ବାଲେଶ୍ୱରର ନୂତନ ଜିଲ୍ଲା ଶ୍ରମ ଅଧିକାରୀ ସଂଜୀତ୍ ଦେଓଙ୍କୁ ଯାଜପୁରୋଡରେ ସମ୍ବର୍ଦ୍ଧନା

ବ୍ୟାସନଗର, ୦୮/୧୦(ଉ.ନ୍ୟୁଜ୍ ବ୍ୟୁରୋ): ସଦ୍ୟ ପ୍ରକାଶିତ ପଦ୍ୟୋନ୍ନତି ପରେ ବଦଳି ହୋଇଥିବା ତାଲିକାରେ ଥିବା ଭଦ୍ରଖର ସହକାରୀ ଶ୍ରମ ଅଧିକାରୀ ସଂଜୀତ୍ କୁମାର ଦେଓଙ୍କୁ ବାଲେଶ୍ୱରର ଜିଲ୍ଲା ଶ୍ରମ ଅଧିକାରୀ ପଦଭାର ମିଳିଛି । ଆଜି ଗୁରୁବାର ସେ ଏକ ବିଶେଷ କାମରେ ଯାଜପୁରରୋଡ ଠାରେ ଅବସ୍ଥିତ ଯାଜପୁର ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟକୁ ଆସିଥିବା ବେଳେ ‘ଉଦୟବଟ’ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସୂଚନାଯୋଗ୍ୟ, ଯାଜପୁର ଯୁଗ୍ମ ଶ୍ରମ ଆୟୁକ୍ତଙ୍କ ଅଧିନରେ ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରଖ ଓ ଯାଜପୁର ଭଳି ୦୪ଟି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ରହିଛି । ଶ୍ରୀଯୁକ୍ତ ଦେଓ ବହୁଦିନ ଧରି ଯାଜପୁର ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଗ୍ରାମୀଣ ନିରୀକ୍ଷକ ଓ ପରେ ସହକାରୀ ଶ୍ରମ ଅଧିକାରୀ ଭାବେ ଦକ୍ଷତାର ସହ କାର୍ଯ୍ୟକରି ଯାଇ ଭଦ୍ରଖରେ କାର୍ଯ୍ୟରତ ଥିବା ବେଳେ ତା ୦୧.୧୦.୨୦୨୬ରେ ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ତାଙ୍କର ପଦ୍ୟୋନ୍ନତି ସହ ବାଲେଶ୍ୱରକୁ ଡି.ଏଲ.ଓ ଭାବେ ବଦଳି ହୋଇଥିଲା । ଶ୍ରୀଯକ୍ତ ଦେଓଙ୍କୁ ଆଜି ପୂର୍ବାହ୍ନରେ ଯାଜପୁରରୋଡ଼ ସ୍ଥିତ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ‘ଉଦୟବଟ’ ଓ ‘ଉଦୟବଟ ଇ-ନ୍ୟୁଜ୍‌’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଆବାହକତ୍ୱରେ ସମ୍ବର୍ଦ୍ଧନା ଦେବା ଅବସରରେ ଯୁଗ୍ମ ଶ୍ରମ ଆୟୁକ୍ତ ଶିବଶଙ୍କର ମିଶ୍ର, ଯାଜପୁର ଜିଲ୍ଲା ଶ୍ରମ ଅଧିକାରୀ ସୁଧିର କୁମାର ସାହୁ ଓ ଦୀପ୍ତିରଂଜନ ସାହୁ, ସହକାରୀ ଶ୍ରମ ଅଧିକାରୀ ସୈାମ୍ୟସୁନ୍ଦର ରାଉତରାୟ, ଅଭିଜୀତ୍ ପ୍ରଧାନ, ସତରୂପା ସାହୁ, ଶତାଦ୍ଦୀକା ନାୟକ, ନୀଲିମା ନାୟକ, କର୍ମଚାରୀ ମହେଶ ଚନ୍ଦ୍ର ସୁନାନୀ, ସତ୍ୟଜିତ୍ ବାରିକ, ଦେବଶ୍ରୀ ପଣ୍ଡା, ନାରାୟଣ ନନ୍ଦ, ଶ୍ରାବଣୀ ମୂର୍ମୂ, ସନ୍ତୋଷ ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ ନେତା ପରମାନନ୍ଦ ସେଠୀ, ଅରୁଣ କୁମାର ଦାସ, ଅଭିମନ୍ୟୁ ବିଶ୍ୱାଳ, ପ୍ରକାଶ ଜେନା ପ୍ରମୁଖ ଯୋଗ ଦେଇ ଶ୍ରୀଯୁକ୍ତ ଦେଓଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ନୂତନ ସ୍ଥାନରେ ତାଙ୍କର କାର୍ଯ୍ୟକାରିତାର ସଫଳତା କାମନା କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close