ୍ର, ମୁନ୍ନା ଜେନା, ପରମେଶ୍ୱର ବିଶ୍ୱାଳ, ପରମେଶ୍ୱର ଜେନା, ଲମ୍ବୋଦର ପାତ୍ର ପ୍ରମୁଖ ସହଯୋଗ କରିଥିଲେ । ‘ବୋଇତ ବନ୍ଧାଣ’ ଉତ୍ସବରେ ଗ୍ରାମରେ ୦୩ ହଜାର ପାଖାପାଖି ଲୋକଙ୍କ ସମାଗମ ହୋଇ ଗ୍ରାମକୁ ଚଳଚଂଚଳ କରିଥିବା ବେଳେ ସେମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।




